ନୂଆଦିଲ୍ଲୀ: ଜାମିନ ମିଳିବାର କିଛି ଘଣ୍ଟା ନ ବିତୁଣୁ ପୁଣି ଗିରଫ ହୋଇଛନ୍ତି ଟିଏମସି ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ(Saket Gokhale arrested again) । ଗୁଜୁରାଟର ମୋରବୀ ବ୍ରିଜ ଭୁଶୁଡିବା ଘଟଣାରେ ବିବାଦୀୟ ଟ୍ବିଟ୍ ପାଇଁ ଦୁଇ ଦିନ ତଳେ ଗୁଜୁରାଟ ପୋଲିସ ତାଙ୍କୁ ରାଜସ୍ଥାନରୁ ଗିରଫ କରିଥିଲା । ଏହି ଘଟଣାରେ ତାଙ୍କୁ ଜାମିନ ମିଳିବା ପରେ ମଧ୍ୟ ଗତକାଲି(ଗୁରୁବାର) ଗୁଜୁରାଟ ପୋଲିସ ପୁଣିଥରେ ସାକେତଙ୍କୁ ଗିରଫ କରିଥିବା ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରାଇନ(MP Derek O’Brien) ଅଭିଯୋଗ କରିଛନ୍ତି ।
-
SHOCKER #Break
— Derek O'Brien | ডেরেক ও'ব্রায়েন (@derekobrienmp) December 8, 2022 " class="align-text-top noRightClick twitterSection" data="
@SaketGokhale @AITCofficial being harassed by Gujarat Police even after getting bail. ARRESTED AGAIN 8.45pm Dec 8. While he was leaving Cyber PS in Ahmedabad, Police team without notice/warrant are arresting him and taking him to unknown destination. CONDEMNABLE
">SHOCKER #Break
— Derek O'Brien | ডেরেক ও'ব্রায়েন (@derekobrienmp) December 8, 2022
@SaketGokhale @AITCofficial being harassed by Gujarat Police even after getting bail. ARRESTED AGAIN 8.45pm Dec 8. While he was leaving Cyber PS in Ahmedabad, Police team without notice/warrant are arresting him and taking him to unknown destination. CONDEMNABLESHOCKER #Break
— Derek O'Brien | ডেরেক ও'ব্রায়েন (@derekobrienmp) December 8, 2022
@SaketGokhale @AITCofficial being harassed by Gujarat Police even after getting bail. ARRESTED AGAIN 8.45pm Dec 8. While he was leaving Cyber PS in Ahmedabad, Police team without notice/warrant are arresting him and taking him to unknown destination. CONDEMNABLE
TMC ସାଂସଦ ଟ୍ବିଟ କରିଛନ୍ତି ଯେ, ''ଜାମିନ ମିଳିବାର କିଛି ସମୟ ପରେ ଗୁରୁବାର ରାତି ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ଗୁଜୁରାଟ ପୋଲିସ ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ପୁଣି ଗିରଫ କରିଛି । ସାକେତ ଅହମ୍ମଦାବାଦ ସ୍ଥିତ ସାଇବର ପୋଲିସ ଷ୍ଟେସନରୁ ବାହାରୁ ଥିବାବେଳେ ପୋଲିସ ଟିମ୍ ବିନା କୌଣସି ନୋଟିସ ଓ ୱାରେଣ୍ଟରେ ତାଙ୍କୁ ଗିରଫ କରି ଏକ ଅଜଣା ସ୍ଥାନକୁ ନେଇଯାଇଛି ।'' ଯାହାକି ନିନ୍ଦନୀୟ ବୋଲି ସାଂସଦ କହିଛନ୍ତି ।
ପ୍ରକାଶଥାଉ କି, ମୋରବୀ ବ୍ରିଜ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମ୍ପର୍କରେ ମିଛ ଦାବି ଓ ଅଭିଯୋଗ ଘଟଣାରେ ମଙ୍ଗଳବାର ସାକେତ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଥିଲା । ସାକେତ ଦାବି କରିଥିଲେ ଯେ, ମୋରବୀ ବ୍ରିଜ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ ପାଇଁ ରାଜ୍ୟ ସରକାରଙ୍କୁ ୩୦ କୋଟି ଟଙ୍କା ବ୍ୟୟ କରିବାକୁ ପଡିଛି । ଯାହା ଏହି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଇଥିବା ମୋଟ କ୍ଷତିପୂରଣ ରାଶିର ୬ ଗୁଣ । ଏକ ଆରଟିଆଇ ସୂଚନାରୁ ଏହା ଜଣାପଡିଛି ବୋଲି ସାକେତ ଦାବି କରିଥିଲେ ।
ଏହାମଧ୍ୟ ପଢନ୍ତୁ: ବିମାନ ବନ୍ଦରରୁ ଟିଏମସି ମୁଖପାତ୍ର ଗିରଫ, ଦିନିକିଆ ରିମାଣ୍ଡରେ ନେଲା ଗୁଜୁରାଟ ପୋଲିସ
ସରକାରଙ୍କ ଫ୍ୟାକ୍ଟ-ଚେକ୍ ୟୁନିଟ୍ ସାକେତଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ସେ ଯେଉଁ ଆରଟିଆଇ ସୂଚନା କଥା କହୁଛନ୍ତି ତାହା ନକଲି ବୋଲି ଜାଣିବାକୁ ପାଇଥିଲା । ଟିଏମସି ମୁଖପାତ୍ର ନକଲି ଆରଟିଆଇ କାଗଜପତ୍ର ପ୍ରସ୍ତୁତ କରି ଗୁଜୁରାଟ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା ।