ETV Bharat / bharat

Gyanvapi Mosque Case: ଆଜି ଆସିବ ଫୈସଲା, ବାରଣାସୀରେ ୧୪୪ ଧାରା ଲାଗୁ - ଜ୍ଞାନବ୍ୟାପୀ ମସଜିଦ ମାମଲା

ବାରାଣାସୀ କୋର୍ଟରେ ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ଆଜି (ସୋମବାର) ଶୁଣାଣି ହେବ । ଜୁଲାଇ 4ରେ ଶେଷ ଥର ପାଇଁ ମାମଲାର ଶୁଣାଣି କରିଥିଲେ ବାରଣାସୀ କୋର୍ଟ । ଆଜି ଆସିପାରେ ଫୈସଲା । ଅଧିକ ପଢନ୍ତୁ

Gyanvapi mosque case: ଆଜି ଆସିବ ଫୈସଲା
Gyanvapi mosque case: ଆଜି ଆସିବ ଫୈସଲା
author img

By

Published : Sep 12, 2022, 9:35 AM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ଆଜି (ସୋମବାର) ବାରାଣାସୀ କୋର୍ଟରେ ଶୁଣାଣି ହେବ । ପୂର୍ବରୁ ଏହି ମାମଲାରେ ଶେଷ ଥର ପାଇଁ ଜୁଲାଇ 4ରେ ଶୁଣାଣି ହୋଇଥିଲା । ଆଜି ଏହି ମାମଲାର ରାୟ ଆସିପାରେ । ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲା ଜଜ୍ ଏ ସମ୍ପର୍କରେ ରାୟ ଶୁଣାଇବେ । ଯାହା ଉପରେ ଦେଶବାସୀଙ୍କ ନଜର ରହିଛି । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରଣାସୀରେ ୧୪୪ ଧାରା ଲାଗୁ କରାଯାଇଛି । ମଇ ଏବଂ ଜୁନରେ ଏହି ମାମଲା ଚର୍ଚ୍ଚାର ବିଷୟ ଥିଲା ।

ଅଦାଲତଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ବାରଣାସୀ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ରହିଛି । ରବିବାର ଅଦାଲତ ପରିସରରେ ଚେକିଂ କଡାକଡି ହୋଇଛି । ପୋଲିସ ଅଦାଲତ ପାଖ ସମସ୍ତ ସ୍ଥାନରେ ଚେକିଂକୁ ଜୋରଦାର କରିଛି । ପୋଲିସ ଅଧିକାରୀ ଏ ସତୀଶ ଗଣେଶ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି । ଏହା ସହ ସହରରେ 144 ଧାରା ଲାଗୁ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶରେ ଜିଲ୍ଲା ଜଜ ଶୃଙ୍ଗାର ଗୌରୀ ମାମଲାରେ 24 ଅଗଷ୍ଟରେ ସମସ୍ତ ପକ୍ଷ ଶୁଣିଥିଲେ । 12 ଡିସେମ୍ବର ଯାଏଁ ରାୟ ସଂରକ୍ଷିତ ରଖିଥିଲେ । ଏ ମାମଲାରେ ତତକାଳୀନ ସିଭିଲ ଜଜ ରବି କୁମାର ଦିବାକର ସର୍ଭେର ଆଦେଶ ଜାରି କରିଥିଲେ । ଏହାପରେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ କରାଯାଇଥିଲା ।

ଏହା ବି ପଢନ୍ତୁ...World Dairy Summit: ଆଜି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଉଦଘାଟନ କରିବେ ମୋଦି

ଜଣେ ହିନ୍ଦୁ ମହିଳା ଦାଖଲ କରିଥିବା ଆବେଦନକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଞ୍ଜୁମାନ ଇନ୍ତିଜାମିଆ ମସଜିଦ କମିଟି । ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବାର ଅଧିକାର ମାଗୁଛନ୍ତି ଆବେଦନକାରୀ ମହିଳା । ଏପରିକି ମସଜିଦ ବାହାର କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ଅନୁମତି ଦେବାକୁ ଆବେଦନ କରାଯାଇଥିଲା । ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା । ପ୍ରଥମ ଦିନରୁ କୋର୍ଟଙ୍କ ଭିଡିଓ ଗ୍ରାଫି ସର୍ଭେ ନିର୍ଦ୍ଦେଶକୁ ବିରୋଧ କରିଆସୁଛି ଇସଲାମ ପକ୍ଷ । ଭିଡିଓଗ୍ରାଫି ସର୍ଭେ ବେଳେ ମସଜିଦ ମଧ୍ୟରେ ଏକ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରି ଆସୁଛନ୍ତି । ମୁସଲିମ ପକ୍ଷ ଏହା ଶିବଲିଙ୍ଗ ନୁହେଁ ବରଂ ଏକ ଓ୍ବାଟର ଫାଉଣ୍ଟେନ ବୋଲି କହିଥିଲା । ପରେ ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.