ETV Bharat / bharat

ଭାଇକୁ ହତ୍ୟା କରି ପୋତି ଦେଲା ଭଉଣୀ - ଝାଡଖଣ୍ଡ ରାମଗଡ ଜିଲ୍ଲାରେ ଭାଇକୁ ହତ୍ୟା କଲା ଭଉଣୀ

ସମ୍ପର୍କ ତୁଚ୍ଛ ହୋଇଛି । ଭାଇକୁ ହତ୍ୟା କଲା ଭଉଣୀ । ଝାଡଖଣ୍ଡ ରାମଗଡ ଜିଲ୍ଲାରୁ ଆସିଛି ଏହି ଭୟଙ୍କର ଛାତି ଥରାଇଦେବା ଭଳି ଖବର । ଅଧିକ ପଢନ୍ତୁ

ଭାଇକୁ ହତ୍ୟା କଲା ଉଭଣୀ
ଭାଇକୁ ହତ୍ୟା କଲା ଉଭଣୀ
author img

By

Published : Sep 13, 2022, 4:13 PM IST

ରାଞ୍ଚି: ଝାଡଖଣ୍ଡ ରାମଗଡ ଜିଲ୍ଲାରୁ ଆସିଛି ଏକ ଭୟଙ୍କର ଛାତି ଥରାଇଦେବା ଭଳି ଖବର । ସମ୍ପର୍କ ତୁଚ୍ଛ ହୋଇଛି । ଭାଇକୁ ହତ୍ୟା କଲା ଭଉଣୀ । ଭାଇକୁ ହତ୍ୟା କରି ଘରେ ହିଁ ପୋତି ଦେଇଛି । 2 ମାସ 12 ଦିନ ପରେ ଘଟଣାର ଖୁଲାସା ହୋଇଛି । ମୃତକଙ୍କ ନାମ ହେଉଛି ରୋହିତ । କିଛି ଦିନ ହେବ ତାଙ୍କର କୌଣସି ଖବର ନ ମିଳିବାକୁ ପୋଲିସ ଖୋଜାଖୋଜି କରିବାରୁ ଏହି ଘଟଣା ସାମ୍ନାକୁ ଆସିଛି ।

2 ମାସ ହେବ ରୋହିତଙ୍କର କିଛି ପତ୍ତା ମିଳିନଥିଲା । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ନିଖୋଜ ରୋହିତଙ୍କୁ ଖୋଜିବା ପରେ ତାଙ୍କ ଭଉଣୀ ହିଁ ତାଙ୍କୁ ମାରି ପୋତି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ରୋହିତଙ୍କ ଭଉଣୀ ତାଙ୍କୁ ହତ୍ୟା କରି ପୋତି ଦେବା ସହ ତାହା ଉପରେ ପ୍ଲାଷ୍ଟର କରି ଦେଇଥିଲେ । ଯେପରି କିଛି ଜଣାପଡିବ ନାହିଁ । ପୋଲିସ ରୋହିତଙ୍କ ମୃତଦେହ ଉଦ୍ଧାର କରି ରାମଗଡ଼ ସଦର ହସପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଭାଇକୁ ହତ୍ୟା କରିଥିବା ସ୍ବୀକାର କରିଛି ଭଉଣୀ ।

ରାମଗଡ ଜିଲ୍ଲା ପତରାତୁ ଥାନା ଅନ୍ତର୍ଗତ ପଞ୍ଚ ମନ୍ଦିର ଇଲାକାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ମାଟି ଖୋଳି ମୃତଦେହ ବାହାର କରିଥିଲା ପୋଲିସ । ଭଉଣୀ ଚଞ୍ଚଳା ହିଁ ଏପରି କାଣ୍ଡ ଘଟାଇଥିବା ଲୋକ ଅନୁମାନ କରୁଥିଲେ । ତାହା ହିଁ ସତ ହେଲା । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ତଦନ୍ତ ସମୟରେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ ଚଞ୍ଚଳା । କେତେବେଳେ ସେ ଭାଇକୁ ହତ୍ୟା କରିଥିବା କହୁଥିଲା ତ ଆଉ କେତେବେଳେ ନିଶା ପାଇଁ ଭାଇର ମୃତ୍ୟୁ ହୋଇଥିବା କହୁଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ ରାମଗଡର ଜଣେ ଯୁବକଙ୍କୁ ଗିରଫ କରିଛି ।

କଣ ପୁରା ଘଟଣା...

ରୋହିତଙ୍କ ବାପାମାଆ ରାମଗଡ ଜିଲ୍ଲାର ପାତରାତୁ ପୋଲିସ ଷ୍ଟେସନ ଏବଂ ରାଞ୍ଚି ଜିଲ୍ଲାର ଛତିଆ ପୋଲିସ ଷ୍ଟେସନରେ ରୋହିତଙ୍କ ନିଖୋଜ ମାମଲା ଦାୟର କରିଥିଲେ । ପୁଅର ସନ୍ଧାନ ପାଇବା ନିମନ୍ତେ ବାପା ସହରର ଗୋଟିଏ ଥାନାରୁ ଆଉ ଗୋଟିଏ ଥାନାକୁ ବୁଲୁଥିଲା । 2 ମାସ 15 ଦିନ ହେବ ରୋହିତଙ୍କର ପତ୍ତା ନମିଳିବାରୁ ପୋଲିସ ସନ୍ଦେହ କରିଥିଲା । ନିଖୋଜ ରୋହିତଙ୍କ ମୋବାଇଲ୍ ଫୋନ୍ ଅଛି ଏବଂ ରୋହିତ କେଉଁଠାରେ ଅଛନ୍ତି ତାହା ଜଣାପଡୁ ନଥିଲା । ପରେ ରୋହିତଙ୍କ ମୋବାଇଲ୍ ନମ୍ବରକୁ ଟ୍ରେସ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଚଞ୍ଚଳା ରୋହିତଙ୍କ ମୋବାଇଲ୍ ବ୍ୟବହାର କରୁଥିବା ନେଇ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା । ଏ ନେଇ ଚଞ୍ଚଳାକୁ ପୋଲିସ ପଚରାଉଚୁରା କରିଥିଲା । ତା’ପରେ ରୋହିତଙ୍କ ଭଉଣୀ ଚଞ୍ଚଳା ପୁରା ଘଟଣା ପୋଲିସ ଆଗରେ କହିଥିଲେ । ସେ ତାଙ୍କ ଭାଇଙ୍କୁ ହତ୍ୟା କରି ନିଜେ ଘରେ ପୋତି ଦେଇଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । ତେବେ କେଉଁ କାରଣ ପାଇଁ ଭାଇକୁ ହତ୍ୟା କରିଥିଲା ଚଞ୍ଚଳା ସେନେଇ ଖୋଳତାଡ଼ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.