ETV Bharat / bharat

Christmas Greetings: ବଡଦିନ ପୂର୍ବ ସନ୍ଧ୍ୟାରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି - ରାଷ୍ଟ୍ରପତିଙ୍କ ଖ୍ରୀଷ୍ଟମାସ ଶୁଭେଚ୍ଛା

ଡିସେମ୍ବର ୨୫ରେ ସାରା ବିଶ୍ବରେ ପାଳନ କରାଯିବ ପବିତ୍ର ଖ୍ରୀଷ୍ଟମାସ (Merry Christmas) । ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ

Christmas greetings: ବଡଦିନ ପୂର୍ବ ସଂନ୍ଧ୍ୟାରେ ଖ୍ରୀଷ୍ଟୀୟ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

author img

By

Published : Dec 24, 2021, 9:36 PM IST

ନୂଆଦିଲ୍ଲୀ: ବଡଦିନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୫ରେ ସାରା ବିଶ୍ବରେ ପାଳନ କରାଯିବ ପବିତ୍ର ଖ୍ରୀଷ୍ଟମାସ (Merry Christmas) । ଯୀଶୁଖ୍ରୀଷ୍ଟଙ୍କ ଧରାବତାରଣରେ ସାରା ଦେଶରେ ଖୁସିର ଲହରୀ ଖେଳିଯିବ । ତେବେ ବିଶେଷ କରି ଯୀଶୁଖ୍ରୀଷ୍ଟଙ୍କ ବଡଦିନକୁ ଖ୍ରୀଷ୍ଟଧର୍ମାବିଲମ୍ବୀମାନେ ଧୁମଧାମରେ ପାଳନ କରିବେ ।

ପବିତ୍ର ବଡଦିନ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ଯେ ପବିତ୍ର ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା । ବିଶେଷ କରି ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ ଯୀଶୁଙ୍କ ଏହି ପବିତ୍ର ପର୍ବରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। ପ୍ରତିବର୍ଷ ଡିସେମ୍ବର ୨୫ କୁ ମହାଆଡମ୍ବରରେ ପାଳନ କରିଥାନ୍ତି ଖ୍ରୀଷ୍ଟୀୟାନ ସମ୍ପ୍ରଦାୟର ଲୋକମାନେ । ତେବେ ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ପାଳନ କରିବା ପାଇଁ ଗାଇଡଲାଇନ ଜାରୀ କରାଯାଇଛି ।

ସୂଚନଥାଉକି ପବିତ୍ର ବଡ ଦିନରେ ଖାସକରି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଠାରେ ବେଶ ଚଳଚଞ୍ଚଳ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରାଷ୍ଟମାସ ବା ବଡଦିନ ଉତ୍ସବ ପାଳନ କରାଯାଏ। ବଡଦିନ ହେଉଛି ଖୁସି ଏବଂ ପ୍ରେମର ପ୍ରତୀକ । ବଡଦିନକୁ ନେଇ ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏହାକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ରଙ୍ଗ ବେରଙ୍ଗର ଆଲୋକ ଏବଂ ବିଭିନ୍ନ ସାଜସଜ୍ଜା ସାମଗ୍ରୀରେ ଘରକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ଚର୍ଚ୍ଚରେ ଯାଇ ସାମୁହିକ ପ୍ରାର୍ଥନା କରି ପରସ୍ପର ପ୍ରତି ଭାଇଚାରାର ବାର୍ତ୍ତା ଦେଇଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.