ETV Bharat / bharat

କେଦାରନାଥ ଯାତ୍ରା ସମୟରେ ଧସିଲା ପାହାଡ, 5 ତୀର୍ଥଯାତ୍ରୀ ମୃତ

ପ୍ରବଳ ବର୍ଷା ପରେ ଉତ୍ତରାଖଣ୍ଡରେ ଧସିଲା ପାହାଡ । 5 ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Aug 12, 2023, 10:39 AM IST

several pilgrims killed as landslide
several pilgrims killed as landslide

ଡେରାଡୁନ: ଉତ୍ତରଖଣ୍ଡରେ ପ୍ରବଳ ବର୍ଷା ପରେ ଧସିଲା ପାହାଡ । ଭୂସ୍ଖଳନ ହେବାରୁ 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୁଦ୍ରପ୍ରୟାଗ ଜିଲ୍ଲାର ଚୌକି ଫାଟା ଅନ୍ତର୍ଗତ ତାରସାଲୀରେ ଭୂସ୍ଖଳନ ହୋଇଛି । ଆବର୍ଜନା ତଳେ ପୋତି ହୋଇ କେଦାରନାଥ ଯାଉଥିବା ପାଞ୍ଚ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ 4 ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘‘ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ତାରସାଲୀରେ ଥିବା ଏକ ପାହାଡ କିଛି ଅଂଶ ଧସିଯିବାରୁ କେଦାରନାଥ ଜାତୀୟ ରାଜପଥର 60 ମିଟର ରାସ୍ତା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିଲା । ଏକ ଗାଡି ମଧ୍ୟ ଆବର୍ଜନାରେ ପୋତି ହୋଇଯାଇଥିଲା । ଶୁକ୍ରବାର ଦିନ ଗାଡି ମଧ୍ୟରୁ 5ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ଗୁଜୁରାଟର ବାସିନ୍ଦା ବୋଲି ଅଧିକାରୀ ମାନେ କହିଛନ୍ତି । ଅନ୍ୟ 4 ଜଣଙ୍କ ପରିଚୟ ମିଳିପାରିନାହିଁ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: 3 ମୃତ, 17 ରୁ ଅଧିକ ନିଖୋଜ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁସ୍ଖଳନ ଯୋଗୁଁ କେଦାରନାଥ ଧାମକୁ ଯାଇଥିବା ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜପଥ ଅବରୋଧ ହୋଇଥିଲା । ପ୍ରାୟ 60 ମିଟର ରାସ୍ତା ପର୍ଯ୍ୟନ୍ତ ପଥର ଖଣ୍ଡ ପଡିରହିଛି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଗତ ଦୁଇ ଦିନ ହେଲା ରୁଦ୍ରପ୍ରୟାଗ ସମେତ ରାଜ୍ୟର ଅନେକ ଜିଲ୍ଲାରେ ଲଗାତାର ବର୍ଷା ଲାଗି ରହିଛି । ଆସନ୍ତା 14 ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାକୁ ରେଡ ଓ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଏହା ମଧ୍ୟ ପଢନ୍ତୁ-Landslide In Raigad: ଭୂସ୍ଖଳନରେ ଦବିଲା ଗାଁ, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ-ବାୟାପଡା ଘାଟି ରାସ୍ତାରେ ଭୂସ୍ଖଳନ, ବାହ୍ୟ ଜଗତରୁ ବିଚ୍ଛିନ୍ନ ୭ରୁ ଊର୍ଦ୍ଧ୍ବ ଗାଁ

ଚଳିତ ମାସ ଆରମ୍ଭରୁ ଉତ୍ତରାଖଣ୍ଡରେ କେଦାରନାଥ ଯାତ୍ରା ପଥର ଗୌରୀକୁଣ୍ଡ ଠାରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଅନେକ ଲୋକ ନିଖୋଜ ହୋଇଯାଇଥିଲେ । ମୃତକ ଓ ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନେପାଳି ନାଗରିକ ଥିବାର ସୂଚନା ମିଳିଥିଲା । ଏହି ଭୂସ୍ଖଳନ ପରେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଥିଲା । ଜୁଲାଇ ମାସରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଖାଲପୁର ତହସିଲ ଅନ୍ତର୍ଗତ ଏକ ଗ୍ରାମରେ ଭୂସ୍ଖଳନ ହୋଇଥିଲା । ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.