ETV Bharat / bharat

ୟୁପିକୁ 150 ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ ରାଜନାଥଙ୍କ ନିର୍ଦ୍ଦେଶ - ରାଜନାଥ ସିଂ

ଉତ୍ତରପ୍ରଦେଶକୁ 150ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ ଡିଆରଡିଓକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ୟୁପିକୁ 150 ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ ରାଜନାଥଙ୍କ DRDOକୁ ନିର୍ଦ୍ଦେଶ

author img

By

Published : Apr 19, 2021, 1:15 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡୁଛି । ତେବେ ଉତ୍ତରପ୍ରଦେଶ ସରକାରଙ୍କୁ 150ଟି ଜମ୍ବୋ ଅକ୍ସିଜେନ ସିଲିଣ୍ଡର ଯୋଗାଇବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

ଡିଆରଡିଓ ଦ୍ବାରା ଏହି ଅକ୍ସିଜେନ ସିଲିଣ୍ଡରକୁ ଲକ୍ଷ୍ନୌର କୋଭିଡ ହସ୍ପିଟାଲର ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗିବ । ଏହାପରେ ଆଉ 1000ଟି ସିଲିଣ୍ଡର ୟୁପିକୁ ସଂଗଠନ ଯୋଗାଇବ ବୋଲି ଜଣାପଡିଛି । ୟୁପିରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାରି ମଧ୍ୟରେ ଗତ ଶୁକ୍ରବାର ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ରାଜ୍ୟରେ ପୁଣି ସରକାର ଲକଡାଉନ ଲାଗୁ କରିଛନ୍ତି । ଫଳରେ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ୟୁପିର ସମସ୍ତ ଜିଲ୍ଲାରେ ଶନିବାର ରାତି 8ଟାଠାରୁ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲକଡାଉନ ଲାଗୁ ହେବ ।

ରାଜ୍ୟରେ ମୋଟ 1 ଲକ୍ଷ 91 ହଜାର 457ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 6 ଲକ୍ଷ 50 ହଜାର 33 ଜଣ ସଂକ୍ରମିତ ହୋଇଛନ୍ତି ଏବଂ 9830 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଦେଶରେ ଗତ 24 ଘଣ୍ଟାରେ ନୂଆ 2.73 ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1619 ଜଣଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.