ଥିରୁଅନନ୍ତପୁରମ: କେରଳର ବିଶ୍ବପ୍ରସିଦ୍ଧ ସାବରୀମାଳା ମନ୍ଦିର ପୁଣି ରଚିଲା ରେକର୍ଡ । ମନ୍ଦିରରେ ମକରଭିଲ୍ଲାକୁ ସିଜନରେ ମନ୍ଦିର ଟ୍ରଷ୍ଟ ୭ କୋଟି ଟଙ୍କା କଏନ ବା ମୁଦ୍ରା ସଂଗ୍ରହ ହୋଇଛି । ଏହି ସିଜନ ଆସନ୍ତା ୨୦ ତାରିଖରେ ଶେଷ ହେବାକୁ ଯାଉଛି । ହୁଣ୍ଡିରୁ ଏହି ମୁଦ୍ରାକୁ ସଂଗ୍ରହ କରାଯାଇ ଗଣନା କରିବା ପରେ ଏହା ୭ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଯାହା ଦ୍ବାରା ମନ୍ଦିର ନୂଆ ରେକର୍ଡ ରଚିଛି ।
ଶ୍ରଦ୍ଧାଳୁମାନେ ଦର୍ଶନ ସମୟରେ ହୁଣ୍ଡିରେ ଏହି ମୁଦ୍ରାକୁ ଦାନ କରିଥିଲେ । ଦାନ ପରେ ଏହି ମୁଦ୍ରାକୁ ସଂଗ୍ରହ କରାଯାଇ ଗଣନା କରାଯାଇଥିଲା । ମନ୍ଦିର ସୂତ୍ରରୁ ପ୍ରକାଶ ଯେ ହୁଣ୍ଡିରୁ ସଂଗୃହିତ ମୁଦ୍ରା ଗଣିବା ପାଇଁ ଅନେକ ଦିନ ଲାଗିଥିଲା । ହୁଣ୍ଡିରୁ ପ୍ରାୟ ୭ କୋଟି ମୂଲ୍ୟର ମୁଦ୍ରା ସଂଗ୍ରହ କରାଯାଇଛି ଏବଂ ଗଣନା ପାଇଁ ୬୦ ଜଣ ଲୋକଙ୍କୁ ନିୟୋଜିତ କରାଯାଇଥିଲା । ଏଯାବତ ୭ କୋଟି ଟଙ୍କାର ମୁଦ୍ରା ସଂଗ୍ରହ କରାଯାଇଛି । ଆଗକୁ ନୀଲକଲ ଏବଂ ପମ୍ବା ହୁଣ୍ଡି ଖୋଲିବାକୁ ଯାଉଛି । ଏଥିରୁ ମୁଦ୍ରା ସଂଗ୍ରହ କରିବା ପରେ ଏହା ୭ କୋଟିରୁ ଊର୍ଦ୍ଧ୍ବ ହେବ ।
ଏହା ବି ପଢନ୍ତୁ- ସରିଲା ସାବରୀମାଳା ମଣ୍ଡଳମ ସିଜିନ, ୨୨୨କୋଟି ରାଜସ୍ୱ ସଂଗ୍ରହ ରେକର୍ଡ
ଚଳିତ ବର୍ଷର ସମସ୍ତ ସିଜନ ମଧ୍ୟରେ ସାବରୀମାଳା ମନ୍ଦିର ମୋଟ ୩୧୮ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛି । ତେବେ ଏହି ଗଣନା ଶେଷ ବେଳକୁ ଏହି ସଂଖ୍ୟା ୩୩୦ କୋଟିରେ ପହଞ୍ଚିପାରେ ବୋଲି ଆଶା କରାଯାଉଛି । ଗଣନାରେ ବିଳମ୍ବ ହେତୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ନଷ୍ଟ ହେବା ପରେ କେରଳ ହାଇକୋର୍ଟ ଟ୍ରାଭାନକୋର ଦେବସ୍ବାମ ବୋର୍ଡରୁ ଦାନ ଗଣନା ସମ୍ପର୍କରେ ଏକ ରିପୋର୍ଟ ମାଗିଥିଲେ । ଏହି ଘଟଣାର ତଦନ୍ତ ତଥା ମନ୍ଦିରରେ ଦାନ ଗଣନାରେ ଯଦି କୌଣସି ବିଫଳତା ରହିଥାଏ ତେବେ ଏହାର ରିପୋର୍ଟ କୋର୍ଟଙ୍କ ନିକଟରେ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଛି ।