ETV Bharat / bharat

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଆଖି ବୁଜିଲେ ଗୋଟିଏ ପରିବାରର 5 ସଦସ୍ୟ

author img

By ETV Bharat Odisha Team

Published : Oct 31, 2023, 7:30 AM IST

ଉତ୍ତରପ୍ରଦେଶରେ ସଡ଼କ ଦୁର୍ଘଟଣା । ଗଛରେ କାର ପିଟି ହେବାରୁ 5 ଜଣଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ

accident in Uttar Pradesh
accident in Uttar Pradesh

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଅବେଳାରେ ଲିଭିଗଲା ପାଞ୍ଚ ଜୀବନ ଦୀପ । ଭାରସାମ୍ୟ ହରାଇ ଗଛରେ କାର ପିଟି ହେବାରୁ ଗୋଟିଏ ପରିବାରର 5 ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାରଡୋଇ ଅଞ୍ଚଳରେ। ମୃତକଙ୍କ ମଧ୍ୟରେ ଜଣେ 4 ବର୍ଷର ଶିଶୁ ରହିଛି। ବିଲହାଉର-କାଟାର ହାଇଓ୍ବାରେ ସୋମବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

ହାରଡୋଇ ପୋଲିସ ଷ୍ଟେସନର ସୁପରିଟେଣ୍ଡେଣ୍ଟ ଦୁର୍ଗେସ କୁମାର ସିଂ କହିଛନ୍ତି ଯେ, ବାରକାନ୍ତ ଗ୍ରାମରୁ ନାୟାଗୋଓକୁ ଏକ କାରରେ ଗୋଟିଏ ପରିବାରର 5 ଜଣ ଯାଉଥିଲେ। ହଠାତ ବିଲହାଉର-କାଟାର ହାଇଓ୍ବାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ 4 ବର୍ଷର ଶିଶୁ ମଧ୍ୟ ରହିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା: କାର ଓ ଟ୍ରଲି ମୁହାଁମୁହିଁ ଧକ୍କା, 7 ମୃତ

ଅକ୍ଟୋବର 29 ତାରିଖରେ ଅନୁରୂପ ଭାବରେ ରାଜସ୍ଥାନରେ ବି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 4ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳିକା ରହିଥିଲେ । ହନୁମାନଗଡ଼ ଜିଲ୍ଲାର ନାଉରଙ୍ଗଦେସରରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଟ୍ରଲି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କାରରେ ମୋଟ 9ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Chikkaballapur Road Accident: ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି, 2 ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା

ଚଳିତ ମାସ 26 ତାରିଖରେ କର୍ଣ୍ଣାଟକର ଚିକ୍କାବାଲାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ସିମେଣ୍ଟ ଟ୍ରକକୁ ପଛରୁ ଟାଟା ସୁମୋ କାର ଧକ୍କା ଦେବାରୁ 13 ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକ୍କାବାଲାପୁରର ଟ୍ରାଫିକ ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ 2 ଜଣ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.