ETV Bharat / bharat

ପାଠ୍ୟକ୍ରମ ପୂରଣ ଦ୍ୱନ୍ଦ୍ୱରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ, କେନ୍ଦ୍ରର ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Sep 24, 2022, 7:09 PM IST

ମେଡିକାଲ ପାଠ୍ୟକ୍ରମ ପୂରଣ କରିବାକୁ ଭାରତରେ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ । ଏହି ଅକ୍ଟୋବର ୧୧ସୁଦ୍ଧା ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କରି ଏହାର ଜବାବ ଦେବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ପାଠ୍ୟକ୍ରମ ପୂରଣ ଦ୍ବନ୍ଦ୍ବରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ, କେନ୍ଦ୍ରର ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପାଇଁ ଡାକ୍ତରୀ ପଢା ପ୍ରଭାବିତ ହୋଇଛି । ପ୍ରଭାବିତ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀ (Ukraine returned student)ଙ୍କୁ ଭାରତ ତଥା ଓଡିଶାରେ ଥିବା ବିଭିନ୍ନ ମେଡିକାଲ କଲେଜ (SC on future of Ukraine returned student) ରେ ପାଠ ପଢିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ତେବେ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କରି ସମସ୍ୟାର ସମାଧାନ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ ଛାତ୍ରଛାତ୍ରୀଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ମିଳିତ ଖଣ୍ଡପୀଠ । ଏହି ପ୍ରଭାବିତ ଛାତ୍ରଛାତ୍ରୀ ଭାରତରେ ସେମାନଙ୍କ ମେଡିକାଲ ପାଠ୍ୟକ୍ରମ ଶେଷ କରିବା ପାଇଁ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ । ତେବେ କୋର୍ଟ ଆସନ୍ତା ଅକ୍ଟୋବର ୧୧ ସୁଦ୍ଧା ଏହାର ଜବାବ କୋର୍ଟଙ୍କୁ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ରହିଛି ।

ଭାରତୀୟ କଲେଜରେ ୨୦ ହଜାର ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେବା ସମ୍ଭବ ନୁହେଁ ଏବଂ ସେମାନଙ୍କୁ ବିଦେଶୀ କଲେଜ ଯିବାକୁ ପଡିବ ବୋଲି କେନ୍ଦ୍ର ସରକାର କହିଥିଲେ । କେନ୍ଦ୍ର ସରକାରଙ୍କ ଏହି ମନ୍ତବ୍ୟ ପରେ ଛାତ୍ରଛାତ୍ରୀଙ୍କ ସହ ସରକାର ଯୋଗାଯାଗ କରି କଲେଜଗୁଡ଼ିକର ସବିଶେଷ ତଥ୍ୟ, ସିଟର ଉପଲବ୍ଧତା ଆଦି ପ୍ରଦାନ କରିବା ଲାଗି ଏରକ ପୋର୍ଟାଲ ଲଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ଦ୍ବାରା ଛାତ୍ରଛାତ୍ରୀ ମେଡ଼ିକାଲ କଲେଜରେ ଆଡମିଶନ ପାଇପାରିବା ସହିତ ଏଜେଣ୍ଟଙ୍କ ଠକେଇରୁ ବଞ୍ଚିତ ହୋଇପାରିବେ ।

ଏହା ବି ପଢନ୍ତୁ- ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଭାରତରେ ପଢିବେ ମେଡିକାଲ ପାଠ !

କେନ୍ଦ୍ର କୋର୍ଟଙ୍କୁ କହିଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିବା ବେଳେ କୋର୍ଟଙ୍କ ପରାମର୍ଶ ଉପରେ ଆଲୋଚନା କରୁଛି । ଛାତ୍ରଛାତ୍ରୀ କୋର୍ଟଙ୍କୁ ମଧ୍ୟ ସୂଚନା ଦେଇଛନ୍ତି ଯେ ୟୁକ୍ରେନର ଅନେକ କଲେଜ ଛାତ୍ରଛାତ୍ରୀଙ୍କୁ ସେଠାରୁ ସେମାନଙ୍କ ଟ୍ରାନ୍ସଫର ଡକ୍ୟୁମେଣ୍ଟ ସଂଗ୍ରହ କରିବାକୁ କହିଛନ୍ତି ଏବଂ ଅନେକ ସେମାନଙ୍କୁ ଡକ୍ୟୁମେଣ୍ଟ ଦେବା ପୂର୍ବରୁ ସମ୍ପୂର୍ଣ୍ଣ ଦେୟ ମାଗିଛନ୍ତି । ଏହି ସମସ୍ୟାର ମୁକାବିଲା ପାଇଁ ଛାତ୍ରଛାତ୍ରୀ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ।

ଏହା ବି ପଢନ୍ତୁ- ଅନ୍‌ଲାଇନ ପାଠପଢା ଆରମ୍ଭ, ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଆଶ୍ୱସ୍ତ

ଅନ୍ୟପଟେ କୋର୍ଟ କହିଛନ୍ତି ଯେ ୟୁକ୍ରେନର କିଛି ମେଡ଼ିକାଲ କଲେଜ ଅନଲାଇନରେ ପାଠପଢା ଆରମ୍ଭ କରିଛନ୍ତି । ପ୍ରାୟ ୫୦୦ରୁ ୧ ହଜାର ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି । ଏପରି ଅନଲାଇନ ଶିକ୍ଷା ଦ୍ବାରା ଡିଗ୍ରୀ ଲାଗି ନ୍ୟାସନାଲ ମେଡିକାଲ କମିଶନ ସ୍ବୀକୃତି ଦେବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଛି । ତେବେ ସମସ୍ତ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ଏବଂ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଏହାର ଜବାବ ଦେବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି। ଅକ୍ଟୋବର ୧୧ ରେ ଏହି ମାମଲାର ଶୁଣାଣି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.