ETV Bharat / bharat

ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ, ୩ ମୃତ ୧୧ରୁ ଅଧିକ ଗୁରୁତର

author img

By

Published : May 14, 2023, 5:25 PM IST

ବିହାର ପରେ ତାମିଲନାଡୁରୁ ଆସିଲା ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ରୁ ଅଧିକ ଗୁରୁତର ଥିବା ସୂଚନା । ଅଧିକ ପଢ଼ନ୍ତୁ

several died after drinking spurious liquor in tamilnadu
ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ

ଚେନ୍ନାଇ: ପୁଣି ବିଷାକ୍ତ ମଦ ନେଲା ଜୀବନ । ତାମିଲନାଡୁରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ରୁ ଅଧିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭିଲ୍ଲୁପୁରମର ଏକିୟାକୁପ୍ପମ ସ୍ଥିତ ମତ୍ସଜୀବୀଙ୍କ ବସ୍ତିରେ ଏହି ଘଟଣା ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ: ବିହାରରେ ବିଷାକ୍ତ ମଦ ନେଲା 22 ଜୀବନ !

ପୋଲିସର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ କିଛି ଲୋକ ମିଳିତ ଭାବେ ମଦ୍ୟପାନ କରିଥିଲେ । ଏହାପରେ ବିଳମ୍ବିତ ରାତିରେ ସେମାନଙ୍କୁ ବାନ୍ତି ହୋଇଥିଲା । ଏହାପରେ ୧୧ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ରବିବାର ସକାଳେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଗୁରୁତରମାନଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Bihar Hooch Tragedy: ଗଲାଣି ୭୫ ଜୀବନ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଏହି ଘଟଣା ନେଇ ଭିଲ୍ଲୁପୁରମ ଜିଲ୍ଲା ପୋଲିସ ଅଧିକ୍ଷକ ଏନ. ଶ୍ରୀନିବାସ କହିଛନ୍ତି, ଦେଶୀ ମଦ ପିଇବା ପରେ କିଛି ଲୋକଙ୍କ ସ୍ବାସ୍ଥ୍ୟ ବିଗିଡିବା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖାଯାଇଛି ଏବଂ ଏହାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି । ମାରକ୍କନମ ଅଞ୍ଚଳ ନିକଟସ୍ଥ ଥିବା କିଛି ଗ୍ରାମରେ ପୋଲିସ ଚଢ଼ାଉ କରୁଛି । ଯେଉଁଠାରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ: Hooch Tragedy: ନୀତିଶଙ୍କୁ ଟାର୍ଗେଟ କଲେ ଚିରାଗ, କହିଲେ ଯିଏ ପିଆଇବ ସେ କଣ ମସ୍ତି କରିବ

ସୂଚନା ଥାଉକି, ବିହାରରେ କ୍ରମାଗତ ଭାବେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି । ନିକଟରେ ବିଷାକ୍ତ ମଦ ପିଇ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ଏକାଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ବିହାରର ମୋତିହାରି ଜିଲ୍ଲାରୁ ଏଭଳି ଘଟ ସାମ୍ନାକୁ ଆସିଥିଲା । ଏହାପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଏବେ 22ରେ ପହଞ୍ଚିଛି । ଗତ ଡିସେମ୍ବର ମାସରେ ବିହାରରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଛପରା ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ 76 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.