ETV Bharat / bharat

ମୋଦିଙ୍କ ୨୦୨୪ ମନ୍ତବ୍ୟକୁ ପ୍ରଶାନ୍ତଙ୍କ କଟାକ୍ଷ, କହିଲେ ସାହେବଙ୍କ ଚତୁର ଚାଲବାଜ - ମୋଦିଙ୍କ '୨୦୨୪' ମନ୍ତବ୍ୟକୁ ପ୍ରକାଶଙ୍କ ସମୋଲୋଚନା

ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିବା ସହ ଏହି ବିଜୟ ୨୦୨୪ ଫଳାଫଳ ପାଇଁ ସଂକେତ ବୋଲି କହିଥିଲେ । ଯାହାକୁ ସମାଲୋଚନା କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ମୋଦିଙ୍କ ଏହି ମନ୍ତବ୍ୟକୁ ସାହେବ ଚତୁର ପ୍ରୟାସ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ମୋଦିଙ୍କ '୨୦୨୪' ମନ୍ତବ୍ୟକୁ ପ୍ରଶାନ୍ତଙ୍କ କଟାକ୍ଷ

author img

By

Published : Mar 11, 2022, 2:07 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ (Assembly Election Results) ର ଫଳ ପ୍ରକାଶ ପାଇ ସାରିଛି । କେବଳ ପଞ୍ଜାବକୁ ଛାଡି ଗେରୁଆ ଦଳ ବିଜେପି ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରରେ ବିପୁଳ ବିଜୟ ହାସଲ କରିଛି । ଗଡ ବଜାୟ ରଖିଛି ବିଜେପି । ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିବା ସହ ଏହି ବିଜୟ ୨୦୨୪ ଫଳାଫଳ ପାଇଁ ସଂକେତ ବୋଲି କହିଥିଲେ । ଯାହାକୁ ସମାଲୋଚନା କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର।

  • Battle for India will be fought and decided in 2024 & not in any state #elections

    Saheb knows this! Hence this clever attempt to create frenzy around state results to establish a decisive psychological advantage over opposition.

    Don’t fall or be part of this false narrative.

    — Prashant Kishor (@PrashantKishor) March 11, 2022 " class="align-text-top noRightClick twitterSection" data=" ">

ମୋଦିଙ୍କ ଏହି ମନ୍ତବ୍ୟକୁ ସାହେବ ଚତୁର ପ୍ରୟାସ ବୋଲି କହିଛନ୍ତି । ବିଜେପି ୪ ରାଜ୍ୟରେ କ୍ଷମତା ଦଖଲ କରିଛି। ଉତ୍ତର ପ୍ରଦେଶ, ବିଜେପି, ଗୋଆ ଓ ମଣିପୁରରେ ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଦଳର କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ୨୦୨୨ ଫଳାଫଳ ୨୦୨୪ ନିର୍ବାଚନର ସଙ୍କେତ ଦେଇଥିବା ମୋଦି କହିଥିଲେ। ଭାରତ ପାଇଁ ଲଢ଼େଇ ହେବ ଓ ୨୦୨୪ରେ ଏହାର ନିଷ୍ପତ୍ତି ହେବ ବୋଲି ମୋଦି କହିବା ପରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି।

ଏହା ବି ପଢନ୍ତୁ...Assembly Result: ଏହି ବିଜୟ ୨୦୨୪ ଫଳାଫଳ ପାଇଁ ସଂକେତ କହିଲେ ମୋଦି

ଏସବୁ ଭିତରେ ମୋଦିଙ୍କ ବୟାନକୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ କିଶୋର। ସେ କହିଛନ୍ତି, ଭାରତ ପାଇଁ ଲଢ଼େଇ ୨୦୨୪ରେ ଲଢ଼ାଯିବ ଓ ନିଷ୍ପତ୍ତି ହେବ। ସାହେବ ଭଲ ଭାବେ ଏହା ଜାଣିଛନ୍ତି! ତଥାପି ସେ ବେଶ ଚତୁରତାର ସହ ରାଜ୍ୟ ନିର୍ବାଚନ ଫଳାଫଳ କଥା କହି ବିରୋଧୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଦୟା କରି ଏପରି ମିଥ୍ୟା ପ୍ରଚାରରେ ଫସନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.