ETV Bharat / bharat

ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜନାଥ - ଆର୍ମି ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟ

ଆଜି ପୁଣେ ଆର୍ମି ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟରେ ନୀରଜ ଚୋପ୍ରା, ଅଲମ୍ପିକ୍ସରେ ଭାଗ ନେଇଥିବା ଖେଳାଳି ଓ ଅନ୍ୟ ସଶସ୍ତ୍ର ବାହିନୀର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କରିବେ ରାଜନାଥ । ଅଧିକ ପଢନ୍ତୁ...

ଆଜି  ନିରଜ ଚୋପ୍ରା ଓ ଅଲମ୍ପିକ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ  ସମ୍ବର୍ଦ୍ଧିତ କରିବେ ରାଜନାଥ

author img

By

Published : Aug 23, 2021, 9:42 AM IST

ନୂଆଦିଲ୍ଲୀ: ଆଜି ପୁଣେ ଗସ୍ତରେ ଯାଇ ଆର୍ମି ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟର ଏକ ସମାରୋହରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ସମାରୋହରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ଅଲମ୍ପିକ୍ସରେ ଭାଗ ନେଇଥିବା ଖେଳାଳି ଓ ଅନ୍ୟ ସଶସ୍ତ୍ର ବାହିନୀର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିବେ ରାଜନାଥ । ଏହି ସମାରୋହରେ ରାଜନାଥଙ୍କ ସହ ଆର୍ମି ଚିଫ ଜେନେରାଲ ଏମଏମ ନରଓ୍ବାଣେ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜେଏସ ନେନ ଯୋଗ ଦେବେ । ଏନେଇ ପ୍ରତିରକ୍ଷାମନ୍ତ୍ରାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଭାରତୀୟ ସେନା ସର୍ବଦା ଭାରତୀୟ କ୍ରୀଡାର ମେରୁଦଣ୍ଡ ରହିଆସିଛି । ମେଜର ଧ୍ୟାନ ଚାନ୍ଦଙ୍କ ଠାରୁ ନୀରଜ ଚୋପ୍ରାଙ୍କ ପର୍ଯ୍ୟନ୍ତ ଯିଏ ଭାରତୀୟ କ୍ରୀଡା ଇତିହାସରେ ସୁନାମ ଅର୍ଜନ କରିଛନ୍ତି । ୨୦୦୧ରେ ଭାରତୀୟ ସେନାର ମିଶନ ଅଲମ୍ପିକ୍ସ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ଅଲିମ୍ପିକ୍ସ ସମେତ ଆନ୍ତର୍ଜାତିକ ଇଭେଣ୍ଟରେ ପଦକ ଜିତିବା ଉଦ୍ଦେଶ୍ୟରେ ଓ କ୍ରୀଡାର ମାନ ବୃଦ୍ଧି କରିବା ପାଇଁ ଏହା ଆରମ୍ଭ ହୋଇଥିଲା ।

ASI ପୁଣେ ଭାରତୀୟ ସେନାର ଏକ ବିଶ୍ବସ୍ତରୀୟ କ୍ରୀଡା ପ୍ରତିଷ୍ଠାନ । ଏଠାରେ ୩୪ ଜଣ ଅଲମ୍ପିଆନ୍ସ, ୨୨ କମନଓ୍ବେଲଥ ଗେମ୍ସ ପଦକ ବିଜେତା, ୨୧ ଜଣ ଏସିଆନ ଗେମ୍ସ ପଦକ ବିଜେତା, ୬ଜଣ ଯୁବ ଖେଳର ପଦକ ବିଜେତା ଏବଂ ୧୩ ଜଣ ଅର୍ଜୁନ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.