ETV Bharat / bharat

ଦିଲ୍ଲୀରେ ଶୀତ ଲହରୀ ଜାରି, ପୁଣି ୫ ଦିନ ପାଇଁ ପ୍ରାଥମିକ ସ୍କୁଲ ଛୁଟି

Schools Closed in Delhi: ଦିଲ୍ଲୀରେ ଶୀତକାଳୀନ ଛୁଟି ବୃଦ୍ଧି । ହେଲେ ଆସନ୍ତା କାଲିଠାରୁ ଷଷ୍ଠରୁ ଦ୍ୱାଦଶ ଯାଏଁ ସ୍କୁଲ ଖୋଲିବକୁ ଥିବାବେଳେ ନର୍ସରୀରୁ ୫ମ ଶ୍ରେଣୀ ଯାଏଁ ଛୁଟି ଘୋଷଣା କରାଯାଇଛି ।ଅଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 7, 2024, 8:04 PM IST

ଦିଲ୍ଲୀରେ ବଢୁଛି ଶୀତ: ପୁଣି ୫ ଦିନ ପାଇଁ ପ୍ରଥମିକ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଦେଶରେ ଶୀତ ଲହରୀ ଜାରି ରିହଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଶୀତର ପ୍ରକୋପ ଯୋଗୁଁ ଲୋକଙ୍କ ଜୀବନଯାପନରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି । ତେବେ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରେ କଷ୍ଟ ଅନୁଭବ କରୁଛନ୍ତି । ଏଥିପାଇଁ ଦିଲ୍ଲୀ ସରକାର ପୁଣି ଆଗାମୀ ପାଞ୍ଚ ଦିନ ପାଇଁ ପ୍ରାଥମିକ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ନର୍ସରୀଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଛୁଟି କରିଛନ୍ତି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅତିଶି ମାର୍ଲେନା ନିଜ ଏକ୍ସ ମଧ୍ୟମରେ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ଶୀତକାଳୀନ ଛୁଟିକୁ ବୃଦ୍ଧି କରିଛନ୍ତି ସରକାର । ତାପମାତ୍ରା ହ୍ରାସ ଯୋଗୁଁ କୁହୁଡିର ମାତ୍ରା ମଧ୍ୟ ଅଧିକ ରହିଛି । ଫଳରେ ଯାତାୟତରେ ମଧ୍ୟ ସମସ୍ୟା ଦେଖିବାକୁ ମିଳୁଛି । ରାଜଧାନୀର ସମସ୍ତ ସରାକାରୀ ତଥା ବେସରକାରୀ ସ୍କୁଲ ଗୁଡିକରେ ନର୍ସରୀଠାରୁ ୫ମ ଶ୍ରେଣୀ ଯାଏଁ ଛୁଟି ଘୋଷଣା କରାଯାଇଛି । ଏହାସହ ଷଷ୍ଠରୁ ଦଶମ ଯାଏଁ ସମସ୍ତ ସ୍କୁଲ ସକାଳ ୮ଟା ପୂର୍ବରୁ ଖୋଲିବ ନାହିଁ ଏବଂ ସନ୍ଧ୍ୟା ୫ଟା ପୂର୍ବରୁ ସ୍କୁଲଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଶୀତ ଲହରୀ ଦିଲ୍ଲୀ ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବୃଦ୍ଧି ପାଇଛି । ପୂର୍ବ ରାଜସ୍ଥାନର କିଛି ଅଂଶ, ଉତ୍ତର ପଶ୍ଚିମ ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବର କେତେକ ସ୍ଥାନରେ ସୂର୍ଯ୍ୟକିରଣ ପଡୁନଥିବାରୁ ଶୀତ ପ୍ରକୋପ ଦିନକୁ ଦିନ ବଢୁଛି ।

ଏହା ମଧ୍ୟ ପଢନ୍ତୁ ......ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡି ସମ୍ଭାବନା

ଶିକ୍ଷାମନ୍ତ୍ରୀ ଅତିଶି ମାର୍ଲେନା କହିଛନ୍ତି, "ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟଗୁଡିକ ବନ୍ଦ ରଖାଯାଇଛି । କାରଣ ବର୍ତ୍ତମାନ ସକାଳ ସମୟରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଷଷ୍ଠରୁ ଦ୍ୱାଦଶ ଯାଏଁ କାଲିଠାରୁ ସ୍କୁଲ ଖୋଲିବ । ଏହା ସହ ସକାଳ ୮ଟା ପୂର୍ବରୁ କୌଣସି ସ୍କୁଲ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସନ୍ଧ୍ୟା ୫ଟା ପୂର୍ବରୁ ସ୍କୁଲଗୁଡିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । "

ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଆଗାମୀ ସୋମବାର ଯାଏଁ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ସମାନ ପାଗ ରହିବ । ଏହାପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ସମ୍ଭାବନା ରହିଛି । ଅନ୍ୟପଟେ ପଞ୍ଜାବ ଏବଂ ହରିୟାଣା ସର୍ବନିମ୍ନ ତାପମାତ୍ରା ୯ରୁ ୧୨ ଡିଗ୍ରୀ ସେଲସିୟସ ଭିତରେ ରହିଥିବାବେଳେ ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶଏବଂ ଉତ୍ତର ପ୍ରଦେଶରେ ୧୩ରୁ ୧୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି । ଦିଲ୍ଲୀର ଆକାଶ କୁହୁଡିମୟ ରହିଥିବା ବେଳେ ତାପମାତ୍ରା ହ୍ରାସ ପାଇଛି ।

Delhi fog: Five-day respite for students up to class 5

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.