ETV Bharat / bharat

Richa Chadha Controversy: ସେନାକୁ ନେଇ ଟ୍ୱିଟ୍ ପରେ କ୍ଷମା ମାଗିଲେ ରିଚା, ଫିଲ୍ମ ନିର୍ମାତା ଦେଲେ ଏତଲା, ଅକ୍ଷୟ କୁମାର କହିଲେ ମୁଁ ଆହତ - ରିଚା ଚଡ୍ଡାଙ୍କ ବିବାଦୀୟ ଟ୍ବିଟ

ସେନାକୁ ନେଇ କଟାକ୍ଷ କରି ଟ୍ବିଟ କରି ପ୍ରବଳ ଟ୍ରୋଲ ହେଲେ ଅଭିନେତ୍ରୀ ରିଚା ଚଡ୍ଡା । ସମାଲୋଚିତ ହେବା ପରେ ମାଗିଲେ କ୍ଷମା (Richa Chadha on Indian Army) । ନର୍ଦନ କମାଣ୍ଡରଙ୍କ ପାକ ଅଧିକୃତ କାଶ୍ମୀର ପ୍ରସଙ୍ଗକୁ କରିଥିଲେ କଟାକ୍ଷ । କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତା ମନଜିନ୍ଦର ସିଂ ସିରସା । ଅଧିକ ପଢନ୍ତୁ

Richa Chadha controversy: ସେନାକୁ ନେଇ ଟ୍ବିଟ ପରେ କ୍ଷମତା ମାଗିଲେ ରିଚା ଚଡ୍ଡା, ଉଠିଲା କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Nov 24, 2022, 9:42 PM IST

ନୂଆଦିଲ୍ଲୀ: ଭାରତୀୟ ସେନା ସମ୍ପର୍କରେ ବିବାଦୀୟ ଟ୍ବିଟ କରି ଅଡୁଆରେ ବଲିଉଡ ଅଭିନେତ୍ରୀ ରିଡା ଚଡ୍ଡା (Richa Chadha on Indian Army) । ଗତକାଲି ଭାରତୀୟ ସେନାର ନର୍ଥନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପ୍ରେସମିଟ କରି ପାକ ଅଧିକୃତ କାଶ୍ମୀର ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ପାକିସ୍ତାନ ଅଧିକୃତ କାଶ୍ମୀରକୁ ଭାରତକୁ ଫେରାଇ ଅଣାଯିବା ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ । ଭାରତ ସରକାରଙ୍କ ଦ୍ବାରା ଏ ସମ୍ପର୍କିତ ଆଇନ ଲାଗୁ କରାଯିବାକୁ ସେନା ଅପେକ୍ଷା କରିଛି ବୋଲି ଜେନେରାଲ କହିଥିଲେ । ଜେନେରାଲ ଦ୍ବିବେଦୀଙ୍କ ଟ୍ବିଟରେ ବିବାଦୀୟ କ୍ୟାପସନ ଲେଖି ରିଟ୍ବିଟ କରିଥିଲେ ରିଚା । ସେ ସେନାର ପାକ ଅଧିକୃତ କାଶ୍ମୀର ଫେରାଇ ଆଣିବା ପ୍ରସଙ୍ଗକୁ ପରିହାସ କରି କାଶ୍ମୀର ‘‘Galwan says hi ’’ ବୋଲି କ୍ୟାପସନରେ ଲେଖିଥିଲେ । ତେବେ ସେନାକୁ ନେଇ ଏପରି କଟାକ୍ଷ ପରେ ସୋସିଆଲ ମିଡିଆରେ ରିଚାଙ୍କୁ ପ୍ରବଳ ଟ୍ରୋଲ କରାଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଏନେଇ ଏତଲା ଦେଇଥିବା ବେଳେ ରିଚାଙ୍କୁ ‘ଦେଶଦ୍ରୋହୀ’ ବୋଲି କହିଛନ୍ତି। ସେହିଭଳି ଅଭିନେତା ଅକ୍ଷୟ କୁମାର ମଧ୍ୟ ଏଥିରେ ଆହତ ଏବଂ ମର୍ମାହିତ ବୋଲି ଲେଖିଛନ୍ତି । ସେହପରି ଅନେକ ଅଭିନୋତା ଏବଂ ଅଭିନେତ୍ରୀ ରିଚାଙ୍କୁ ନିନ୍ଦା କରିଛନ୍ତି ।

  • रिचा चड्ढा जैसी 3rd grade बॉलीवुड अदाकारा ओछे पब्लिसिटी स्टंट के लिये भारतीय सेना का अपमान कर रही हैं@RichaChadha कांग्रेस और राहुल गांधी की उपासक हैं इसलिए उनकी इस ट्वीट में भारत विरोधी सोच साफ नजर आती है।
    मैं @MumbaiPolice से उनके ख़िलाफ कानूनी कार्रवाई की माँग करता हूँ@ANI https://t.co/eetOjHrDor pic.twitter.com/uXPcj3gGwE

    — Manjinder Singh Sirsa (@mssirsa) November 24, 2022 " class="align-text-top noRightClick twitterSection" data=" ">

ସେହିପରି ବିଜେପି ନେତା ମନଜିନ୍ଦର ସିଂ ସିରସା ରିଚାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଟ୍ବିଟ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ରିଚାଙ୍କ ପରି ଅଭିନେତ୍ରୀ ନିଜକୁ ଚର୍ଚ୍ଚାକୁ ଆଣିବା ପାଇଁ ଦେଶର ସେନାକୁ ନେଇ ଏପରି ବୟାନ ଉଦ୍ଦେଶ୍ୟମୂଳକ ଦେଉଛନ୍ତି । ରିଚା କଂଗ୍ରେସକୁ ସମର୍ଥନ କରନ୍ତି, ତେଣୁ ତାଙ୍କ ବିଚାରରେ ଦେଶ ବିରୋଧୀ ଝଲକ ଦେଖିବାକୁ ମିଳିଛି ବୋଲି ସିର୍‌ସା କହିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଟ୍ବିଟରେ ଉଲ୍ଲେଖ କରିଥିଲେ ।

ଟ୍ରୋଲ ଓ ସମାଲୋଚିତ ହେବା ପରେ ରିଚା ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ରିଚା କହିଛନ୍ତି ‘‘ଯଦି ମୋ ଶବ୍ଦ ଭାରତୀୟ ସେନାରେ କାର୍ଯ୍ୟରତ ଯବାନ ଭାଇଙ୍କୁ ଆଘାତ ଦେଇଛି, ତେବେ ମୁଁ ଦୁଖିଃତ ।’’ ତେବେ ପୂର୍ବରୁ ମଧ୍ୟ ରିଚା ଭାରତୀୟ ସେନାକୁ ନେଇ କଟାକ୍ଷ କରି ବିବାଦୀୟ ହୋଇଛନ୍ତି ।

2016 ରେ ନିଜର ଏକ ଫିଲ୍ମ ପ୍ରମୋସନରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ପୋଷ୍ଟ ଓ୍ବାଘା-ଅଟ୍ଟାରୀ ବର୍ଡର ଯାଇଥିଲେ ରିଚା । ସେଠାରେ ମଧ୍ୟ ସେ ଏହି ପୋଷ୍ଟକୁ ସର୍କସ ପଏଣ୍ଟ ବୋଲି କହି ପରିହାସ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.