ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ସିଂହପୋରାର ପାଟନ ଅଞ୍ଚଳରେ ଗ୍ରେନେଡ୍ ବିସ୍ଫୋରଣ । ଯେଉଁଥିରେ ଅତିକମରେ 6 ଜଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁସାରେ, ଏହି ଘଟଣା ସିଂହପୋରା ପଟନରେ ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଟ୍ରାମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ସନ୍ଦିଗ୍ଧ ଆତଙ୍କବାଦୀ ସୁରକ୍ଷାବାହିନୀ ଉପରକୁ ଏହି ଗ୍ରେନେଡ ପକାଇଥିବାବେଳେ ଏହା ଲକ୍ଷ୍ୟ ସ୍ଥଳରେ ପଡିନାହିଁ । ଫଳରେ ଜୋରଦାର ଧମାକା ହେବା ସହ ଗ୍ରେନେଡଟି ଫାଟି ଯାଇଥିଲା । ଏଥିରେ 6 ଜଣ ଆହତ ହୋଇଛନ୍ତି ।
ଗ୍ରେନେଡ ମାଡ ପରେ ଏହି ଅଞ୍ଚଳକୁ ସୁରକ୍ଷାବାହିନୀ ବନ୍ଦ କରିଦେବା ସହ ସନ୍ଦିଗ୍ଧକୁ ଖୋଜୁଥିବା ସୂଚନା ମିଳିଛି । ସୂଚନାଥାଉକି, ଆଜି ସକାଳୁ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲା ଟିକେନ ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି । ଏଥିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ