ETV Bharat / bharat

ଲାଲୁଙ୍କ ପରିବାରରେ ଫାଟ, RJD ଛାଡିସାରିଛନ୍ତି ତେଜପ୍ରତାପ !

author img

By

Published : Oct 6, 2021, 9:58 PM IST

ରାଷ୍ଟ୍ରୀୟ ଜନତା ଦଳ(RJD)ରେ ଫାଟ । ଚରମ ଛୁଇଁଛି ଦଳୀୟ କନ୍ଦଳ । ଏହାରି ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ । ଲାଲୁଙ୍କ ବଡପୁଅ ତେଜପ୍ରତାପ ଆଉ ଆରଜେଡିରେ ନଥିବା ଦାବି କରିଛନ୍ତି ଶିବାନନ୍ଦ । ଅଧିକ ପଢନ୍ତୁ...

ଲାଲୁଙ୍କ ପରିବାରରେ ଫାଟ, RJD ଛାଡିସାରିଛନ୍ତି ତେଜପ୍ରତାପ !
ଲାଲୁଙ୍କ ପରିବାରରେ ଫାଟ, RJD ଛାଡିସାରିଛନ୍ତି ତେଜପ୍ରତାପ !

ନୂଆଦିଲ୍ଲୀ: ବିହାର ମହାମେଣ୍ଟରେ ମହା ବିଦ୍ରୋହ । ରାଷ୍ଟ୍ରୀୟ ଜନତା ଦଳ(RJD)ରେ ଫାଟ । ଚରମରେ ପହଞ୍ଚିଛି ଦଳୀୟ କନ୍ଦଳ । ଏହାରି ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ । ଲାଲୁଙ୍କ ବଡପୁଅ ତେଜପ୍ରତାପ ଆଉ ଆରଜେଡିରେ ନଥିବା ଦାବି କରିଛନ୍ତି ଶିବାନନ୍ଦ । ସେ ଦଳରୁ ବାହାରିସାରିଥିବା ଶିବାନନ୍ଦ ନିଜ ଦାବିରେ କହିଛନ୍ତି ।

ବିହାରରେ ମୁଣ୍ଡ ଟେକୁଛି ବଂଶବାଦର ରାଜନୀତି । ଦୀର୍ଘ ବର୍ଷ ଧରି ବିହାରରେ ଶାସନ କରିଥିବା ପରିବାର ଭାଙ୍ଗିବାକୁ ବସିଛି । କ୍ରମାଗତ ବୟାନବାଜି ମଧ୍ୟରେ ଜାରି ରହିଛି ଟଣାଓଟରା । ରାଷ୍ଟ୍ରୀୟ ଜନତା ଦଳ(RJD) ଘରେ ଲାଗିଛି ନିଆଁ ।

ଶିବାନନ୍ଦ ତିୱାରୀଙ୍କ ଦାବି ଅନୁଯାୟୀ, ତେଜପ୍ରତାପଙ୍କୁ ଦଳର ନିର୍ବାଚନୀ ଚିହ୍ନ ଲଣ୍ଠନର ବ୍ୟବହାର ପାଇଁ ମଧ୍ୟ ଅନୁମତି ନାହିଁ । ଦଳରେ ତେଜସ୍ବୀ ଓ ତେଜପ୍ରତାପଙ୍କ ମଧ୍ୟରେ ସଂଘର୍ଷ ଉପରେ ଶିବାନନ୍ଦ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ତେଜପ୍ରତାପଙ୍କୁ ଦଳରୁ ବାହାର କରିଦିଆଯାଇଥିବା ସେ କହିଛନ୍ତି । ଲାଲୁ ଯାଦବଙ୍କ ପରେ ଦଳର ସମ୍ପୂର୍ଣ୍ଣ ଭାର ଏବେ ତେଜସ୍ବୀଙ୍କ ଉପରେ ରହିଛି ।

ଆରଜେଡି ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ କହିଛନ୍ତି, ତେଜପ୍ରତାପ ଦଳରେ କେଉଁଠି ଅଛନ୍ତି ? ସେ ତ ନୂଆ ମେଣ୍ଟ ଗଠନ କରିସାରିଛନ୍ତି । ସେ ଦଳରେ ନାହାଁନ୍ତି । ବହିଷ୍କୃତ କରାଯିବାର ପ୍ରଶ୍ନ ଉଠୁନି । ଶିବାନନ୍ଦଙ୍କ ଉତ୍ତରରୁ ବିହାର ମହାମେଣ୍ଟରେ ବଡ ଫାଟ ସୃଷ୍ଟି ହୋଇଥିବା ନଜର ଆସୁଛି ।

ଏହାପୂର୍ବରୁ ବିହାର ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ ନିଜ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଥିବାବେଳେ ଲାଲୁପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଦେଖାଇଥିଲେ ନିଜର ରୁଦ୍ରରୂପ । ଆରଜେଡିରେ ଆରମ୍ଭ ହୋଇଥିବା ଏହି କଳହ ଲାଲୁଙ୍କ ପରିବାର ମଝିରେ ଛିଡା କରିଥିଲା ପେଚେରୀ ।

ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ରାବଡୀ ନିବାସ ବାହାରେ ଦେଇଥିବା ବିବୃତ୍ତିରେ କ୍ରୋଧିତ ହୋଇଥିଲେ ସାନଭାଇ ତେଜସ୍ବୀ ଯାଦବ । ସାନଭାଇ ତେଜପ୍ରତାପଙ୍କ ବୟାନରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ତେଜସ୍ବୀ । ତେଜପ୍ରତାପଙ୍କ କାର୍ଯ୍ୟକଳାପରେ ନାରାଜ ତେଜସ୍ବୀ ସାନଭାଇକୁ ଶିଖାଇଥିଲେ ବାପା ମା'ଙ୍କ ଅନୁଶାସନ । ତେଜ ପ୍ରତାପଙ୍କ ନିରନ୍ତର ବୟାନ ଏବଂ ଜଗଦାନନ୍ଦ ସିଂ ଛାତ୍ର ଆରଜେଡି ରାଜ୍ୟ ସଭାପତି ପଦ ଗଗନ କୁମାରଙ୍କୁ ହସ୍ତାନ୍ତର କରିବା ପରେ ଏହି ଦୁଇ ନେତାଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.