ETV Bharat / bharat

ମଥୁରାର ବାଙ୍କବିହାରୀ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ: ଦର୍ଶନ ପାଇଁ 4 କି.ମି ଲମ୍ବା ଲାଇନ, ଶ୍ୱାସରୁଦ୍ଧ ହୋଇ 2 ମହିଳା ଶ୍ରଦ୍ଧାଳୁ ମୃତ

author img

By ETV Bharat Odisha Team

Published : Dec 24, 2023, 10:43 PM IST

2 die of suffocation in Mathura Banke bihari temple: ମଥୁରା ବାଙ୍କବିହାରୀ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ବାସରୁଦ୍ଧ ହୋଇ 2 ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ମଥୁରାର ବାଙ୍କବିହାରୀ ମନ୍ଦିରରେ ଦର୍ଶନ ପାଇଁ 4 କିମି ଲମ୍ବା ଲାଇନ: ଶ୍ବସରୁଦ୍ଧ ହୋଇ 2 ମହିଳା ଶ୍ରଦ୍ଧାଳୁ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମଥୁରା ସ୍ଥିତ ବାଙ୍କବିହାରୀ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରାୟ 4 କି.ମି ଲମ୍ବା ଲାଇନ ଦେଖିବାକୁ ମିଳିଛି । ମାତ୍ରାଧିକ ଭିଡ଼ କାରଣରୁ ଦୁଇ ମହିଳା ଶ୍ରଦ୍ଧାଳୁ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ଧାଡ଼ିରେ ଛିଡ଼ା ହୋଇଥିବା ଦୁଇ ମହିଳା ଚେତା ହରାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ମୃତକ 62 ବର୍ଷୀୟା ଅଞ୍ଜଳି ଗୁପ୍ତା ବୋଲି ଜଣାପଡିଛି । ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ଅଘଟଣ ପରେ ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲା ।

ବର୍ଷର ଶେଷ ସପ୍ତାହରେ ଦର୍ଶନ ପାଇଁ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ରହୁଛି । ତେବେ ଗତକାଲି (ଶନିବାର) ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଆଜି (ରବିବାର) ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ଦର୍ଶନ କରିବା ପାଇଁ ଏକତ୍ରୀତ ହେବା ପରେ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା । ମନ୍ଦିରଠାରୁ ପ୍ରାୟ 4 କିମି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥିଲେ । ସମଗ୍ର ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଏହି କାରଣରୁ ଯାତାୟନ ସମେତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଭିଡ ମଧ୍ୟରେ ଦର୍ଶନ ଅପେକ୍ଷାରେ ଥିବା ଦୁଇ ମହିଳା ଭକ୍ତ ଜଣଙ୍କ ପରେ ଜଣେ ଅଚେତ ହୋଇପଡିଥିଲେ । ସମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେମାନଙ୍କ ଜୀବନ ରକ୍ଷା କରିବାରେ ସଫଳତା ମିଳିପାରିନି । ପୋଲିସ ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିଚୟ ଜାଣିବା ସହ ଉଭୟ ମୃତକଙ୍କ ପରିଜନଙ୍କୁ ମଧ୍ୟ ପୋଲିସ ଯୋଗାଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ :- ଛତିଶଗଡ ଦନ୍ତେଓ୍ବାଡାରେ ଏନକାଉଣ୍ଟର: 3 ନକ୍ସଲ ନିପାତ

ମନ୍ଦିରରେ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଏକାଧିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ମନ୍ଦିର ଚାରିପଟେ ପୋଲିସ ବାରିକେଡିଂ ମଧ୍ୟ କରିଛି । ପ୍ରବେଶ ଓ ପ୍ରସ୍ଥାନ ପାଇଁ ବିଶେଷ ବ୍ୟବସ୍ଥା ହୋଇଥିଲା । ହେଲେ ଏକାସାଙ୍ଗରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ କାରଣରୁ କୌଣସି ପୂର୍ବ ପ୍ରସ୍ତୁତି ମଧ୍ୟ ସଫଳ ହୋଇନି । ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଭିଡରେ ଫସି ରହିଥିଲେ । ମହିଳା, ଶିଶୁ ଓ ବୟସ୍କ ପ୍ରବଳ ଭିଡରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ବହୁଲୋକ ଚେତା ହରାଇବା ପରି ସ୍ଥିତି ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.