ETV Bharat / bharat

ତରଳିବ ତୁଲଜା ଭବାନୀଙ୍କ 200 କିଲୋ ସୁନା, ଅନୁମତି ଦେଲା ଆରବିଆଇ

author img

By ETV Bharat Odisha Team

Published : Oct 7, 2023, 10:54 PM IST

ସିଦ୍ଧ ତୁଲଜା ଭବାନୀ ମନ୍ଦିରର ସୁନା ତରଳାଇବାକୁ ଅନୁମତି ଦେଲା RBI । ପାଖାପାଖି 200 କିଲୋଗ୍ରାମ ସୁନା ପ୍ରକ୍ରିୟାକରଣ କରାଯିବ । ଅଧିକ ପଢନ୍ତୁ

Tuljabhavani's gold will melt
200 କିଲୋ ସୁନାର ପ୍ରକ୍ରିୟାକରଣ ପାଇଁ ଅନୁମତି
200 କିଲୋ ସୁନାର ପ୍ରକ୍ରିୟାକରଣ ପାଇଁ ଅନୁମତି

ମୁମ୍ବାଇ: ମହାରାଷ୍ଟ୍ରର ପ୍ରସିଦ୍ଧ ତୁଲଜା ଭବାନୀ ମନ୍ଦିରର ସୁନା ତରଳାଇବାକୁ ଅନୁମତି ଦେଲା RBI । ପାଖାପାଖି 200 କିଲୋଗ୍ରାମ ସୁନା ପ୍ରକ୍ରିୟାକରଣ କରାଯିବ । ତୁଲଜା ଭବାନୀ ମନ୍ଦିରରେ ଭକ୍ତଙ୍କ ଦ୍ବାରା ଦାନ ଆକାରରେ ଦିଆଯାଇଥିବା ଅଳଙ୍କାରକୁ ତରଳାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବାବେଳେ RBI ଅନୁମତି ପ୍ରଦାନ କରିଛି । ବର୍ତ୍ତମାନ 200 କିଲୋଗ୍ରାମ ସୁନା ତରଳାଯିବାର ଯୋଜନା ରହିଥିବା ନେଇ ସୂଚନା ଦେଇଛନ୍ତି ମନ୍ଦିରର ସଭାପତି ଡକ୍ଟର ସଚିନ ଓମ୍ବସେ ।

ମନ୍ଦିର ପ୍ରଶାସନର ସଭାପତି ଡ. ସଚିନ ଓମ୍ବସେ ସୂଚନା ଦେଇ କହିଛନ୍ତି, "ତୁଲଜାଭବାନୀ ମନ୍ଦିରରେ ଭକ୍ତଙ୍କ ଦ୍ବାରା ଦିଆଯାଇଥିବା ସୁନା ଅଳଙ୍କାର ନବରାତ୍ରୀ ଶେଷ ହେବା ପରେ ତରଳା ଯିବ । RBI ଏଥିପାଇଁ ଅନୁମତି ପ୍ରଦାନ କରିଛି । ଏହି ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବ । 2009 ମସିହାରୁ ଭକ୍ତମାନେ ପ୍ରାୟ 207 କିଲୋଗ୍ରାମ ସୁନା ଏବଂ 2 ହଜାର 570 କିଲୋଗ୍ରାମ ରୂପା ଅଳଙ୍କାର ପ୍ରଦାନ କରିଛନ୍ତି ।"

ତେବେ RBI କେବଳ ସୁନା ତରଳାଇବାକୁ ଅନୁମତି ପ୍ରଦାନ କରିଥିବାବେଳେ ରୂପା ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇଛି । ଏଥିରୁ 111 କିଲୋଗ୍ରାମ ଶୁଦ୍ଧ ସୁନା ମିଳିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଅର୍ଥାତ୍ 50 ରୁ 60 ପ୍ରତିଶତ ଶୁଦ୍ଧ ସୁନା ମିଳିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଏହାପୂର୍ବରୁ ମନ୍ଦିରରେ 47 କିଲୋଗ୍ରାମ ଶୁଦ୍ଧ ସୁନା ଗଚ୍ଛିତ ରହିଛି ।ଅଧିକାରୀମାନେ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିର ପରିଦର୍ଶନ କରି ସୁନା ଓ ରୂପା ତରଳାଇବାର ସ୍ବଚ୍ଛ ପଦ୍ଧତି ବିଷୟରେ ଅଧ୍ୟୟନ କରିବେ ବୋଲି ଜଣାପଡିଛି ।

ସୁନା ତରଳିବା ପରେ କ'ଣ ହେବ:

ଗତ 10 ବର୍ଷ ମଧ୍ୟରେ ତୁଲଜାଭବାନୀ ମନ୍ଦିରକୁ ବହୁ ପରିମାଣର ସୁନା ଓ ରୂପା ଦାନ କରିଛନ୍ତି ଭକ୍ତ । ସେଥି ମଧ୍ୟରୁ 200 କିଲୋଗ୍ରାମ ସୁନା ତରଳା ଯିବାର ଯୋଜନା ରହିଛି । ଏହି ସୁନା ତରଳିବା ପରେ ଏହାର ବଡ ବ୍ଲକଗୁଡିକ ପ୍ରସ୍ତୁତ ହେବ ଏବଂ ତରଳା ଯାଇଥିବା ସୁନା ବ୍ଲକଗୁଡିକ ଜାତୀୟକରଣ ବ୍ୟାଙ୍କ(Nationalized Bank)ରେ ରଖାଯିବ । ଫଳରେ ଭବିଷ୍ୟତରେ ମନ୍ଦିର ଏଥିରୁ ଆୟ ପାଇବ । ମହାରାଷ୍ଟ୍ରର ପ୍ରସିଦ୍ଧ ତୁଲଜା ଭବାନୀ ମନ୍ଦିରକୁ ଦେଶ ବିଦେଶରୁ ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତମାନେ ଅନେକ ସମୟରେ ମାନସିକ ପୂରଣ ଲାଗି ଶ୍ରଦ୍ଧାରେ ସୁନା, ରୂପା ଆଦି ଅଳଙ୍କାର ପ୍ରଦାନ କରିଥାନ୍ତି ।

ଏହା ବି ପଢନ୍ତୁ...ଖୋଲିଲା ମା' ମଝିଘରିଆଣୀ ହୁଣ୍ଡି, ବାହାରିଲା ୫୮ ଲକ୍ଷ ଟଙ୍କା ସମେତ ସୁନାଗହଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.