ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଉଥିଲେ, ସଡ଼କ ଦୁର୍ଘଟଣାରେ 5 ପୋଲିସ କର୍ମୀ ମୃତ - ସଡକ ଦୁର୍ଘଟଣାରେ 5 ପୋଲିସ କର୍ମୀ ମୃତ

ଟ୍ରକ ସହ ପୋଲିସ ଗାଡି ମୁହାଁମୁହିଁ ଧକ୍କା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା 5 ପୋଲିସ କର୍ମୀଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ । ଅଧିକ ପଢ଼ନ୍ତୁ

several died in road accident
several died in road accident
author img

By ETV Bharat Odisha Team

Published : Nov 19, 2023, 11:07 AM IST

ଜୟପୁର: ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ଅଘଟଣ । ଟ୍ରକ ସହ ପୋଲିସ ଗାଡି ମୁହାଁ ମୁହିଁ ଧକ୍କା ହେବାକୁ 5 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି(ରବିବାର) ସକାଳ ସମୟରେ ରାଜସ୍ଥାନ ନାଗପୁରର ଚୁରୁରେ ଏହି ଦୁର୍ଘଟଣା ଘଟିଛି । ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ରହିଥିବା ବେଳେ ମୃତ ପୋଲିସ କର୍ମୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ରହିଥିବା ବେଳେ ଆଜି ଖିନଭସରର ଝୁନଝୁନୁରେ ଏକ ବୈଠକ କରିବେ । ଏଥି ପାଇଁ ମୋଦିଙ୍କ ସୁରକ୍ଷାରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସୁରକ୍ଷା ଦାୟିତ୍ବରେ ଯୋଗ ଦେବାକୁ ଆଜି ସକାଳୁ ଖିନଭସରରୁ ପୋଲିସ କର୍ମଚାରୀ ମାନେ ଝୁନଝୁନୁ ଅଭିମୁଖେ ବାହାରିଥିଲେ । ଚୁରୁ ଜିଲ୍ଲାର 58 ନମ୍ବର ଜାତୀୟ ରାଜ୍ୟପଥରେ ଏକ ଟ୍ରକ ସହ ପୋଲିସ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା ଓ 2 ଜଣ ଆହତ ହୋଇଥିଲେ । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ଦୁଇ ଆହତ ହେଉଛନ୍ତି କନେଷ୍ଟବଳ ସୁଖରାମ ଓ ହେଡ କନେଷ୍ଟବଳ ସୁଖରାମ ।

ଏହା ମଧ୍ୟ ପଢନ୍ତୁ-ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌: ୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଏନେଇ ପୋଲିସ କହିଛି ଯେ, ପୋଲିସ କର୍ମଚାରୀମାନେ ଆସୁଥିବା କାର୍‌ଟି ଏକ ଟ୍ରକ୍‌ ସହ 58 ନମ୍ବର ଜାତୀୟ ରାଜ୍ୟପଥରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ 5 ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । କନେଷ୍ଟବଳ ରାମକୁମାର କହିଛନ୍ତି ଯେ, ଝୁନଝୁନୁରେ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ ଥିଲା । ସୁରକ୍ଷା ଦାୟିତ୍ୱରେ ଥିବା 7 ଜଣ ପୋଲିସ କର୍ମଚାରୀ ସକାଳୁ କାର୍‌ ଯୋଗେ ଝୁନଝୁନୁ ଅଭିମୁଖେ ବାହାରିଥିଲେ । କିନ୍ତୁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ଘଟିବାରୁ 5ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଗଛରେ ପିଟିହେଲା ବରଯାତ୍ରୀ ଗାଡି; ଚାଲିଗଲା 6 ଜୀବନ

ଚୁରୁର ସୁଜାନଗଡ଼ ସଦର ପୋଲିସ ଷ୍ଟେସନ ପରିସରରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ନାଗପୁର ଜିଲ୍ଲାର ଖିନଭସର ପୋଲିସ ଷ୍ଟେସନର ପୋଲିସ୍ ରାମଚନ୍ଦ୍ର, କୁମ୍ଭାରାମ, ଥାନାରାମ, ଲକ୍ଷ୍ମଣ ସିଂ ଏବଂ ସୁରେଶଙ୍କର ମୃତ୍ୟୁ ଘଟିଥିବାବେଳେ କନଷ୍ଟେବଳ ସୁଖରାମ ଏବଂ ହେଡ୍‌ କନଷ୍ଟେବଳ ସୁଖରାମ ଆହତ ହୋଇଛନ୍ତି । ଆହତମାନଙ୍କୁ ଜେଏଲ୍ଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.