ETV Bharat / bharat

ଦିଲ୍ଲୀ ସରକାରଙ୍କ ବାଣ ନିଷେଧାଦେଶ: ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ - ସର୍ବୋଚ୍ଚ କୋର୍ଟରେ ବାଣଫୁଟା ବିବାଦ

ଦିଲ୍ଲୀ ସରକାରଙ୍କ ବାଣ ନିଷେଧାଦେଶ । ଦିଲ୍ଲୀରେ ବାଣଫୁଟା ସମ୍ପୂର୍ଣ୍ଣ ନିଷେଧାଦେଶ ଉପରେ କଟକଣା ଲାଗୁ କରିବାକୁ ମନା କଲେ ସର୍ବୋଚ୍ଚ କୋର୍ଟ (SC declines urgent hearing of firecrackers ban)। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ବିଜେପି ସାଂସଦ ମନୋଜ ତିଓ୍ବାରୀ । ଅଧିକ ପଢନ୍ତୁ

ଦିଲ୍ଲୀ ସରକାରଙ୍କ ବାଣ ନିଷେଧାଦେଶ ଉପରେ ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

author img

By

Published : Oct 20, 2022, 6:15 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବାଣ ନିଷେଧାଦେଶ । ଦିଲ୍ଲୀରେ ଦିପାବଳୀରେ ବାଣଫୁଟାଇବା ଉପରେ ଦିଲ୍ଲୀ ସରକାର ଜାରି କରିଥିବା ନିଷେଧାଦେଶ ବିରୋଧରେ ହୋଇଥିବା ମାମଲାର ତ୍ବରିତ ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ (SC declines urgent hearing of firecrackers ban) । ଦିଲ୍ଲୀ ସରକାର ଗ୍ରହଣ କରିଥିବା ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ବାରୀ । ତେବେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀ ଓ ଏନସିଆରରେ ବାଣ ପ୍ରସ୍ତୁତି, ଗଚ୍ଛିତ ରଖିବା, ବିକିବା ଓ କିଣିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର ।

ଆଜି ଏହି ମାମଲାର ଶୁଣାଣି ଜଷ୍ଚିସ ଏମଆର ଶାହଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶାଙ୍କ ଶେଖର ଝା ମାମଲା ପରିଚାଳନା କରିଥିଲେ । ତେବେ ଦିପାବଳୀ ପାଖାଉଥିବା ବେଳେ ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ନିବେଦନ କରିଥିଲେ ଆବେଦନକାରୀ ଓକିଲ । ଏହି ମାମଲାରେ ତ୍ବରିତ ଶୁଣାଣି ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ସହ ଦିଲ୍ଲୀବାସୀ ସୁସ୍ଥ ବାୟୁ ସହ ନିଶ୍ବାସ ନିଅନ୍ତୁ ବୋଲି ମଧ୍ୟ କହିଥିଲେ । ଖଣ୍ଡପୀଠ କହିଥଲେ, ‘‘ଅନ୍ୟ ମାଧ୍ୟମରେ ମଧ୍ୟ ପର୍ବ ପାଳନ କରିବା ସମ୍ଭବ । ବାଣ ଫୁଟାଇବା ଏକମାତ୍ର ବିକଳ୍ପ ନୁହେଁ । ଲୋକମାନେ ସେମାନଙ୍କ ଅର୍ଥ ମିଠା କିଣିବାରେ ମଧ୍ୟ ଖର୍ଚ୍ଚ କରିପାରନ୍ତି ।’’

ତେବେ ଦିଲ୍ଲୀରେ ବିଗତ କିଛି ବର୍ଷରେ ମାତ୍ରାଧିକ ପ୍ରଦୂଷଣ ଚିନ୍ତା ବଢାଇଛି । ସମଗ୍ର ବିଶ୍ବରେ ଦିଲ୍ଲୀ ଏକ ପ୍ରଦୂଷିତ ସହର ଭାବେ କୁଖ୍ୟାତି ଅର୍ଜନ କରିବାକୁ ବସିଲାଣି । ଦିଲ୍ଲୀବାସୀ ମଧ୍ୟ ପ୍ରଦୂଷଣରେ ନାନାଦି ରୋଗରେ ଛଟପଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସହରରେ କୌଣସି ପ୍ରକାର ବାଣ ପ୍ରସ୍ତୁତି, ଗଚ୍ଛିତ ରଖିବା ସହ ବିକ୍ରି କିମ୍ବା କ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । ଯାହାକୁ ନେଇ ଆପତ୍ତି ଉଠାଇବା ସହ ଏହି ନିଷେଧାଦେଶକୁ ଅବୈଧ ଘୋଷଣା କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ ଦିଲ୍ଲୀ ବିଜେପି ସାଂସଦ ମନୋଜ ତିଓ୍ବାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.