ସଂପ୍ରତି ଆମ ଦେଶ କୋରୋନାର ନୂଆ ଷ୍ଟ୍ରେନ୍ ସହ ଲଢେଇ କରୁଥିବା ବେଳେ ଏକ ନୂଆ ପୋଷ୍ଟ-ରିକଭରୀ ସ୍ଥିତି ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ତାହା ହେଲା ବ୍ଲାକ୍ ଫଙ୍ଗଲ ସଂକ୍ରମଣ । ଏହା ମୁକ୍ରୋମାଇକୋସିସ୍ ଭାବେ ବି ଜଣାଶୁଣା । ଏହି ସଂକ୍ରମଣ ଅତି ଦ୍ରୁତଗତିରେ ବିସ୍ତାର ହୋଇ ଜଟିଳ ହୋଇଥାଏ । ଠିକ୍ ସମୟରେ ଚିକିତ୍ସା ନ କଲେ ଏହା ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ଅନିୟନ୍ତ୍ରିତ ସୁଗାର ଲେବଲ ସହ ଏହି ସଂକ୍ରମଣ ସଂପୃକ୍ତ । କୋଭିଡ-୧୯ ଚିକିତ୍ସାର ଅଂଶ ସ୍ୱରୂପ ଷ୍ଟେରଅଏଡ୍ ସେବନ କରିଥିବା ରୋଗୀଙ୍କଠାରେ ଏହି ସଂକ୍ରମଣ ଅଧିକ ଦେଖାଯାଏ । ବିଶେଷ କରି ମଧୁମେହ ରୋଗୀଙ୍କଠାରେ ବି ଫଙ୍ଗଲ ସଂକ୍ରମଣର ତୀବ୍ରତା ଅଧିକ । ଠିକ୍ ସମୟରେ ଚିହ୍ନଟ ହୋଇପାରିଲେ ବ୍ଲାକ ଫଙ୍ଗଲ ରୋଗର ଚିକିତ୍ସା ହୋଇପାରିବ ।
ମୁକ୍ରୋମାଇକୋସିସ୍ କ’ଣ ?
ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ ( ସିଡିସି ) ଅନୁସାରେ ମୁକ୍ରୋମାମାଇକୋସିସ ଏକ ଗମ୍ଭୀର କିନ୍ତୁ ବିରଳ ଫଙ୍ଗଲ ସଂକ୍ରମଣ । ମୁକ୍ରୋମାଇକୋସିସ୍ ନାମକ ଏକ ମୋଲ୍ଡ ଗ୍ରୁପ୍ ଦ୍ୱାରା ଏହି ସଂକ୍ରମଣ ହୋଇଥାଏ । ପରିବେଶରେ ଏହି ମୋଲଡ୍ ଗୁଡିକ ସକ୍ରିୟ ରହିଥାନ୍ତି । ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ମୁକ୍ରୋମାଇକୋସିସ ପ୍ରଭାବିତ କରିଥାଏ । ଏହାଛଡା ସେହି ଲୋକମାନଙ୍କୁ ବି ଏହା ପ୍ରଭାବିତ କରିଥାଏ, ଯେଉଁମାନଙ୍କର ଶରୀର ଭୂତାଣୁ ଓ ଅସୁସ୍ଥତା ସହ ଲଢେଇର ସାମର୍ଥ୍ୟ ହ୍ରାସ ପାଇଥାଏ । ମୁକ୍ରୋମାଇକୋସିସ ବାୟୁରୁ ଫଙ୍ଗଲ ସ୍ପୋର୍ ଆଘ୍ରାଣ ପରେ ସାଧାରଣତଃ ସାଇନସସ୍ ବା ଫୁସଫୁସକୁ ପ୍ରଭାବିତ କରେ । ଏହାଛଡା ଚର୍ମରେ କୌଣସି ପ୍ରକାର ଆଘାତ ହେଲେ ବି ଏହି ସଂକ୍ରମଣ ହୋଇଥାଏ ।
ରିସ୍କ ଫ୍ୟାକ୍ଟର, ଲକ୍ଷଣ
ପରିସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ଅଧିକରୁ ଅଧିକ ଲୋକ ଏହି ନିର୍ଦ୍ଦିଷ୍ଟ ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି କୋଭିଡରୁ ସୁସ୍ଥ ହୋଇଥିବା ଲୋକ ଓ ମଧୁମେହ ରୋଗୀଙ୍କଠାରେ ଏହି ସଂକ୍ରମଣ ଦେଖାଦେଉଛି । ଏ ପରିପ୍ରେକ୍ଷୀରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ -ଆଇସିଏମଆର ପକ୍ଷରୁ ପ୍ରମାଣ ଭିତ୍ତିକ ଆଡଭାଇଜରୀ ଜାରି କରାଯାଇଛି ।
କେଉଁମାନେ ଅଧିକ ପ୍ରଭାବିତ ହେବେ ?
- ଅନିୟନ୍ତ୍ରିତ ସୁଗାର ଲେବଲ ଥିବା ମଧୁମେହ ରୋଗୀ
- ଷ୍ଟେରଏଡ୍ ନେଉଥିବା ବ୍ୟକ୍ତି
- ଦୀର୍ଘ ଦିନ ଧରି ଆଇସିୟୁରେ ଥିବା ରୋଗୀ
- ସହରୁଗଣତା ଥିବା ବ୍ୟକ୍ତି
- ଭୋରିକୋନାଜଲ୍ ଥେରାପି ନେଇଥିବା ବ୍ୟକ୍ତି
ଲକ୍ଷଣ
- ସାଇନସଟିସ୍ - ନାସାଲ ବ୍ଲକେଡ୍ ବା କଂଜେସନ, ନାକରୁ କଳା ପାଣି ବାହାରିବା, ମାଢିରେ ଯନ୍ତ୍ରଣା
- ଏକପାଖିଆ ମୁଖପୀଡା, ମୁହଁ ଫୁଲିଯିବା
- ନାସିକା ରନ୍ଧ୍ରରୁ କଳାପାଣି ବାହାରିବା
- ଦାନ୍ତବିନ୍ଧା
- ଆଖିକୁ ଝାପସା ଝାପସା ଦିଶିବା, ସବୁ ୨ଟା ଲେଖାଏଁ ଦିଶିବା, ଜ୍ୱର, ସ୍କିନ୍ ଲେସିଅନ୍, ଥ୍ରୋଂବୋସିସ୍ ଓ ନେକ୍ରୋସିସ୍
- ଛାତି ଯନ୍ତ୍ରଣା, ପ୍ଲିଉରାଲ, ହେଇମୋପଟିସ୍ସ , ଶ୍ୱସନ ବ୍ୟବସ୍ଥା ଖରାପ ହେବ ଆଦି ଲକ୍ଷଣ ।
ସତର୍କତା, ଯାଂଚ ଓ ଚିକିତ୍ସା
୧. ହାଇପରଗ୍ଲିସେମିଆ ନିୟନ୍ତ୍ରଣ
୨. କୋଭିଡ-୧୯ରୁ ସୁସ୍ଥତା ପରେ ବ୍ଲଡ ଗ୍ଲୁକୋଜ ଲେବଲ ତଦାରଖ କରନ୍ତୁ ।
୩. ସତର୍କତା ଭାବେ ଷ୍ଟେରଏଡ ବ୍ୟବହାର କରନ୍ତୁ । ଠିକ୍ ସମୟରେ, ସଠିକ ଡୋଜ ଓ ଅବଧି ମଧ୍ୟରେ ନିଅନ୍ତୁ ।
୪. ଅକ୍ସିଜେନ ଥେରାପି ବେଳେ ହ୍ୟୁମିଡଫାୟର୍ସ ପାଇଁ ସ୍ୱଚ୍ଛ ପାଣି ବ୍ୟବହାର କରନ୍ତୁୁ ।
୫. ଆଂଟିବାୟୋଟିକ୍ସ ଓ ଆଂଟିଫଙ୍ଗଲସ୍ ସତର୍କତାର ସହ ବ୍ୟବହାର କରନ୍ତୁ ।
୬. କୌଣସି ଲକ୍ଷଣକୁ ଉପେକ୍ଷା କରନ୍ତୁ ନାହିଁ ।
୭. ନାକ ଅବରୋଧର ସବୁ ମାମଲାକୁ ବ୍ୟାକଟେରିଆଲ ସାଇନସିଟିସ୍ ବୋଲି ଭାବନ୍ତୁ ନାହିଁ ।
୮. ଫଙ୍ଗାଲ ଇଟିଓଲୋଜି ଚିହ୍ନଟ ପାଇଁ ଜୋରଦାର ଯାଂଚ କରନ୍ତୁ ।
୯. ସଂକ୍ରମଣ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ ।
ବ୍ଲାକ୍ ଫଙ୍ଗଲ ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆଇସିଏମଆର ଅନୁସାରେ ବ୍ଲାକ ଫଙ୍ଗସ୍ ଚିକିତ୍ସା ପାଇଁ ନିମ୍ନଲିଖିତ ବଶେଷଜ୍ଞମାନଙ୍କ ସହ ପରାମର୍ଶ କରାଯାଇପାରେ ।
୧. ମାଇକ୍ରୋବାୟୋଲୋଜିଷ୍ଟ
୨. ଇଂଟରନାଲ୍ ମେଡିସିନ ସ୍ପେଶାଲିଷ୍ଟ
୩. ଇଂଟେନସିଭିଷ୍ଟ
୪. ନ୍ୟୁରୋଲୋଜିଷ୍ଟ
୫. ଇଏନଟି ସ୍ପେଶାଲିଷ୍ଟ
୬. ଅପଥାଲମୋଲୋଜିଷ୍ଟ
୭. ଡେଂଟିଷ୍ଟ
୮. ସର୍ଜନ ( ମାକ୍ସିଲୋଫାସିଆଲ/ପ୍ଲାଷ୍ଟିକ )
୯. ବାୟୋକେମିଷ୍ଟ