ETV Bharat / bharat

ବରଯାତ୍ରୀଙ୍କ ଉପରେ ମାଡିଗଲା Scorpio: ଜଣେ ମୃତ, 31 ଆହତ - ଉତ୍ତରାଖଣ୍ଡ ଖବର

ଚାଲିଥିଲା ବିବାହ ଶୋଭାଯାତ୍ରା । ନାଚୁଥିବା ବରଯାତ୍ରୀଙ୍କ ଉପରେ ମାଡିଗଲା ଦୃତଗାମୀ ସ୍କର୍ପିଓ । ଜଣେ ମୃତ, ପ୍ରାୟ 31 ଆହତ । ସ୍କର୍ପିଓ ଡ୍ରାଇଭକୁ ନିର୍ଧୁମ ମାଡ । ଅଧିକ ପଢନ୍ତୁ

ବରଯାତ୍ରୀଙ୍କ ଉପରେ ମାଡିଗଲା ଦୃତଗାମୀ କାର
ବରଯାତ୍ରୀଙ୍କ ଉପରେ ମାଡିଗଲା ଦୃତଗାମୀ କାର
author img

By

Published : Feb 11, 2023, 7:53 PM IST

ବରଯାତ୍ରୀଙ୍କ ଉପରେ ମାଡିଗଲା ଦୃତଗାମୀ କାର

ଡେରାଡୁନ: ଚାଲିଥିଲା ବିବାହ ଶୋଭାଯାତ୍ରା, ଡିଜେ ତାଳେ ତାଳେ ନାଚି ରାସ୍ତା ଦୁଲୁକାଉଥିଲେ ବରଯାତ୍ରୀ । ହଠାତ ବରଯାତ୍ରୀଙ୍କ ଉପରେ ମାଡିଗଲା ଏକ ଦୃତଗାମୀ ସ୍କର୍ପିଓ କାର । ଏଥିରେ ଜଣେ ବ୍ଯକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ 31ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡର ବାହାଦରାବାଦ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଦୁର୍ଘଟଣା ଘଟାଇଥିବା କାର ଚଲାଉଥିବା ବ୍ୟକ୍ତି ଭାରତ କିଷାନ ୟୁନିଅନର ଜଣେ ନେତା ବୋଲି କୁହାଯାଉଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ରାତି ପ୍ରାୟ 12 ଟା ସମୟରେ ବେଲନା ଗାଁରୁ ଏକ ବିବାହ ଶୋଭାଯାତ୍ରା ବାହାରି ବାହାଦରାବାଦ ଧାନୋରୀ ରୋଡରେ ଥିବା ସର୍ଦ୍ଦାର ଫାର୍ମ ହାଉସରେ ପହଞ୍ଚିଥିଲା । ବରଯାତ୍ରୀମାନେ ରାସ୍ତା ଉପରେ ଡିଜେରେ ନାଚୁଥିଲେ । ଏହି ସମୟରେ ବାହାଦରାବାଦରୁ ଧାନୋରୀ ଆଡକୁ ଦୃତ ଗତିରେ ଆସୁଥିବା ଏକ ସ୍କର୍ପିଓ କାର ରାସ୍ତା କଡ଼ରେ ନାଚୁଥିବା ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ବହୁ ଲୋକଙ୍କୁ ଧକ୍କା ଦେଇ କାରଟି ଡିଜେ ବ୍ୟାଣ୍ଡରେ ପିଟି ହୋଇଥିଲା । ସମ୍ପୂର୍ଣ୍ଣ ଘଟଣାଟି କ୍ୟାମେରାରେ କଏଦ ହୋଇଛି । ଏଥିରେ ପ୍ରାଣ ହରାଇଥିବା ଜଣେ ମୃତକ ଡିଜେ ବ୍ୟାଣ୍ଡ ସଦସ୍ୟ ବୋଲି ଜଣାପଡିଛି । ତୁରନ୍ତ ଉକ୍ତ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗାଡି ଚଳାଉଥିବା ଡ୍ରାଇଭର ଓ କାରରେ ଥିବା ଲୋକଙ୍କୁ ବରଯାତ୍ରୀ ଆକ୍ରମଣ ମଧ୍ୟ କରିଥିବା ସୂଚନା ମିଳିଛି ।

କୁହାଯାଉଛି ଯେ ସ୍କର୍ପିଓ ଡ୍ରାଇଭର ସାହାରନପୁର ଜିଲ୍ଲାର ଭାରତୀୟ କିଷାନ ୟୁନିଅନର ଜଣେ କାର୍ଯ୍ୟକର୍ତ୍ତା । କାରରେ ଥିବା ସମସ୍ତ 5ଜଣ ପ୍ରବଳ ମଦ୍ୟପାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଲୋକଙ୍କ ମାଡରେ ଡ୍ରାଇଭର ସମେତ କାରରେ ଥିବା ଅନ୍ୟମାନେ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଓ ଆହତମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ପୋଲିସର ଭିନ୍ନ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାହାଦରାବାଦ ପୋଲିସ ଷ୍ଟେସନ ଅଧିକାରୀ ନୀତେଶ ଶର୍ମା କହିଛନ୍ତି, ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଉଭୟ ପକ୍ଷର ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.