ଶ୍ରୀନଗର: ଜାମ୍ମୁ କଶ୍ମୀର ସୁରକ୍ଷାକର୍ମୀଙ୍କୁ ସଫଳତା । ସେନା-ପୋଲିସର ମିଳିତ ଉଦ୍ୟମରେ ଧରାପଡିଲା LeTର ଆତଙ୍କୀ । ଗତକାଲି ବାରମୁଲ୍ଲାର ଅଥୋରା କ୍ରେରି ଅଞ୍ଚଳରୁ ସୁରକ୍ଷାକର୍ମୀ ଓ ପୋଲିସର ମିଳିତ ସହଯୋଗରେ ଆତଙ୍କୀ ଜଣଙ୍କୁ ଗିରଫ କରାଯାଇଛି । ଏନେଇ କ୍ରେରି ପୋଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିବା ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ:-Baramulla Encounter: ଜଣେ ପୋଲିସ ଶହୀଦ, ୩ ପାକିସ୍ତାନୀ ଆତଙ୍କୀ ନିପାତ
ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ' ଶୁକ୍ରବାର ଦିନ ଅଥୋରା ବାଲା ବ୍ରିଜରେ ପୋଲିସ ଓ ସୁରକ୍ଷାକର୍ମୀ ଯାଞ୍ଚ କରୁଥିଲେ । ଏହି ସମୟରେ ଦୌଲତପୁରାରୁ ଆଟୋରା ବାଲା ଆଡାକୁ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରିଥିଲା ପୋଲିସ । ଏହି ସମୟରେ ବ୍ୟକ୍ତି ଜଣଙ୍କ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କାବୁ କରିନେଇଥିଲା' । ଆତଙ୍କୀଜଣଙ୍କ କ୍ରେରି ଅଞ୍ଚଳର ମହମ୍ମଦ ସଲିମ ଖାନ । ଗିରଫ ପରେ ତା ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ମ୍ୟାଗାଜିନ ଏବଂ ପାଞ୍ଚ ରାଉଣ୍ଡ ଗୁଳି ଜବତ କରାଯାଇଛି ।