ETV Bharat / bharat

ସୋପିଆନରେ ଏନକାଉଣ୍ଟର; 4 ଆତଙ୍କବାଦୀ ସଫା, ଜଣେ ଯବାନ ଆହତ

author img

By

Published : Mar 22, 2021, 7:09 AM IST

Updated : Mar 22, 2021, 9:48 AM IST

ସୋମବାର ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ମାନିହିଲ ବାତାପୁର ଅଞ୍ଚଳରେ ସେନାର ଏନକାଉଣ୍ଟର ଶେଷ ହୋଇଛି । ମୋଟ 4 ଆତଙ୍କବାଦୀ ନିପାତ କରିଛି ସେନା ଓ ଜମ୍ମୁକାଶ୍ମୀର ପୋଲିସ । ଅଧିକ ପଢନ୍ତୁ...

Shopian Encounter: two militants killed, mobile internet services snapped
ସୋପିଆନରେ ସେନାର ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ସକାଳୁ ଜାରି ରହିଥିଲା ଯବାନ-ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। 4 ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ସୋମବାର ସକାଳୁ ଦକ୍ଷିଣ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଥିଲା ଲଢେଇ । ଏହି ଏନକାଉଣ୍ଟର ବେଳେ ଜଣେ ସେନା ଯବାନ ଆହତ ହୋଇଛନ୍ତି । ସମସ୍ତ ଆତଙ୍କବାଦୀ ଲସ୍କର-ଏ-ତୋଏବାର ସଦସ୍ୟ ବୋଲି ଜଣାପଡିଛି ।

ସୋପିଆନରେ ସେନାର ଏନକାଉଣ୍ଟର, ତିନି ଆତଙ୍କବାଦୀ ସଫା

ସୋମବାର ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ମାନିହିଲ ବାତାପୁର ଅଞ୍ଚଳରେ ଆତଙ୍କବାଦୀ ଛପି ରହିଥିବା ଖବର ପାଇ ସେନା ଓ ଜମ୍ମୁକାଶ୍ମୀର ପୋଲିସ ସମସ୍ତ ଅଞ୍ଚଳକୁ କର୍ଡନ କରି ଅପରେସନ ଆରମ୍ଭ କରିଥିଲା । ଏହି ଅପରେସନ ସମୟରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଆତଙ୍କବାଦୀଙ୍କ ଖୋଲା ଗୁଳିବିନିମୟକୁ ଦେଖି ସୋପିଆନ ଜିଲ୍ଲାର ସମସ୍ତ ପ୍ରକାରର ମୋବାଇଲ ନେଟୱର୍କ ବନ୍ଦ କରାଯାଇଥିଲା ।

ସୂଚନାନୁସାରେ ରବିବାର ରାତ୍ରରେ 9.30 ସମୟରେ ମାନିହିଲ ବାତାପୁର ଅଞ୍ଚଳରେ ଆତଙ୍କବାଦୀ ଛପି ରହିଥିବା ଖବର ପାଇ ସେନାର 34 ରାଷ୍ଟ୍ରୀୟ ରାଇଫଲସ,ସିଆରପିଏଫର 178 ବାଟାଲିଅନ ଓ ଜମ୍ମୁକାଶ୍ମୀର ପୋଲିସ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ଅପରେସନ ସମୟରେ ଘରକୁ ଘର ଯାଞ୍ଚ କରୁଥିବାବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହାପରେ ସୁରକ୍ଷାକର୍ମୀ 4 ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ଏହି ଅଞ୍ଚଳରେ 3 ରୁ 4 ଆତଙ୍କବାଦୀ ଲୁଚି ରହିଥିଲେ ବୋଲି ଜଣାପଡିଛି । ବର୍ତମାନ ମଧ୍ୟ ସେନା ଓ ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଅପରେସନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 22, 2021, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.