ETV Bharat / bharat

ଅଟୋ ସହ ବାଇକକୁ ପିଟିଲା ବିଧାୟକଙ୍କ ଜ୍ବାଇଁଙ୍କ କାର୍, ୬ ମୃତ

author img

By

Published : Aug 12, 2022, 7:17 AM IST

Updated : Aug 12, 2022, 10:04 AM IST

ଅଟୋ ଏବଂ ବାଇକକୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ୬ ଜଣ ମୃତ । ଅଧିକ ପଢନ୍ତୁ

ଗୁଜୁରାଟରେ ସଡକ ଦୁର୍ଘଟଣାରେ ୬ ମୃତ
ଗୁଜୁରାଟରେ ସଡକ ଦୁର୍ଘଟଣାରେ ୬ ମୃତ

ଗାନ୍ଧୀନଗର: ଗୁଜୁରାଟ ଆନନ୍ଦ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ କାର୍ ଏକାସାଙ୍ଗରେ ଅଟୋ ଏବଂ ବାଇକକୁ ପଛପଟୁ ଧକ୍କା ଦେବା ଯୋଗୁଁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଅଟୋ ଯାତ୍ରୀ ଏବଂ ଦୁଇ ଜଣ ବାଇକ ଆରୋହୀ ରହିଥିବା ପୋଲିସ ସୂଚନା ଦେଇଛି । ଗୁରୁବାର ସନ୍ଧ୍ୟା ସମୟରେ ଆନନ୍ଦ ଜିଲ୍ଲାର ସୋଜିତ୍ରା ତହସିଲ ଅନ୍ତର୍ଗତ ଦାଲି ଗାଁରେ ଏହି ଦୁର୍ଘଟଣା ଘଟିଛି । ସବୁଠୁ ବଡ କଥା ହେଉଛି, ଏହି ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ସୋଜିତ୍ରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକଙ୍କ ଜ୍ବାଇଁ ଖେତନ୍ ପଧିୟାର୍‌ ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଗତକାଲି ସନ୍ଧ୍ୟା ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ କିଛି ଗୋଟିଏ ପରିବାରର ସଦସ୍ୟ ରହିଛନ୍ତି । ସେମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କରି ଫେରୁଥିବା ସମୟରେ ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ବିଧାୟକଙ୍କ ଜ୍ବାଇଁଙ୍କ କାର୍‌ ଅଟୋ ଓ ବାଇକକୁ ପଛପଟୁ ଧକ୍କା ଦେଇଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

Last Updated : Aug 12, 2022, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.