ETV Bharat / bharat

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ ରେସ୍କ୍ୟୁ, ଆଉ ୧୨ମିଟର ଡ୍ରିଲିଂ ବାକି

author img

By ETV Bharat Odisha Team

Published : Nov 24, 2023, 5:10 PM IST

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଜି ସନ୍ଧ୍ୟା ସୁଦ୍ଧା ମିଳିବ ଖୁସି ଖବର । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିବା ଲାଗି ଆଉ ମାତ୍ର ୧୨ମିଟର ଡ୍ରିଲିଂ ବାକି ରହିଛି । ଅଧିକ ପଢନ୍ତୁ

Uttarkashi tunnel rescue operation
Uttarkashi tunnel rescue operation

ଡେରାଡୁନ: ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ଆଜି (ଶୁକ୍ରବାର) ୧୩ ଦିନ ପୁରିଛି । ସମସ୍ତ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏହି ରେସ୍କ୍ୟୁ ଅପରେସନ ଉପରେ ସାରା ଦେଶର ନଜର । ଉଦ୍ଧାର କାର୍ଯ୍ୟର ଅପଡେଟ ସମ୍ପର୍କରେ ଟନେଲ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ସମୟେ ସମୟ ଦିଆଯାଉଛି । ଘଟଣାସ୍ଥଳରୁ ଆସୁଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ମିଳିବ ଖୁସି ଖବର । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଆଉ ମାତ୍ର ୧୨ ମିଟରର ଡ୍ରିଲିଂ ବାକି ରହିଛି । ଏଣୁ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଉଛି ।

  • #WATCH | On Silkyara tunnel rescue, Additional Secretary Technical, Road and Transport Mahmood Ahmed says, "The auger drilling machine has been reassembled. A new pipe will be put in after the welding which process will take two hours. After two hours, we will push the pipe in… pic.twitter.com/grOJKgXkTR

    — ANI (@ANI) November 24, 2023 " class="align-text-top noRightClick twitterSection" data=" ">

ଆଜି ସନ୍ଧ୍ୟା ସୁଦ୍ଧା ପୁରା ହେବ ରେସ୍କ୍ୟୁ:- ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି, "ଏବେ ପରିସ୍ଥିତିରେ ସୁଧାର ଆସିଛି । ମେସିନରେ ଖରାପ ଯୋଗୁଁ ବନ୍ଦ ଥିବା ରେସ୍କ୍ୟୁ ଅପରେସନ ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ପୁଣି ଆରମ୍ଭ ହୋଇଥିଲା । ଗ୍ରାଉଣ୍ଡ ପେନିଟ୍ରେସନ ରାଡାର ଗବେଷଣା ଅନୁସାରେ ଆଗାମୀ ୫ମିଟର ପର୍ଯ୍ୟନ୍ତ କୌଣସି ଅବରୋଧ ନାହିଁ । ଅର୍ଥାତ ପାଇପ ୫୨ମିଟର ପର୍ଯ୍ୟନ୍ତ ସହଜରେ ପହଞ୍ଚିପାରିବ । ଆଶା କରାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ଏହି ରେସ୍କ୍ୟୁ ଅପରେସନ ଶେଷ ହେବ ଏବଂ ଶ୍ରମିକଙ୍କୁ ବାହାରକୁ ବାହାର କରାଯିବ ।"

  • #WATCH | Silkyara tunnel rescue operation | Member of the National Disaster Management Authority, Lt General Syed Ata Hasnain (Retd.) says, "Using ground penetrating radar, it has been detected that there is no obstacle the next 5 mtrs on our path. We continue to use this to… pic.twitter.com/OzgNvU8rvk

ଏହା ବି ପଢନ୍ତୁ- ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଉଦ୍ଧାର ପାଇଁ ହୀରାକୁଦରୁ ଗଲା ଅଗର ମେସିନ

ନୂଆ ରୂପରେ ଅଗର ମେସିନର ପ୍ଲାଟଫର୍ମ:- ଗ୍ରାଉଣ୍ଡରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ ଏ ନେଇ କହିଛନ୍ତି, "ଏବେ ସ୍ଥିତି ଆଗ ଅପେକ୍ଷା ଭଲ ରହିଛି । ଗୁରୁବାର ରାତିରେ ଆମକୁ ୨ଟି ଜିନିଷ ଉପରେ କାମ କରିବାକୁ ପଡ଼ିଥିଲା । ପ୍ରଥମରେ ଆମକୁ ମେସିନର ପ୍ଲାଟଫର୍ମକୁ ନୂଆ ରୂପ ଦେବାକୁ ଥିଲା । ଆଉ ଦ୍ବିତୀୟରେ ଗ୍ରାଉଣ୍ଡ ପେନିଟ୍ରେସନ ରାଡାର ଉପରେ କାମ କରିବାକୁ ପଡ଼ିଥିଲା । ଏହାଦ୍ବାରା ଆମେ ଜାଣିପାରିଥିଲୁ ଯେ ଆଗାମୀ ୫ମିଟର ପର୍ଯ୍ୟନ୍ତ ସୁଡଙ୍ଗ ରାସ୍ତାରେ ବାଧା ଦେବାକୁ ଆଉ କିଛି ନାହିଁ । "

  • #WATCH | Uttarkashi (Uttarakhand) tunnel rescue | Former advisor to PMO, Bhaskar Khulbe says, "The situation is much better now. Last night, we had to work on two things. First, we had to revamp the platform of the machine... Parsons Company had done the ground penetration radar,… pic.twitter.com/2qbHYPqs04

ଏହା ବି ପଢନ୍ତୁ- ଅଗର ମେସିନରେ ସମସ୍ୟା ଯୋଗୁଁ ଡ୍ରିଲିଂ ବନ୍ଦ, ଆଜି ପୁଣି ଆରମ୍ଭ ହେବ ଅପରେସନ

ସୂଚନା ଥାଉ କି ଯେତେବେଳେ ଏହି ରେସ୍କ୍ୟୁ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ସେତେବେଳେ ସୁଡଙ୍ଗ ରାସ୍ତାରେ ଷ୍ଟିଲ ପାଇପ ଆସିଥିଲା । ଯାହାଦ୍ବାରା ଡ୍ରିଲିଂ କାମ ଅଟକିଥିଲା । ଏହାପରେ ଷ୍ଟିଲ ପାଇପକୁ କଟାଯାଇ ପୁଣି କାମ ଆରମ୍ଭ ହୋଇଥିଲା । କିଛି ସମୟ କାମ ଜାରି ରହିବା ପରେ ପୁଣି ଡ୍ରିଲିଂ ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାମ ଅଧାରେ ପଡ଼ିଥିଲା । ତେବେ ଓଡ଼ିଶାର ସମ୍ବଲପୁର ଜିଲ୍ଲାରୁ ଅଗର ମେସିନ ଉତ୍ତରାଖଣ୍ଡରେ ପହଞ୍ଚିବା ପରେ ପୂର୍ବାହ୍ନ ସାଢେ ୧୧ଟାରୁ ପୁଣି କାମ ଆରମ୍ଭ ହୋଇଛି । ଗତ ୧୨ ତାରିଖଠାରୁ ୧୩ ଦିନ ଧରି ଶ୍ରମିକମାନେ ଟନେଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଯେତେ ଶୀଘ୍ର ଉଦ୍ଧାର କରିବା ଲାଗି ଏପଟେ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଛି । ମଝିରେ ମଝିରେ ଶ୍ରମିକଙ୍କ ମନୋବଳ ଦୃଢ କରିବା ଲାଗି ତାଙ୍କ ସହିତ କଥାବାର୍ତ୍ତା କରାଯାଉଥିବା ବେଳେ ଖାଦ୍ୟପଦାର୍ଥ ମଧ୍ୟ ପଠାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.