ETV Bharat / bharat

ଶଶିକଳାଙ୍କ ସନ୍ୟାସ: ବିବାହ ସୁଟିଂ କରି ଜୟଲଳିତାଙ୍କ ହୋଇଥିଲେ ନିକଟତର

author img

By

Published : Mar 6, 2021, 2:56 PM IST

ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ୟାସ ନେଇଛନ୍ତି ଶଶିକଳା । ଏଆଇଏଡିଏମକେ ନେତାଙ୍କୁ ଏକଜୁଟ ରହିବାକୁ ପରାମର୍ଶ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେକୁ ହରାଇବାକୁ ଜୋର ଦେଇଥିଲେ ଶଶିକଳା । ଅଧିକ ପଢନ୍ତୁ...

ଶଶିକଳାଙ୍କ ସନ୍ୟାସ
ଶଶିକଳାଙ୍କ ସନ୍ୟାସ

ହାଇଦ୍ରାବାଦ: ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ୟାସ ନେଇଛନ୍ତି ଶଶିକଳା । ଏଆଇଏଡିଏମକେ ନେତାଙ୍କୁ ଏକଜୁଟ ରହିବାକୁ ପରାମର୍ଶ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେକୁ ହରାଇବାକୁ ଜୋର ଦେଇଥିଲେ ଶଶିକଳା । ନିକଟରେ ଜେଲରୁ ମୁକୁଳିଥିଲେ ଭିକେ ଶଶିକଳା। ଦୀର୍ଘ 4 ବର୍ଷ ସଜା କାଟିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଘନିଷ୍ଠ ତଥା ତାମିଲବାସୀଙ୍କ ପାଖରେ ଚିନ୍ନମ୍ମା ଭାବେ ପରିଚିତ ।

ଜୟଲଳିତାଙ୍କ ମୃତ୍ୟୁ ପରେ ଶଶିକଳା ଡିସେମ୍ବର 2016 ରେ AIADMK ର ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ନେତୃତ୍ବାଧୀନ ଦଳ ତାଙ୍କୁ ବହିଷ୍କୃତ କରିଥିଲେ। ପୁର୍ନବାର ନଭେମ୍ବର 2019ରେ ଶଶିକଳା ଲାଇମଲାଇଟକୁ ଆସିଥିଲେ। ଯେତେବେଳେ ଆୟକର ବିଭାଗ ତାଙ୍କର 1,600 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା।

ଶଶିକଳାଙ୍କ ଜୀବନୀ-

  • ଶଶିକଳା 1954 ମସିହାରେ ମନ୍ନାର୍ଗୁଡିରେ ବିବେକାନନ୍ଦ ଏବଂ କୃଷ୍ଣଭେନୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ।
  • ତାଙ୍କର 4 ଭାଇ ସୁନ୍ଦରଭଦନମ୍, ଜୟରାମନ୍, ଡ଼ଃ ବିନୋଧାଗାନ୍ ଏବଂ ଧିଭହରନ୍ ଏବଂ ଜଣେ ଭଉଣୀ ଭାନିଥାମଣି । ସେମାନେ ଧନୀ ନଥିଲେ କିନ୍ତୁ ସେମାନେ ପ୍ରଭାବଶାଳୀ କାଲାର ସମ୍ପ୍ରଦାୟର ଥିଲେ ।
  • ଶଶିକଳାଙ୍କ ସ୍ବାମୀ ନଟରାଜନ୍ 1970 ଦଶକରେ ସରକାରୀ ଜନସମ୍ପର୍କ ଅଧିକାରୀ ଥିଲେ। ସେ ତାଙ୍କ ପତ୍ନୀଙ୍କୁ ଆଇଏଏସ୍ ଅଧିକାରୀ ଭି.ଏସ୍ ଚନ୍ଦ୍ରଲେଖାଙ୍କ ମାଧ୍ୟମରେ AIADMK ର ବଢୁଥିବା ନେତା ଜୟଲଳିତାଙ୍କ ସହ ଯୋଗାଯୋଗ କରାଇଥିଲେ।
  • ଶଶିକଳା ଏକ ଭିଡିଓ-ଟେପ୍ ଦୋକାନ ଚଳାଉଥିଲେ ଏବଂ ଜୟଲଳିତା ଉପସ୍ଥିତ ରହୁଥିବା ବିବାହକୁ ରେକର୍ଡ କରି ଖୁବ୍ ଶୀଘ୍ର ତାଙ୍କ ସର୍କଲରେ ପ୍ରବେଶ କଲେ ।
  • ଜୟଲଳିତାଙ୍କ ସହ ଶଶିକଳାଙ୍କ ବନ୍ଧୁତା ବଢିବାକୁ ଲାଗିଲା । ସେହିପରି କାଲାର ସମ୍ପ୍ରଦାୟର ଭାଗ୍ୟ ମଧ୍ୟ ବଢି ଚାଲିଲା । ଏହା ବର୍ତ୍ତମାନ ସରକାରଙ୍କ ପ୍ରତ୍ୟେକ ସ୍ତରରେ ସ୍ଥାନ ପାଇଛି। AIADMK ଏବଂ ଜୟଲଳିତା ସମ୍ପ୍ରଦାୟର ଭୋଟ୍ ବ୍ୟାଙ୍କର ଏକୀକରଣରୁ ଉପକୃତ ହୋଇଥିଲେ ।
  • 1990 ରେ ଯେତେବେଳେ ନଟରାଜନଙ୍କୁ ଜୟଲଳିତା କ୍ୟାମ୍ପ ଛାଡିବାକୁ କୁହାଯାଇଥିଲା, ସେତେବେଳେ ଶଶିକଳା ସ୍ବାମୀଙ୍କ ବିନା ଜୟଲଳିତାଙ୍କ ସହିତ ରହିବାକୁ ବାଛିଥିଲେ। ଡିସେମ୍ବର 2016 ରେ ଜୟଲଳିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ବେଦ ନୀଲୟମରେ ରହୁଥିଲେ।
  • ଡିସେମ୍ବର 2016 ରେ ଜୟଲଳିତାଙ୍କ ଦେହାନ୍ତ ପରେ ଶଶିକଲା କିଛି ସପ୍ତାହ ପରେ AIADMK ର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ଫେବୃଆରୀ 2017 ରେ ଆୟର୍ବହିଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଟିଟିଭି ଢିଙ୍କରନ୍ଙ୍କୁ AIADMK ର ଡେପୁଟି ଜେନେରାଲ୍ ସେକ୍ରେଟେରୀ ଭାବରେ ନିଯୁକ୍ତ କରିଥିବାବେଳେ ସେ ପାଲାନିସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସମର୍ଥନ କରିଥିଲେ।
  • 1991 ରୁ 1996 ମଧ୍ୟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଜୟଲଳିତାଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଶଶିକାଳଙ୍କ ଅନୁପଯୁକ୍ତ ସମ୍ପତ୍ତି ଠୁଳ କରିଥିଲେ । ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
  • ଜାନୁଆରୀ 27, 2021 ରେ 4 ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ସେ ଜେଲରୁ ମୁକ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.