ETV Bharat / bharat

ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା: ଅଭିଯୁକ୍ତ ଗର୍ଭବତୀ ପତ୍ନୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାରେ ଗର୍ଭବତୀ ମହିଳା ଅଭିଯୁକ୍ତଙ୍କୁ ଜାମିନ ଦେଲେ ସର୍ବୋଚ୍ଚ କୋର୍ଟ । ଜାନୁଆରୀରେ ହୋଇଥିଲେ ଗିରଫ । ଜୁନ 30ରେ ମିଳିଥିଲା ଅନ୍ତରୀଣ ଜାମିନ । ଅଧିକ ପଢନ୍ତୁ

author img

By

Published : Aug 5, 2023, 8:19 PM IST

ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା: ଅଭିଯୁକ୍ତ ଗର୍ଭବତୀ ପତ୍ନୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ
ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା: ଅଭିଯୁକ୍ତ ଗର୍ଭବତୀ ପତ୍ନୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ନୂଆଦିଲ୍ଲୀ: ସ୍ବାମୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ମାମଲାରେ ଦିଲ୍ଲୀର ଜଣେ ଗର୍ଭବତୀ ମହିଳା ଅଭିଯୁକ୍ତଙ୍କୁ ସର୍ବୋଚ୍ଚ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମହିଳାଜଣଙ୍କ ନିଜ ସ୍ବାମୀଙ୍କୁ ପ୍ରବର୍ତ୍ତାଇବାରୁ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଜାନୁଆରୀ ମାସରେ ଏହି ଘଟଣା ଘଟିଥିଲା । ମହିଳାଜଣଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଜୁନ 30 ତାରିଖରେ ଅଭିଯୁକ୍ତଙ୍କୁ ସର୍ବୋଚ୍ଚ କୋର୍ଟରୁ ଅନ୍ତରୀଣ ଜାମିନ ମିଳିଥିବା ବେଳେ ଏହି ସପ୍ତାହର ଆରମ୍ଭରେ ସର୍ବୋଚ୍ଚ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀର ଏହି ଦମ୍ପତିଙ୍କ ମଧ୍ୟରେ କଲେଜ ପାଠପଢା ସମୟରୁ ପ୍ରେମ ହୋଇଥିଲା । 2011ରେ ସେମାନେ ବିବାହ କରିଥିଲେ । 2016 ପର୍ଯ୍ୟନ୍ତ ଉଭୟଙ୍କ ମଧ୍ଯରେ ସୁସମ୍ପର୍କ ଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ଆରମ୍ଭ ହୋଇଥିଲା । ଯୁବକ ଜଣଙ୍କ ଏକ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । କ୍ରମଶଃ ଏହି ମତାନ୍ତର ବିବାଦ ଓ ଘରୋଇ ହିଂସାରେ ପରିଣତ ହେବାକୁ ଲାଗିଲା । ଚଳିତବର୍ଷ (2023) ଜାନୁଆରୀରେ ଯୁବକଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତାଙ୍କର ପତ୍ନୀ ଏଥିରେ ତାଙ୍କୁ ପ୍ରବର୍ତ୍ତାଇଥିଲେ । ପରୋକ୍ଷ ଭାବେ ଆତ୍ମହତ୍ୟା କରିବା ପାଇଁ ଉସକାଇଥିବା ଅଭିଯୋଗ ହୋଇଥିଲା । ଏପରି ଅଭିଯୋଗରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବେଲ ଖାରଜ ହେବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-Bengaluru: ମୃତଦେହ ସହ ତିନିଦିନ, ପତ୍ନୀ ଓ ଦୁଇ ଝିଅଙ୍କୁ ହତ୍ୟା ପରେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା !

ତେବେ ଜେଲରେ ଥିବା ସମୟରେ ମହିଳା ଅଭିଯୁକ୍ତଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିଲା । ପରେ ସେ ପୂର୍ବରୁ ବେଲ ପାଇନଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହି କାରଣ ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ବେଲ ଆବେଦନ କରିଥିଲେ । ଗତ ଜୁନ 30 ତାରିଖରେ ଗର୍ଭାବସ୍ଥା କରଣରୁ ସର୍ବୋଚ୍ଚ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଚଳିତ ସପ୍ତାହ ଆରମ୍ଭରେ ଏହି ବେଲ ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ବିଚାରପତି ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କ ନେତୃତ୍ବଧୀନ ଖଣ୍ଡପୀଠ ଶୁଣାଣି କରି ମହିଳା ଅଭିଯୁକ୍ତଙ୍କୁ ନିୟମିତ ବେଲ ପ୍ରଦାନ କରିଛନ୍ତି । କେବଳ ସେ ଗର୍ଭବତୀ ଥିବା କାରଣରୁ ତାଙ୍କୁ କୋର୍ଟ ବେଲ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.