ETV Bharat / bharat

Chandrayaan 3 Update: ଚନ୍ଦ୍ରପୃଷ୍ଠରୁ ପ୍ରଜ୍ଞାନର ବାର୍ତ୍ତା, ଖୁବଶୀଘ୍ର ଖୋଲିବ ଚନ୍ଦ୍ରର ସିକ୍ରେଟ୍‌

author img

By ETV Bharat Odisha Team

Published : Aug 29, 2023, 4:44 PM IST

ଚନ୍ଦ୍ରପୃଷ୍ଠରୁ ପୃଥିବୀବାସୀଙ୍କୁ ଆସିଲା ରୋଭର ପ୍ରଜ୍ଞାନର ବାର୍ତ୍ତା । ଖୁବଶୀଘ୍ର ଚନ୍ଦ୍ରର ସିକ୍ରେଟ ଖୋଲିବ ପ୍ରଜ୍ଞାନ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରୁ ପୃଥିବୀବାସୀଙ୍କୁ ଆସିଲା ରୋଭର ପ୍ରଜ୍ଞାନର ବାର୍ତ୍ତା । ଖୁବଶୀଘ୍ର ଚନ୍ଦ୍ରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବ ପ୍ରଜ୍ଞାନ । ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରି ଗବେଷଣା କରୁଛି ରୋଭର ପ୍ରଜ୍ଞାନ । ଏହା ସହିତ ଚନ୍ଦ୍ରକୁ ନେଇ ବିଭିନ୍ନ ପ୍ରକାରର ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରମାଗତ ଭାବେ ପଠାଉଛି । ତେବେ ଆଜି (ମଙ୍ଗଳବାର) ପୁଣି ଏକ ବଡ଼ ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

  • Hello earthlings! This is #Chandrayaan3's Pragyan Rover. I hope you're doing well. I want to let everyone know that I'm on my way to uncover the secrets of the Moon 🌒. Me and my friend Vikram Lander are in touch. We're in good health. The best is coming soon...#ISRO pic.twitter.com/ZbIgvy22fv

    — LVM3-M4/CHANDRAYAAN-3 MISSION (@chandrayaan_3) August 29, 2023 " class="align-text-top noRightClick twitterSection" data=" ">

ତେବେ ଏହି ରହସ୍ୟ କଣ ସେ ନେଇ କୁହାଯାଇ ନାହିଁ । ପ୍ରଜ୍ଞାନ ଖୁବଶୀଘ୍ର ପୃଥିବୀବାସୀଙ୍କୁ ଏ ନେଇ ଅବଗତ କରାଇବ ବୋଲି କହିଛି । ତେବେ ପ୍ରଜ୍ଞାନର ସିକ୍ରେଟ ସମ୍ବନ୍ଧରେ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ରୋଭର ପ୍ରଜ୍ଞାନ ଚନ୍ଦ୍ରକୁ ନେଇ ଏକ ରହସ୍ୟ ଉନ୍ମୋଚନ କରିବ । ଖୁବଶୀଘ୍ର ବିଶ୍ବବାସୀଙ୍କ ସାମ୍ନାକୁ ଏହି ତଥ୍ୟ ଆସିବ । ତେବେ ଏଯାବତ ରୋଭର ପ୍ରଜ୍ଞାନ ଓ ବିକ୍ରମ ଲ୍ୟାଣ୍ଡରର ସ୍ଥିତି ସ୍ବାଭାବିକ ରହିଛି । ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ମଧ୍ୟରେ ଯୋଗାଯୋଗ ମଧ୍ୟ ରହିଛି ।

ଏହା ବି ପଢନ୍ତୁ- Chandrayaan-3: ଚନ୍ଦ୍ରପୃଷ୍ଠରେ ଗାତ ଦେଖି ବ୍ରେକ ମାରିଲା ପ୍ରଜ୍ଞାନ, ବଦଳାଇଲା ଦିଗ

ଗତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ୬ ଘଣ୍ଟା ପରେ ବିକ୍ରମ ଲ୍ୟାଣ୍ଡରରୁ ସଫଳତାର ସହ ପୃଥକ ହୋଇଥିଲା ରୋଭର ପ୍ରଜ୍ଞାନ । ଏହାପରେ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରିଥିଲା ପ୍ରଜ୍ଞାନ । ଏ ନେଇ ଇସ୍ରୋ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା । ଆଜି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରିବାର ସପ୍ତମ ଦିନ ହୋଇଥିବା ବେଳେ ପ୍ରଜ୍ଞାନ ଗବେଷଣା ଜାରି ରଖିଛି ।

ଚନ୍ଦ୍ର ଦକ୍ଷିଣ ମେରୁ ମୃତ୍ତିକାର ତାପମାତ୍ରା ସମ୍ପର୍କରେ ଗତ ୨୭ ତାରିଖରେ ରୋଭର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଥିଲା । ଚନ୍ଦ୍ର ଦକ୍ଷିଣ ମେରୁ ମାଟିର ତାପମାତ୍ରା -୧୦ ଡିଗ୍ରୀରୁ ୫୦ ଡିଗ୍ରୀ ମଧ୍ୟରେ ରହୁଥିବା ନେଇ ଇସ୍ରୋ ପକ୍ଷରୁ ଜାରି ହୋଇଥିବା ଏକ ଗ୍ରାଫରେ ଦେଖିବାକୁ ମିଳିଥିଲା । ଏହାପରେ ଅଗଷ୍ଟ ୨୭ ତାରିଖରେ ରୋଭର ଆଗରେ ଏକ ବଡ ଗର୍ତ୍ତ ଆସିଥିଲା । ରୋଭରଠାରୁ ପ୍ରାୟ ୩ମିଟର ଦୂରରେ ୪ମିଟର ଆକାରର ଗର୍ତ୍ତ ଆସିଥିବା ବେଳେ ରୋଭର ବ୍ରେକ ମାରି ନିଜର ଦିଗ ପରିବର୍ତ୍ତନ କରିଥିଲା । ଏ ନେଇ ଗତକାଲି (ଅଗଷ୍ଟ ୨୮) ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସୂଚନା ଥାଉ କି ରୋଭର ପ୍ରଜ୍ଞାନ ଲ୍ୟାଣ୍ଡିଂଠାରୁ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ବୁଲି ଗବେଷଣା କରିବ । ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରୁ ୭ ଦିନ ଶେଷ ହୋଇଥିବା ବେଳେ ଆଉ ରହିଛି ୭ଦିନ । ଚନ୍ଦ୍ରରେ ବିଭିନ୍ନ ପ୍ରକାର ଗବେଷଣା କରିବା ଲାଗି ୬ ଚକିଆ ରୋଭରଠାରେ ଅନେକ ପ୍ରକାର ପେଲୋଡ ଖଞ୍ଜା ଯାଇଛି । ଯାହାକି ଚନ୍ଦ୍ରର ମୃତ୍ତିକା ତାପମାତ୍ରାଠୁ ଆରମ୍ଭ କରି ଏଠାରେ ଥିବା ବିଭିନ୍ନ ଉପାଦାନ, କଣିକା ତଥା ଏଠାରେ ଜୀବସତ୍ତା ସମ୍ଭବ କି ନାହିଁ ସେ ଦିଗରେ ଗବେଷଣା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.