ETV Bharat / bharat

SCO Meeting:ଚୀନ ପ୍ରତିପକ୍ଷଙ୍କୁ ରାଜନାଥଙ୍କ କଡା ସନ୍ଦେଶ, କ୍ଷେତ୍ରୀୟ ସମ୍ମାନ ବିନା ଶାନ୍ତି ଅସମ୍ଭବ

author img

By

Published : Apr 28, 2023, 9:38 PM IST

ଭାରତ ଗସ୍ତରେ ଅଛନ୍ତି ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଂଗଫୁ । ତାଙ୍କକୁ ଗସ୍ତକୁ ନେଇ ଭାରତର ସେଭଳି କୌଣସି ଉତ୍ସାହ ନାହିଁ । ଅଧିକ ପଢନ୍ତୁ

SCO Meeting
SCO Meeting

ନୂଆଦିଲ୍ଲୀ: ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମିଟ ପାଇଁ ଭାରତ ଗସ୍ତରେ ଅଛନ୍ତି ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଂଗଫୁ । ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାରତ ଗସ୍ତକୁ ନେଇ ଭାରତର ସେଭଳି କୌଣସି ଉତ୍ସାହ ନାହିଁ କି ତାଙ୍କର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ସେଭଳି କୌଣସି ଭବ୍ୟ ଆୟୋଜନ ନାହିଁ । 2020 ଗଲୱାନ ଘାଟି ସଂଘର୍ଷ ପରେ ପ୍ରଥମ ଥର ପାଇଁ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି ।

  • Addressed the SCO Defence Ministers’ meeting in New Delhi.
    India believes in maintaining peace & security based on UN Charter provisions.

    Exhorted for concerted efforts to ensure win-win cooperation for great gain. https://t.co/6PSMTmzIfy pic.twitter.com/VA9AIW7TMe

    — Rajnath Singh (@rajnathsingh) April 28, 2023 " class="align-text-top noRightClick twitterSection" data=" ">

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁ୍କ୍ରବାର ସାଙ୍ଘାଇ ସହଯୋଗ ସମିଟିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଚୀନ ପ୍ରତିପକ୍ଷଙ୍କୁ ପୁରା ନଜର ଅନ୍ଦାଜ କରିଥିଲେ । ଇସାରା ଇସାରାରେ ରାଜନାଥ ଚୀନକୁ କଡା ସନ୍ଦେଶ ଦେଇଥିଲେ । ଏସସିଓ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମିଳନୀରେ ରାଜନାଥ ସମସ୍ତ ପ୍ରତିପକ୍ଷଙ୍କ ସହ କରମର୍ଦ୍ଦନ କରିଥିଲେ । କିନ୍ତୁ ଚୀନ ପ୍ରତିପକ୍ଷଙ୍କୁ କରମର୍ଦ୍ଦନ ବଦଳରେ ପ୍ରତି ନମସ୍କାର କରି ଭାରତର ସଂକେତ ଦେଇଥିଲେ । ବୈଠକରେ ଚୀନର ନା ନନେଇ ରାଜନାଥ କଡା ପ୍ରହାର କରିଥିଲେ ।

ଏହାବି ପଢନ୍ତୁ- କର୍ଣ୍ଣାଟକ ଜନସଭାରେ କଂଗ୍ରେସକୁ ଟାର୍ଗେଟ, ନଡ୍ଡା କହିଲେ UPA ସମୟରେ ହୋଇଛି ୮୦ରୁ ଅଧିକ ସାମ୍ପ୍ରଦାୟିକ ଦଙ୍ଗା

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ , "ଭାରତ ଏମିତି ଏକ ଆଞ୍ଚଳିକ ସୁଦୃଢ ସହଯୋଗ ଢାଞ୍ଚାର ପରିକଳ୍ପନା କରେ, ଯେଉଁ ପରିକଳ୍ପନାରେ ସଦସ୍ୟ ଦେଶଙ୍କ ବୈଧାନିକ ହିତ ଥିବ, ସଂପ୍ରଭୁତା, ଅଖଣ୍ଡତା ପ୍ରତି ସମ୍ମାନ ଥିବ । ଏତତ ବ୍ୟତୀତ ଆତଙ୍କବାଦର ନିପାତ ପାଇଁ ସାମୂହିକ ସହଯୋଗ ଥିବ ।" ଆତଙ୍କବାଦ ବିରୋଧରେ କଡା ସନ୍ଦେଶ ଦେଇ ରାଜନାଥ କହିଛନ୍ତି, "ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ରାଷ୍ଟ୍ର ଗୁଡିକୁ ଏହାର ଜବାବଦେହୀ ପାଇଁ ବାଧ୍ୟ କରାଯାଉ ।"

ରାଜନାଥ ଏପରି କଠୋର ବୟାନ ଦେଇ ଚୀନକୁ ଇଶାରା ଇଶାରାରେ ଦୁଇଟି ସଂକେତ ଦେଇଛନ୍ତି । କ୍ଷେତ୍ରୀୟ ସଂପ୍ରଭୁତା ଅଖଣ୍ଡତା ପ୍ରସଙ୍ଗ ଉଠାଇ ଭାରତ ସୀମାରେ ଚୀନର ଅନୁପ୍ରବେଶ ଓ ବିଭିନ୍ନ ସମୟରେ ଭାରତର ଭୂଖଣ୍ଡ ଉପରେ ଚଳାଇଥିବା ଷଡ଼ଯନ୍ତ୍ରକୁ ଉଠାଇଛନ୍ତି । ଏହାସହ ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରସଙ୍ଗ ଉଠାଇ ରାଜନାଥ ଚୀନ ଓ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଚୀନ ପ୍ରତିପକ୍ଷଙ୍କ ଉପସ୍ଥିତିରେ ରାଜନାଥ କହିଛନ୍ତି, "ଭାରତ ଜାତିସଂଘ ଦ୍ବାରା ପ୍ରଣୋଦିତ ଅନ୍ତର୍ଜାତୀୟ ଆଇନ, ସୀମା ସୁରକ୍ଷା, ଶାନ୍ତି ସମୃଦ୍ଧିକୁ ସମ୍ମାନ ଦିଏ । ଏଥିପାଇଁ ବିଭିନ୍ନ ବୈଠକରେ ଏହି ପ୍ରସଙ୍ଗକୁ ପ୍ରତିବଦ୍ଧତାର ସହ ଉଠାଇ ଥାଏ । ଭାରତ ଆଶା ରଖେ ଏସସିଓ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ଅନ୍ତର୍ଜାତୀୟ ଆଇନ, ଏସସିଓ ସଂଗଠନର ନିୟମାବଳୀ ଅନୁସରଣ କରିବେ । ଭାରତ ପୁରା ବିଶ୍ବକୁ ଏକ ପରିବାର ମାନେ । ସେହି ଆଧାରରେ ଭାରତ କାମ କରେ । କିନ୍ତୁ କିଛି ରାଷ୍ଟ୍ର ଭାରତର ଏହି ବିଶ୍ବାସକୁ ବାରମ୍ବାର କୁଠାରଘାତ କରୁଛନ୍ତି । ଶାନ୍ତିପ୍ରିୟ ଭାରତ କୌଣସି ଦେଶର କ୍ଷତି ଚାହେଁନାହିଁ । ହେଲେ ଭାରତ ଏହି ପଦକ୍ଷେପକୁ କେହି ଦୁର୍ବଳତା ଭାବିବା ଅନୁଚିତ ।"

  • मेरे लिए यह अत्यंत महत्वपूर्ण है, कि मुझे SCO के Defence Ministers की meeting को chair करने का अवसर प्राप्त हुआ है। इस बैठक में शामिल होने के लिए, आप लोगों ने अपने अत्यंत busy schedule में से समय निकाला, इसके लिए मैं आप सभी का आभार व्यक्त करता हूँ: रक्षा मंत्री

    — रक्षा मंत्री कार्यालय/ RMO India (@DefenceMinIndia) April 28, 2023 " class="align-text-top noRightClick twitterSection" data=" ">

ଏସସିଓ ସଂଗଠନ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମିଳନୀରେ ରାଜନାଥ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ଆହ୍ବାନ ଦେଇଛନ୍ତି । ରାଜନାଥ କହିଛନ୍ତି ଆତଙ୍କବାଦର କୌଣସି ବି ରୂପକୁ ଗ୍ରହଣ କରାଯାଇ ପାରିବ ନାହିଁ । ଏହାର କୌଣସି ବି ରୂପକୁ ସମର୍ଥନ ମାନବତା ବିରୋଧରେ ଅପରାଧ ଅଟେ । ଶାନ୍ତି ସମୃଦ୍ଧି ଓ ଆତଙ୍କବାଦ ସାଥୀ ହୋଇ ରହିପାରିବେ ନାହିଁ । ଯଦି କୌଣସି ଦେଶ ଆତଙ୍କବାଦକୁ ସମର୍ଥନ ସହଯୋଗ କରୁଛି ସେହି ଦେଶ ନିଜ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି ।

  • यह forum, हम सभी को अपने-अपने विचारों का आदान-प्रदान करने, अपने perspectives एवं concerns को share करने का अवसर प्रदान करता है। यह एक महत्त्वपूर्ण मंच है, जहाँ हम अपने समक्ष उपस्थित चुनौतियों पर बातचीत कर सकते हैं, उनका समाधान खोज सकते हैं: रक्षा मंत्री

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.