ETV Bharat / bharat

ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ, ଆତଙ୍କବାଦୀ ବ୍ୟବହାର କରିଥିଲେ ଆମେରିକା ରାଇଫଲ - ଜମ୍ମୁକାଶ୍ମୀରରେ ଆତଙ୍କୀ ଆକ୍ରମଣ

Terrorists used US made rifles: ପୁଞ୍ଚରେ ଆତଙ୍କୀ ଆକ୍ରମଣ । ଆମେରିକା ରାଇଫଲ ବ୍ୟବହାର କରିଥିଲେ ଆତଙ୍କବାଦୀ । ଅଧିକ ପଢନ୍ତୁ

Terrorists used US made rifles
Terrorists used US made rifles
author img

By ETV Bharat Odisha Team

Published : Dec 22, 2023, 4:57 PM IST

ଶ୍ରୀନଗର: ଜମ୍ମୁକାଶ୍ମୀରର ପୁଞ୍ଚରେ ଗତକାଲି (ଗୁରୁବାର) ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଭାରତୀୟ ସେନାର ୫ ବୀର ଯବାନ ଶହୀଦ ହୋଇଛନ୍ତି । ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ପାଫ ବା ପିପୁଲ୍ସ ଆଣ୍ଟି-ପାଶିଷ୍ଟ ଫ୍ରଣ୍ଟ ଆମେରିକାରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଜଣାପଡ଼ିଛି । ଆତଙ୍କବାଦୀମାନେ ଆକ୍ରମଣ ସମୟର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବେଳେ ଏଥିରେ ଆମେରିକା ନିର୍ମିତ M4 କାର୍ବାଇନ ରାଇଫଲକୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

କମ ଓଜନ ବିଶିଷ୍ଟ ଏମ୪ କାର୍ବାଇନ ରାଇଫଲ ଗ୍ୟାସ ଦ୍ବାରା ପରିଚାଳିତ । ୧୯୮୦ ମସିହାରୁ ଆମେରିକାରେ ନିର୍ମିତ ହୋଇଆସୁଛି ଏହି ରାଇଫଲ । ଆମେରିକା ସଶସ୍ତ୍ର ବଳର ଏହା ଏକ ପ୍ରମୁଖ ଅସ୍ତ୍ର । ଏହି ରାଇଫଲଟି ଓଜନ ହାଲୁକା ହୋଇଥିବାରୁ ପ୍ରାୟ ୮୦ ଦେଶ ଆମେରିକା ଠାରୁ ଏହାକୁ କ୍ରୟ କରିଥାନ୍ତି । ଅତି ନିକଟରୁ ଶତ୍ରୁକୁ ଟାର୍ଗେଟ କରିବା ଲାଗି ଏହି ରାଇଫଲର ବ୍ୟବହାର ହୋଇଥାଏ । ଏହା ସଠିକ ଦିଗରେ ଭେଦୁଥିବା ବେଳେ ଏକ ଭରସାଯୋଗ୍ୟ ଅସ୍ତ୍ର । ଏଣୁ ଏମ୪ କାର୍ବାଇନ ରାଇଫଲକୁ ଅଧିକ ପସନ୍ଦ କରିଥାନ୍ତି ମିଲିଟାରୀ କର୍ମଚାରୀ ।

ଏହା ବି ପଢନ୍ତୁ- ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ; ସର୍ଚ୍ଚ ଅପରେସନ ଜାରି

ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କ ଠାରୁ ଆମେରିକାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଠାବ ହୋଇଛି । କାଶ୍ମୀରରେ ଥିବା ଆତଙ୍କବାଦୀ ଅଧିକାଂଶ ଏହି ଅସ୍ତ୍ର ବ୍ୟବହାର କରୁଥିବା ନଜିର ରହିଛି । ୨୦୧୬ରେ ଭାରତୀୟ ସେନା ଜୈଶ-ଇ-ମହମ୍ମଦ ଆତଙ୍କୀଙ୍କଠାରୁ ଷ୍ଟିଲ ବୁଲେଟ ବ୍ୟବହାର ହେଉଥିବା M4 ରାଇଫଲ ଜବତ କରିଥିଲା । ଷ୍ଟିଲ ବୁଲେଟ ବ୍ୟବହୃତ ରାଇଫଲ ଟାର୍ଗେଟକୁ ଅଧିକ କ୍ଷତି ପହଞ୍ଚାଇଥାଏ । ଏହି ବୁଲେଟ ଗାଡିରେ ସହଜରେ ଭେଦୁଥିବା ବେଳେ ସୁରକ୍ଷା ପାଇଁ ବ୍ୟବହୃତ ଅନ୍ୟ ସାମଗ୍ରୀକୁ ମଧ୍ୟ ଭେଦିଯାଏ ।

ସିକ୍ୟୁରିଟି ଏଜେନ୍ସି ସନ୍ଦେହ କରୁଛି ଯେ PAFF ହେଉଛି ଜୈଶ-ଇ-ମହମ୍ମଦର ଏକ ନୂଆ ଫ୍ରଣ୍ଟ ହୋଇପାରେ । ଗତକାଲି ଜମ୍ମୁକାଶ୍ମୀରରେ ହୋଇଥିବା ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ପାଫ ବା ପିପୁଲ୍ସ ଆଣ୍ଟି-ପାଶିଷ୍ଟ ଫ୍ରଣ୍ଟ । ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ISI କିଛି ନୂଆ ଆତଙ୍କୀକୁ ଦୀର୍ଘ ଦିନ ଧରି ତାଲିମ ଦେଇ ରାଜୌରି ଓ ପୁଞ୍ଚ ଜିଲ୍ଲାକୁ ପଠାଇଛି । ସେମାନେ ବିଶେଷ କରି ଭାରତୀୟ ସୁରକ୍ଷା ବାହିନୀକୁ ଟାର୍ଗେଟରେ ରଖିଛନ୍ତି । ଏକ ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ସୁରକ୍ଷାକର୍ମୀଙ୍କ ପରି ଏହି ଆତଙ୍କବାଦୀମାନେ କ୍ୟାମେରା ଲଗାଥିବା ହେଲମେଟ ବ୍ୟବହାର କରୁଛନ୍ତି । ଯାହାଦ୍ବାରା ସେମାନେ ଲଢେଇ ସମୟର ଫୁଟେଜକୁ ରେକର୍ଡ କରିପାରିବେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ତର୍ଜମା କରି ନୂଆ ଷଡ଼ଯନ୍ତ୍ରର ଯୋଜନା କରିବେ ।

ପୁଞ୍ଚ ଆକ୍ରମଣରେ ୫ ଯବାନ ଶହୀଦ:- ସୂଚନା ଥାଉ କି ଗତକାଲି (ଗୁରୁବାର) ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ ବେଳେ ସେନା ଗାଡ଼ି ଉପରେ ହଠାତ ହୋଇଥିଲା ଆତଙ୍କୀ ଆକ୍ରମଣ । ଦୁଇଟି ସେନା ଗାଡିରେ ସୁରକ୍ଷାକର୍ମୀମାନେ ଆତଙ୍କୀ ନିରୋଧି ଅପରେସନ ପାଇଁ ଯାଉଥିବା ବେଳେ ଥାନାମଣ୍ଡି ନିକଟରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ମଧ୍ୟ ଦେଇଥିଲେ । କିନ୍ତୁ ଆତଙ୍କୀଙ୍କ ଗୁଳିମାଡ଼ରେ ଗାଡିରେ ଥିବା ୫ ଜଣ ଯବାନ ଶହୀଦ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.