ଥିରୁଅନନ୍ତପୁରମ: କେରଳର ବିଶ୍ବପ୍ରସିଦ୍ଧ ସାବରୀମାଳା ମନ୍ଦିର (Sabarimala Temple)ରେ ମଣ୍ଡଳମ (ଏକ ସ୍ବତନ୍ତ୍ର ପୂଜା) ସିଜନ୍ରେ ରେକର୍ଡ । ମନ୍ଦିରରେ ପ୍ରାୟ ୨୨୨.୯୮ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ମଣ୍ଡଳମ ଶେଷ ହେବା ପରେ ମନ୍ଦିର ଆଜିଠୁ ବନ୍ଦ ରହିଛି (Sabarimala Temple closed after Mandalam season ends) । ୩୯ ଦିନ ମଧ୍ୟରେ ୨୨୨.୯୮ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଦର୍ଶନ ପାଇଁ ପ୍ରାୟ ୨୯ ଲକ୍ଷ ଶ୍ରଦ୍ଧାଳୁ ଆସିଥିବା ଜଣାପଡି଼ଛି । ତେବେ ଏ ନେଇ ଟ୍ରାଭାଙ୍କୋର ଦେବାସ୍ବମ ବୋର୍ଡ (Travancore Devaswom Board)ର ସଭାପତି କେ. ଅନନ୍ତଗୋପନ ସୂଚନା ଦେଇଛନ୍ତି ।
ସେପଟେ ହୁଣ୍ଡିରେ ୭୦.୧୦ କୋଟି ଟଙ୍କା ସଂଗ୍ରହ ହୋଇଛି । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ ଚଳିତ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୨୦ ପ୍ରତିଶତ ଶିଶୁ ରହିଥିଲେ । ପୂର୍ବବର୍ଷ କୋଭିଡ଼ ସଂକ୍ରମଣ ନେଇ ମନ୍ଦିରକୁ ଛୋଟ ପିଲାଙ୍କୁ ବାରଣ ଥିବା ବେଳେ ଚଳିତ ବର୍ଷ ଅଧିକାଂଶ ଶ୍ରଦ୍ଧାଳୁ ଆସିଥିବା ନେଇ ସେ କହିଛନ୍ତି । ଏଥିଲାଗି ଶିଶୁଙ୍କ ଲାଗି ସ୍ବତନ୍ତ୍ର ଧାଡ଼ି କରାଯାଇଥିଲା । ଶିଶୁଙ୍କ ବ୍ୟତୀତ ଅନ୍ୟ ବୟସର ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଥିଲା । ସାବରୀମାଳା ମନ୍ଦିରରେ ମଣ୍ଡଳମ ପୂଜା ସୁରୁଖୁରୁରେ ଶେଷ ହୋଇଥିବା ନେଇ ବୋର୍ଡ ସଭାପତି କହିଛନ୍ତି ।
ଏହା ବି ପଢନ୍ତୁ- ମହନ୍ତ ରାଜୁଦାସଙ୍କ ବିବାଦୀୟ ମନ୍ତବ୍ୟ, ସଲମାନ ଖୁର୍ସିଦଙ୍କୁ ମୁଣ୍ଡ କାଟିଲେ ଦେବେ ୨୧କୋଟି
ଗୋଟିଏ ଦିନ ଧାଡ଼ିରେ ଅଧିକାଂଶ ସମୟ ଶ୍ରଦ୍ଧାଳୁ ଛିଡ଼ା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମାତ୍ର ଏହାପରେ ସୁରୁଖୁରୁରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ତେବେ ଦର୍ଶନରେ ଯେପରି ଶ୍ରଦ୍ଧାଳୁଙ୍କୁ ଅସୁବିଧା ନ ହୁଏ ତେବେ ସେ ନେଇ ସ୍ବେଚ୍ଛାକର୍ମୀ ଓ ପୋଲିସ ଅଧିକାରୀ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ । ଏହି ସ୍ବତନ୍ତ୍ର ପୂଜା ସିଜନ ଶେଷ ବେଳକୁ ଏକ ଭୋଜିର ଆୟୋଜନ ହୋଇଥିଲା । ଏହାସହିତ ମନ୍ଦିର ବନ୍ଦ ହେବା ପୂର୍ବରୁ 'ପଦିପୂଜା' (Padipooja)ର ମଧ୍ୟ ଆୟୋଜନ ହୋଇଥିଲା ।
'ପବିତ୍ରମ ସାବରୀମାଳା' ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରକୁ ସ୍ବଚ୍ଛ ରଖାଯାଉଥିଲା । ମନ୍ଦିରରୁ ବାହାରୁଥିବା ଆବର୍ଜନାକୁ ବାହାରେ ଫିଙ୍ଗାଯାଉଥିଲା । ପଦିପୂଜା ପରେ ମନ୍ଦିରକୁ ବନ୍ଦ କରାଯାଇଥିଲା । ଆସନ୍ତା ଡିସେମ୍ବର ୩୦ ତାରିଖ ସନ୍ଧ୍ୟା ୫ଟାରେ ପୁଣି ମନ୍ଦିର ଖୋଲାଯିବ । 'ମକରଭିଲ୍ଲାକୁ' (Makaravilakku Season) ଲାଗି ମନ୍ଦିରକୁ ପୁଣି ଖୋଲାଯିବା ପରେ ଏହି ସିଜନ ଜାନୁଆରୀ ୨୦ ତାରିଖରେ ଶେଷ ହେବା ପରେ ପୁଣି ମନ୍ଦିରକୁ ବନ୍ଦ କରାଯିବ ।