ETV Bharat / bharat

ବେଧଡକ ଚାଲିଥିଲା ନକଲି ନୋଟ କାରବାର: ଚଢାଉ କଲା ପୋଲିସ, 5 କୋଟି ଜବତ

author img

By

Published : Jun 27, 2021, 9:46 PM IST

ମଧ୍ୟପ୍ରଦେଶ ବାଲାଘାଟ ପୋଲିସ ଦ୍ବାରା ବଡ ଧରଣର ନକଲି ନୋଟ କାରବାରର ପର୍ଦ୍ଦାଫାଶ । 5 କୋଟିରୁ ଊର୍ଦ୍ଧ୍ବ ନକଲି ନୋଟ ଜବତ । ଅଧିକ ପଢନ୍ତୁ...

ବେଧଡକ ଚାଲିଥିଲା ନକଲି ନୋଟ କାରବାର; ଚଢାଉ କଲା ପୋଲିସ, 5 କୋଟି ଜବତ

ଭୋପାଳ: ମଧ୍ୟପ୍ରଦେଶରେ ଏକ ବଡ ଧରଣର ନକଲି ନୋଟ କାରବାରର ପର୍ଦ୍ଦାଫାଶ । ବାଲାଘାଟ ଥାନା ଅଞ୍ଚଳରୁ ପୋଲିସ 5 କୋଟିରୁ ଅଧିକ ଜାଲ ବା ନକଲି ନୋଟ ଜବତ କରିଛି । ଘଟଣାରେ 8 ଜଣଙ୍କୁ ଗିରଫ କରାଯାଇଛି । ତେବେ ଜବତ ଜାଲ ନୋଟ ମଧ୍ୟରେ 2000 ଟଙ୍କିଆ ଓ 500 ଟଙ୍କିଆ ନୋଟ ଅଧିକ ସଂଖାରେ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ବାଲାଘାଟ ପୋଲିସ ଅଧୀକ୍ଷକ ଅଭିଶେଖ ତିୱାରୀ ଦେଇଥିବା ସୂଚନା ଅନୁଯାୟୀ, ଅଞ୍ଚଳରେ ଜାଲନୋଟ କାରବାର ନେଇ ପୋଲିସ ଅନେକ ଖବର ପାଇଥିଲା । ବିଶେଷକରି ବାଲାଘାଟ, ଗୋନ୍ଦିୟା ପ୍ରମୁଖ ଅଞ୍ଚଳରେ ବହୁମାତ୍ରାରେ ଏହି କାରବାର ମୁଣ୍ଡ ଟେକିଥିବା ଜଣାପଡିଥିଲା । ଯାହାକୁ ଭିତ୍ତି କରି ବାଲାଘାଟ ସମେତ ଅନ୍ୟ ଥାନା ପୋଲିସ ଯୋଜନାବଦ୍ଧ ଭାବେ ସେହି ସବୁ ସ୍ଥାନରେ ଚଢାଉ କରିଥିଲେ । ଫଳରେ ଘଟଣାସ୍ଥଳରୁ 2 ହଜାର ଟଙ୍କିଆ ନକଲି ନୋଟରୁ ଆରମ୍ଭ କରି 10 ଟଙ୍କିଆ ପର୍ଯ୍ୟନ୍ତ ନକଲି ନୋଟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ 6 ଜଣ ବାଲାଘାଟ ଓ 2 ଜଣ ଗୋନ୍ଦିୟା ନିବାସୀ ହୋଇଥିବା ସୂଚନା ମିଳିଛି । ତେବେ ସେହିସବୁ ନୋଟଗୁଡିକ ଉତ୍ତମ କ୍ବାଲିଟି ଏବଂ ଉତ୍କୃଷ୍ଟ ପ୍ରିଣ୍ଟିଂ କାରଣରୁ ପ୍ରଥମ ନଜରରେ ନକଲି ନୋଟ ବୋଲି ଚିହ୍ନି ହେଉନଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.