ETV Bharat / bharat

ଝାଡଖଣ୍ଡରେ ବିଧାୟକଙ୍କ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ସନ୍ଦେହଜନକ ଭାବେ ଝାଡଖଣ୍ଡ ବିଧାୟକଙ୍କ ପୁଅଙ୍କ ମୃତ୍ୟୁ । ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ ।

author img

By

Published : Feb 13, 2023, 8:29 PM IST

ଝାଡଖଣ୍ଡରେ ଅତ୍ମହତ୍ୟା କଲେ ବିଧାୟକଙ୍କ ପୁଅ
ଝାଡଖଣ୍ଡରେ ଅତ୍ମହତ୍ୟା କଲେ ବିଧାୟକଙ୍କ ପୁଅ

ରାଞ୍ଚି: ଝାଡଖଣ୍ଡ ସିନ୍ଦରୀ ବିଧାୟକ ଇନ୍ଦ୍ରଜିତ ମହତଙ୍କ ପୁଅଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବିବେକ କୁମାର ମହତ ଓ ସେ ବିଧାୟକ ଇନ୍ଦ୍ରଜିତଙ୍କ ବଡ ପୁଅ । ଗତକାଲି ସେ ହଠାତ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜଧାନୀ ରାଞ୍ଚିର ଗ୍ରାମୀଣ ଏରିଆରେ ଏହି ଘଟଣା ଘଟିଛି । ହଠାତ ଅସୁସ୍ଥତା ଓ ମୃତ୍ୟୁର କାରଣ ଅନେକ ପ୍ରଶ୍ନ ଛିଡା କରିଥିବା ବେଳେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ଗତକାଲି (ରବିବାର) ରାତିରେ ବିବେକ ସାଙ୍କମାନଙ୍କ ସହ ଅଧ୍ୟୟନ କରୁଥିବା ପଲିଟେକନିକ କଲେଜ ଆସିଥିଲେ । ସେଠାରେ ସେ ହଠାତ କିଛି ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଅନୁଭବ କରିଥିଲା । ସାଙ୍ଗମାନେ ତାଙ୍କୁ ନିକଟରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଅବସ୍ଥା ଆହୁରି ବିଗିଡିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ (ସୋମବାର) ତାଙ୍କର ମୃତ୍ୟୁ ହୋଇଯାଇଛି । ସେ କିଛି ବିଷାକ୍ତ ଦ୍ରବ୍ୟ ପାନ କରିବା ପରେ ଅସୁସ୍ଥ ହୋଇପଡିଥିବା ଚର୍ଚ୍ଚା ହେଉଛି ।

ଘଟଣା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ନେଇ ପୋଲିସ କହିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ବିଜେପି ବିଧାୟକ ସମରୀ ଲାଲ ଓ ଜେଏମଏମ ବିଧାୟକ ମଥୁରା ପ୍ରସାଦ ମହତ ହସ୍ପିଟାଲ ଗସ୍ତ କରି ଘଟଣା ସମ୍ପର୍କରେ ସମୀକ୍ଷା କରିଛନ୍ତି । ବିଧାୟକ ଇନ୍ଦିଜିତ ଏବେ ଚିକିତ୍ସାଧୀନ ଥିବା ବେଳେ ପୁଅର ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡିଯାଇଛି । ପୁଅ ବିବେକ ଏବେ ଇଞ୍ଜିନିୟରିଂ ପଢୁଥିବା ବେଳେ ସେପରି କୌଣସି ପୂର୍ବ କାରଣକୁ ମଧ୍ୟ ସନ୍ଦେହ କରିପାରୁନାହିଁ ପରିବାର ।

ବିଧାୟକ ଇନ୍ଦ୍ରଜିତ ଏବେ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଗତ ଦୁଇ ବର୍ଷ ଧରି ସେ ବିଭିନ୍ନ ସ୍ବାସ୍ଥ୍ଯଗତ କାରଣ ପାଇଁ ନିୟମିତ ଚିକିତ୍ସାଧୀନ ରହିଛନ୍ତି । ପିତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ପୁଅ ବିବେକ ଅବସାଦରେ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବେ ସେ ଦିଲ୍ଲୀରେ ଏକ ପରୀକ୍ଷାରେ ଅଂଶଗ୍ରହଣ କରି ରାଞ୍ଚି ଫେରିଥିଲା । ଏପରି ସ୍ଥିତିରେ ସେ ଏପରି କିଛି ଚରମ ନିଷ୍ପତ୍ତି ଗ୍ରହଣ କରିଥାଇପାରନ୍ତି ପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ମୃତ୍ୟୁ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ କାରଣକୁ ଦର୍ଶାଇନାହିଁ । ତଦନ୍ତ ଜାରି ରହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.