ETV Bharat / bharat

କଲେଜ କ୍ୟାମ୍ପସରେ ପଶି ରିସର୍ଚ୍ଚ ସ୍କଲାରଙ୍କୁ ଦଳିଦେଲା ଦନ୍ତା

author img

By

Published : May 17, 2023, 9:08 PM IST

କଲେଜ କ୍ୟାମ୍ପସରେ ପଶି ଜଣେ ପିଏଚଡି ଛାତ୍ରଙ୍କୁ ଦଳିଦେଲା ହାତୀ । କୋଇମ୍ବାଟୁର ଏକ କଲେଜରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ରିସର୍ଚ୍ଚ ସ୍କଲାର ମୃତ
ହାତୀ ଆକ୍ରମଣରେ ରିସର୍ଚ୍ଚ ସ୍କଲାର ମୃତ

ଚେନ୍ନାଇ: କଲେଜ କ୍ୟାମ୍ପସ ଭିତରେ ପଶି ଜଣେ ପିଏଚଡି ଛାତ୍ରଙ୍କୁ ଦଳିଦେଲା ହାତୀ । ଏପରି ଏକ ଅଭାବନୀୟ ଘଟଣା ତାମିଲନାଡୁ କୋଇମ୍ବାଟୁରରେ ଘଟିଛି । ପ୍ରାଣ ହରାଇଥିବା ରିସର୍ଚ୍ଚ ସ୍କଲାର 23 ବର୍ଷୀୟ ବିଶାଲ ଶର୍ମାଲ ଓ ସେ କୋଇମ୍ବାଟୁର ସ୍ଥିତ ସଲିମ ଅଲ୍ଲୀ ସେଣ୍ଟର ଫର ଓର୍ନିଥୋଲୋଜି ଆଣ୍ଡ ନ୍ୟାଚୁରାଲ ହିଷ୍ଟ୍ରି (Sacon) ରେ ଜଣେ ପିଏଚଡି ଛାତ୍ର ଗବେଷଣା କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ, 23 ବର୍ଷୀୟ ବିଶାଲ ରାଜସ୍ଥାନର ବାସିନ୍ଦା । ତେବେ ସେ ଏବେ ମାତ୍ର ଏକ ସପ୍ତାହ ପାଇଁ କୌଣସି କାମରେ କଲେଜ କ୍ୟାମ୍ପସକୁ ଆସିଥିଲେ । ସେ ଗତକାଲି ରାତିରେ ଡିନର ଶେଷ କରିବା ପରେ କଲେଜ କ୍ୟାମ୍ପସରେ ଥିବା କ୍ୟାଣ୍ଟିନ ନିକଟରେ ସାଙ୍ଗମାନଙ୍କ ବୁଲୁଥିଲେ । ସେହି ସମୟରେ ଏକ ହାତୀ କଲେଜ କ୍ୟାମ୍ପସରେ ପଶି ତାଙ୍କ ଉପରେ ଆକ୍ରମଣ କରିଥିଲା । ଦନ୍ତାଟି ତାଙ୍କୁ ଦଳି ଦେଇଥିଲା । ବିଶାଲଙ୍କ ସହ ଥିବା କିଛି ଛାତ୍ର ଦୌଡି ପଳାଇ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ତେବେ ହାତୀଟି କ୍ୟାମ୍ପସ ପରିସରରେ ଥିବା ଜଙ୍ଗଲ ମଧ୍ୟକୁ ଚାଲିଯିବା ପରେ ବିଶାଲଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ବିଶାଲଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ କୋଟ୍ଟାଥିରାଇ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ତାଙ୍କୁ କିଛି ସମୟ ମଧ୍ୟରେ ଏକ ଘରୋଇ ହସ୍ପିଟାଲରୁ ରେଫର କରାଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଭୋର 4ଟା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ରାଜସ୍ଥାନ ପଠାଯିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ହାତୀ ଆକ୍ରମଣ ପରେ କଲେଜ କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀଙ୍କ ଟିମ ଆସି ହାତୀକୁ ଘଉଡାଇ ଘନ ଜଙ୍ଗଲ ମଧ୍ୟରେ ଛାଡିଛି । କଲେଜ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସୁରକ୍ଷା ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । କଲେଜ କ୍ୟାମ୍ପସଟି ନିକଟସ୍ଥ ଜଙ୍ଗଲକୁ ଲାଗିଥିବାରୁ ହାତୀ ପ୍ରବେଶ କରିବାରେ ସଫଳ ହୋଇଛି । ସମସ୍ତଙ୍କୁ ସତର୍କ ରହିବା ସହ କ୍ୟାମ୍ପସର ଜଙ୍ଗଲିଆ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବନ ଅଧିକାରୀ ଓ କର୍ମଚାରୀ ମଧ୍ୟ ହାତୀ ଉପଦ୍ରବ ନେଇ ସ୍ଥିତି ସମୀକ୍ଷା କରିଛନ୍ତି । କଲେଜ କ୍ୟାମ୍ପସରେ ହାତୀ ଉପଦ୍ରବରେ ଜଣେ ସ୍କଲାରଙ୍କ ମୃତ୍ୟୁ ହେବା ଘଟଣାରେ ସମଗ୍ର ସହରରେ ଶୋକ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.