ETV Bharat / bharat

Sri Lanka Crisis: କାମଚଳା ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ, ବିରୋଧୀ କହିଲେ ଅସାମ୍ବିଧାନିକ

author img

By

Published : Jul 13, 2022, 4:24 PM IST

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବରେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଏନେଇ ବାଚସ୍ପତିଙ୍କୁ ଅବଗତ କରିଛନ୍ତି ଗୋଟାବାୟା । ଅଧିକ ପଢ଼ନ୍ତୁ

Sri Lanka Crisis: କାମଚଳା ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂ, ବିରୋଧୀ କହିଲେ ଅସାମ୍ବିଧାନିକ

କଲମ୍ବୋ: ଶ୍ରୀଲଙ୍କାର ଦେଖା ଦେଇଥିବା ଆର୍ଥିକ ସଙ୍କଟ ଏବେ ଉଗ୍ର ରୂପ ନେଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ କବ୍‌ଜା କରିଛନ୍ତି ଆନ୍ଦୋଳନକାରୀ । ଚାରିଆଡ଼େ ଖାଲି ହାହାକାର । ଏହାରି ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବରେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଏହାକୁ ନେଇ ବାଚସ୍ପତିଙ୍କୁ ଅବଗତ କରିଛନ୍ତି ଗୋଟାବାୟା । ଏପଟେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସେନାକୁ ଯେକୌଣସି ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଛନ୍ତି କାମଚଳା ରାଷ୍ଟ୍ରପତି ।

ସେପଟେ ଗୋଟାବାୟାଙ୍କ ଘୋଷଣାକୁ ନେଇ ବିରୋଧ ହେବା ଆରମ୍ଭ ହୋଇଛି । ବିରୋଧୀ ଦଳ ନେତା ସଜିତ ପ୍ରେମଦାସ ଗୋତବାୟାଙ୍କ ଘୋଷଣାକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି । ଅସାମ୍ବିଧାନିକ ଭାବରେ ରାନିଲ ବିକ୍ରମସିଂ କାମଚଳା ରାଷ୍ଟ୍ରପତି ଦାୟିତ୍ବ ତୁଲାଇ ପାରିବେ ନାହିଁ ବୋଲି ସଜିତ ପ୍ରେମଦାସ ।

ସେପଟେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି କାମଚଳା ରାଷ୍ଟ୍ରପତି । ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ କବ୍‌ଜା କରିଛନ୍ତି । ଜୀବନ ରକ୍ଷା କରିବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ମାଲଦ୍ବୀପ ପଳାୟନ କରିଥିବା ରିପୋର୍ଟ ରହିଛି । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି । ସେମାନଙ୍କୁ ଅଟକାଇବାକୁ ଲୁହବୁହା ଗ୍ୟାସ୍‌ର ପ୍ରୟୋଗ କରାଯାଉଥିବା ବେଳେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.