ETV Bharat / bharat

Blast in Tamil Nadu: ବାଣ କାରଖାକାନାରେ ବିସ୍ଫୋରଣ ଘଟି 4 ମୃତ

author img

By ETV Bharat Odisha Team

Published : Oct 5, 2023, 7:38 AM IST

ବାଣ କାରଖାକାନାରେ ବାଣ ତିଆରି ବେଳେ ବିସ୍ଫୋରଣ ହେବାରୁ 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

explosion in firecracker factory
explosion in firecracker factory

ଚେନ୍ନାଇ: ତାମିଲନାଡୁରେ ଭୟଙ୍କର ବିସ୍ଫୋରଣ । ବାଣ ତିଆରି ବେଳେ ବିସ୍ଫୋରଣ ହେବାରୁ 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ନାଗାପାଟ୍ଟିନାମ୍ ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ କେତେ ଜଣେ ଆହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ମୃତକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି । ବାଣ ତିଆରି ପାଇଁ କାରଖାନାକୁ ଲାଇସେନ୍ସ ମିଳିଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି ।

ପୋଲିସର ସୂଚନା ଅନୁଯାୟୀ, ଆଗକୁ ଦୀପାବଳି ଆସୁଥିବାରୁ ବାଣ କାରଖାନାରେ ବାଣ ତିଆରିରେ ନିୟୋଜିତ ଥିଲେ ଶ୍ରମିକ ମାନେ । ବୁଧବାର ବାଣ ତିଆରି ଚାଲିଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା, ଫଳରେ ଘଟଣାସ୍ଥଳରେ 4 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ 100 ମିଟର ଦୂରରେ ଶ୍ରମିକଙ୍କ ମୃତଦେହ ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ବର୍ତ୍ତମାନ ସୁଦ୍ଧା ମୃତଦେହ ଚିହ୍ନଟ କରାଯାଇନାହିଁ।

ଏହା ମଧ୍ୟ ପଢନ୍ତୁ-ମହାରାଷ୍ଟ୍ରର ଏକ କମ୍ପାନୀରେ ବିସ୍ଫୋରଣ: 5 ଶ୍ରମିକ ମୃତ, ଏକାଧିକ ଆହତ

ନାଗାପାଟ୍ଟିନାମ୍ ଜିଲ୍ଲାର ଏସ୍‌ପି ହରିଶ ସିଂ କହିଛନ୍ତି ଯେ, "ଘଟଣା ସମୟରେ ବାଣ କାରଖାନା ଭିତରେ 8 ଜଣ ଲୋକ ଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନାଗାପାଟ୍ଟିନାମ୍ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଣ ତିଆରି ପାଇଁ ଏହି କାରଖାନାର ଲାଇସେନ୍ସ୍‌ ରହିଛି । 2023ରୁ 2026 ମଧ୍ୟରେ ଏଠାରେ ବାଣ ତିଆରି କରାଯାଇ ପାରିବ ବୋଲି ଲାଇସେନ୍ସ ମିଳିଛି । ବିସ୍ଫୋରକ ପାଉଡର ମିଶ୍ରଣ ସମୟରେ ଏହି ବିସ୍ଫୋରଣ ହୋଇଥାଇ ପାରେ । 2008ରୁ ଏହି କାରଖାନା ଆରମ୍ଭ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ- ଘାଟିରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ବିସ୍ଫୋରଣରେ ଥରିଲା ଅଞ୍ଚଳ

ସେପ୍ଟେମ୍ବର 23 ତାରିଖରେ ମହାରାଷ୍ଟ୍ର ଥାଣେର ଉଲହସନାଗରର ଶାହାଦ ଅଞ୍ଚଳରେ ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣ ହୋଇଥିଲା । ଫଳରେ 5 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । କମ୍ପାନୀର CS2 ବିଭାଗରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଏଥିରେ କମ୍ପାନୀରେ କାର୍ଯ୍ୟରତ 5ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବଂ ଅନେକ ଶ୍ରମିକ ଆହତ ହୋଇ ହସ୍ପିଟାରେ ଭର୍ତ୍ତି ହୋଇଥିଲେ । ଅଗଷ୍ଟ 27 ତାରିଖରେ ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ଉତ୍ତର 24 ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.