ETV Bharat / bharat

80 ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର ଟ୍ରଲି: 8 ମୃତ, 50 ରୁ ଆହତ - ରାଜସ୍ଥାନ ଖବର

ରାଜସ୍ଥାନର ଝୁନଝୁନରେ 80 ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର ଟ୍ରଲି । 8 ମୃତ ସୂଚନା । 50 ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

80 ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର ଟ୍ରଲି: 8 ମୃତ, 50 ରୁ ଆହତ

author img

By

Published : May 29, 2023, 10:23 PM IST

ଜୟପୁର: ରାଜସ୍ଥାନର ଝୁନଝୁନରେ ଏକ ଟ୍ରାକ୍ଟର ଟ୍ରଲି 80 ଫୁଟ ତଳକୁ ଖସିପଡିବା କାରଣରୁ 8ଜଣ ପ୍ରାଣ ହରାଇଛନ୍ତି । ପ୍ରାୟ 50 ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ମଧ୍ୟ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପ୍ରଶାସନ ମୃତ୍ୟୁସଂଖ୍ୟା ନେଇ କିଛି ସୂଚନା ଦେଇନଥିବା ବେଳେ ଅତିକମରେ 8 ଜଣଙ୍କ ପ୍ରାଣହାନୀ ଘଟିଥିବା ଏକାଧିକ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ମୃତାହତଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରାଯାଇପାରିନି । ଟ୍ରାକ୍ଟରରେ କେତେ ଲୋକ ଥିଲେ ସେ ନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନି ।

ସୂଚନା ଅନୁସାରେ ପ୍ରାୟ 60 ରୁ ଅଧିକ ଲୋକେ ଏହି ଟ୍ରାକ୍ଟର ଟ୍ରଲିରେ ଯାତ୍ରା କରୁଥିଲେ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ 80 ଫୁଟ ତଳକୁ ଖସିପଡିଥିବା ଅନୁମାନ କରାଯାଉଛି । ଟ୍ରାକ୍ଟର ଟ୍ରଲି ବା ଡାଲା ତଳେ ଯାତ୍ରୀମାନେ ଚାପି ହୋଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲା । ପୋଲିସ ଓ ଅନ୍ୟ ଜରୁରୀ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ହେଲେ ଏପର୍ଯ୍ୟନ୍ତ ପ୍ରାୟ 8 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଗୁରୁତରଙ୍କ ସହ 50 ରୁ ଅଧିକ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଆହତ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ସମସ୍ତେ ଶ୍ରମିକ ଶ୍ରେଣୀର ହୋଇଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-କାର୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଚାଲିଗଲା ୧୦ ଜୀବନ

ଆଜି କର୍ଣ୍ଣାଟକ ମହୀଶୂରରେ ମଧ୍ୟ ଏକ ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ ହୋଇଥିଲା । କାର ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ 10 ଜଣ ପ୍ରାଣ ହରାଇବା ସହ ଅନ୍ୟ କିଛି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାରରେ କିଛି ଶ୍ରଦ୍ଧାଳୁ ମନ୍ଦିରରେ ଦର୍ଶନ ସାରି ବେଲାରିରୁ ମହୀଶୂର ଅଭିମୁଖେ ଫେରୁଥିଲେ । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ପୋଲିସ ଓ ପ୍ରଶାସନକୁ ସୂଚନା ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣା ଗଣମାଧ୍ୟମର ଚର୍ଚ୍ଚାରୁ ହଟିନଥିବା ବେଳେ ରାଜସ୍ଥାନରେ ଦୁର୍ଘଟଣା 8 ଜଣଙ୍କ ପ୍ରାଣ ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.