ETV Bharat / bharat

RRB NTPC Students Protest: ଛାତ୍ରଙ୍କ ବିଦ୍ରୋହ ପାଇଁ ଖାନ ସାରଙ୍କ ନାଁରେ ମାମଲା

ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷାରେ ଅନିୟମିତତା ନେଇ ଅଶାନ୍ତ ହୋଇଛି ବିହାର । ରାଜ୍ୟର ବିଭିନ୍ନ ସ୍ଥାନରେ 3 ଦିନ ହେବ ଉତ୍ତେଜନା ଲାଗି ରହିଛି । ଛାତ୍ରମାନଙ୍କ ବିଦ୍ରୋହ ନେଇ ପାଟନାର ଖାନ ସାରଙ୍କ ନାମରେ ମାମଲା ଦାୟର ହୋଇଛି । ଆନ୍ଦୋଳନ ପାଇଁ ଛାତ୍ରଙ୍କୁ ଉସକାଇବା ନେଇ ପତ୍ରକାର ନଗର ଥାନାରେ ମାମଲା ଦାୟର ହୋଇଛି । ଅଧିକ ପଢନ୍ତୁ

ଛାତ୍ରଙ୍କ ବିଦ୍ରୋହ ପାଇଁ ଖାନ ସାରଙ୍କ ନାମରେ ମାମଲା

author img

By

Published : Jan 27, 2022, 8:46 AM IST

ପାଟନା: ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷାରେ ଅନିୟମିତତା ନେଇ ଅଶାନ୍ତ ହୋଇଛି ବିହାର । ରାଜ୍ୟର ବିଭିନ୍ନ ସ୍ଥାନରେ 3 ଦିନ ହେବ ଉତ୍ତେଜନା ଲାଗି ରହିଛି । ଗୟାରେ ଶତାଧିକ ଆବେଦନକାରୀ ଭାବୁଆ-ପାଟନା ଇଣ୍ଟରସିଟି ଏକ୍ସପ୍ରେସର ଏକ ବଗିରେ ନିଆଁ ଲଗାଇ ଦେଇଛନ୍ତି । ଛାତ୍ରମାନଙ୍କ ବିଦ୍ରୋହ ନେଇ ପାଟନାର ଖାନ ସାରଙ୍କ ନାମରେ ମାମଲା ଦାୟର ହୋଇଛି । ଆନ୍ଦୋଳନ ପାଇଁ ଛାତ୍ରଙ୍କୁ ଉସକାଇବା ନେଇ ପତ୍ରକାର ନଗର ଥାନାରେ ମାମଲା ଦାୟର ହୋଇଛି ।

ରାଜ୍ୟ ରାଜଧାନୀ ସ୍ଥିତ ପତ୍ରକାର ନଗରରେ ହୋଇଥିବା ହିଂସା ପାଇଁ ଖାନ ସାରଙ୍କୁ ଦାୟୀ କରାଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଖାନ ସାର ପିଲାମାନଙ୍କୁ ଉସକାଉଥିବା ଦେଖିବାକୁ ମିଳିଛି । ଏହାକୁ ଆଧାର କରି ଖାନ ସାରଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଏ ନେଇ ଖାନ ସାର ପ୍ରତିକ୍ରିୟାରେ କହିଛନ୍ତି, ଆରଆରବି ବର୍ତ୍ତମାନ ଯେଉଁ ନିଷ୍ପତ୍ତି ନେଇଛି ଯଦି ୧୮ ତାରିଖରେ ନେଇଥାନ୍ତା ତେବେ ଏପରି ସ୍ଥିତି ଉପୁଜିନଥାନ୍ତା । ଖାନ ସାର ଜଣେ କୋଚିଂ ଶିକ୍ଷକ ଯିଏକି ୟୁଟ୍ୟୁବରେ ଖାନ ଜିଏସ ରିସର୍ଚ ସେଣ୍ଟର ଚଳାନ୍ତି ।

ଖାନ ସାରଙ୍କ ବ୍ୟତୀତ 300 ରୁ 400 ଲୋକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର, ସଡ଼କ ପଥରେ ବାଧା ସୃଷ୍ଟି କରିବା, ମାଜିଷ୍ଟ୍ରେଟ ଏବଂ ପୋଲିସ କର୍ମଚାରୀଙ୍କୁ ଅପମାନିତ କରିବା, ଟ୍ରାଫିକ୍ ଏବଂ ଜନସାଧାରଣ ସଡ଼କରେ ବାଧା ସୃଷ୍ଟି କରିବା ଅଭିଯୋଗ, ଆଇପିସିର ଧାରା 147/148/149/151/152। /186/187/188/323/332/353/504/506 / 120ବି ଅଧୀନରେ ମାମଲା ଦାୟର ହୋଇଛି ।

ଏହା ବି ପଢନ୍ତୁ...ରେଲୱେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା: ବିହାରରେ ଟ୍ରେନ ଜାଳିଦେଲେ ପରୀକ୍ଷାର୍ଥୀ, ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

କଣ ଥିଲା ପୂରା ଘଟଣା:

ରେଲୱେ ବୋର୍ଡ ଆରଆରିବି ପକ୍ଷରୁ NTPCରେ ଭର୍ତ୍ତି ସିବିଟି-୧ ପରୀକ୍ଷା ଫଳ ୧୪ ଓ ୧୫ ଜାନୁଆରୀରେ ପ୍ରକାଶିତ ହୋଇଥିଲା । ଏହି ଆଧାରରେ ସିବିଟି-୨ ପରୀକ୍ଷା ପାଇଁ ଆଶାୟୀଙ୍କ ସଟଲିଷ୍ଟ ପ୍ରକାଶିତ ହେବାର ଥିଲା । ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ରେଳବାଇ ବୋର୍ଡର ପରୀକ୍ଷାରେ ଅନିୟମିତତା କରିଛି । ଯାହାକୁ ନେଇ ବିହାରର କେତେକ ଜିଲ୍ଲାରେ ବୋର୍ଡ ବିରୋଧ ପ୍ରଦର୍ଶନ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.