ନୂଆଦିଲ୍ଲୀ: ଆଜି ଭାରତ ଆସିବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ (Russian President Vladimir Putin) । ୨୧ତମ ଭାରତ-ଋଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ଋଷିଆ ରାଷ୍ଟ୍ରପତି । ଏହି ଅବସରରେ ଉଭୟ ଦେଶ ମଧ୍ୟରେ ପ୍ରଥମ 2+2 କଥାବର୍ତ୍ତା ହେବ (Vladimir Putin visit to India today) । ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ମଧ୍ୟରେ ଏହି ଆଲୋଚନା ହେବ । ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (pm modi) ଏସ୍-୪୦୦ ମିସାଇଲ ଭେଟି ଦେବ ଋଷ ରାଷ୍ଟ୍ରପତି ।
ଏହି ଗସ୍ତରେ ଭାରତ ଓ ଋଷ୍ ମଧ୍ୟରେ ବାଣିଜ୍ୟ, ଉର୍ଜା, ସଂସ୍କୃତି, ପ୍ରତିରକ୍ଷା, ମହାକାଶ ଓ ବୈଷେୟିକ କ୍ଷେତ୍ରରେ ଅନେକ ଦ୍ବିପାକ୍ଷିକ ବୁଝାମାଣା ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି । ପ୍ରତିରକ୍ଷା କ୍ଷେତ୍ରରେ ସ୍ବାକ୍ଷର ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ବ ଦିଆଯିବ । ସେହିପରି ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ବିନିମୟ ରାଜିନାମା ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି । ଯୁଦ୍ଧ ସମୟରେ ଦୁଇଦେଶ ପରସ୍ପର ଇନ୍ଧନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଉପଯୋଗ କରିପାରିବେ ।
ଆଲୋଚନାରେ ୭.୫ ଲକ୍ଷ ଏକେ-203 ରାଇଫଲ, ମହାକାଶ, ସାମରିକ-ବୈଷୟିକ ସହଯୋଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗରେ ଚୁକ୍ତି ସ୍ବାକ୍ଷର ହେବ । ଏସ-୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ କିଣିବା ଉପରେ ମଧ୍ୟ ଆଲୋଚନା ହେବ । 2018ରେ ଏସ୍-୪୦୦ ମିସାଇଲ ଡିଫେନ୍ସ କିଣିବା ଋଷ ସହ ଭାରତ ଚୁକ୍ତି କରିଥିଲା । ଏହାକୁ ବିଶ୍ବର ସବୁଠୁ ବିକଶିତ ମିସାଇଲ ପ୍ରତିରକ୍ଷା କୁହଯାଉଛି । ଋଷ ଛଡା ଏହା କେବଳ ତୁର୍କୀ ପାଖରେ ଅଛି । ଏହା ସହ ଋଷିଆ ଓ ଭାରତ 2+2 ଡାଏଲରରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହେବ । 2019 ବ୍ରିକ୍ସ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ପୁଟିନଙ୍କ ସହ ସମ୍ନାସମ୍ନି କଥା ହେବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ