ETV Bharat / bharat

‘ମହିଳା ବିରୋଧୀ ହିଂସାରେ ରାଜସ୍ଥାନ ପ୍ରଥମ, ମମତାଙ୍କର ମହିଳାଙ୍କ ପ୍ରତି ମମତା ନାହିଁ’ - ରାଜସ୍ଥାନ ହିଂସା ନେଇ ଅନୁରାଗଙ୍କ ବୟାନ

ଜୋର ଧରିଲା ହିଂସା ରାଜନୀତି ବୟାନବାଜୀ । ମଣିପୁର ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ ପରେ ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ହିଂସା ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । କହିଲେ ମହିଳା ବିରୋଧୀ ହିଂସାରେ ରାଜସ୍ଥାନ ଏକ ନମ୍ବର, ମମତାଙ୍କର ମମତା ନାହିଁ । ଅଧିକ ପଢନ୍ତୁ

‘ମହିଳା ବିରୋଧୀ ହିଂସାରେ ରାଜସ୍ଥାନ ପ୍ରଥମ, ମମତାଙ୍କର ମମତା ନାହିଁ ’

author img

By

Published : Jul 22, 2023, 5:26 PM IST

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଅନ୍ୟପଟେ କଂଗ୍ରେସ ଶାସିତ ରାଜସ୍ଥାନ, ଛତିଶଗଡ ଓ ମମତା ବାନାର୍ଜୀଙ୍କ ଶାସିତ ପଶ୍ଚିମବଙ୍ଗରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ଟାର୍ଗେଟ କରିଛି ବିଜେପି । ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ପ୍ରସଙ୍ଗରେ ଏହି ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି । ମହିଳା ବିରୋଧୀ ହିଂସାରେ ରାଜସ୍ଥାନ ପ୍ରଥମ ସ୍ଥାନରେ ରହିଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିଜ ରାଜ୍ୟର ମହିଳାଙ୍କ ପ୍ରତି ‘ମମତା’ ନାହିଁ ବୋଲି ଅନୁରାଗ କହିଛନ୍ତି ।

ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅନୁରାଗ କହିଛନ୍ତି, ‘‘ରାଜସ୍ଥାନ ମହିଳା ବିରୋଧୀ ହିଂସାରେ ପ୍ରଥମ ସ୍ଥାନରେ ରହିଛି । ପଶ୍ଚିମବଙ୍ଗ ମଧ୍ୟ ଏହି ଧାରାରେ ପଛରେ ନାହିଁ । ବିହାରରେ ମଧ୍ୟ ମହିଳାଙ୍କ ବିରୋଧରେ ହିଂସାକାଣ୍ଡ ଘଟୁଛି । ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ନିରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସେହି ରାଜ୍ୟର ସରକାରଙ୍କ ମୁଖ୍ୟ ଉତ୍ତରଦାୟିତ୍ବ । ମମତା ବାନାର୍ଜୀଙ୍କର ମହିଳାଙ୍କ ପ୍ରତି ‘ମମତା’ ନାହିଁ । ନୂତନ କରି ଗଠନ ହୋଇଥିବା ବିରୋଧୀ ମେଣ୍ଟ ଏକ ପ୍ରତିନିଧି ଟିମ ଗଠନ କରି ଏହି ବିରୋଧୀ ଶାସନାଧିନ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ତଦାରଖ କରିବା ପାଇଁ ପଠାନ୍ତୁ ।’’

ଏହି ସବୁ ରାଜ୍ୟମାନଙ୍କର ଆଇନ ଶୃଙ୍ଖଳା ବିଫଳତାକୁ ଉଦାହରଣ ଦେଇ ଅନୁରାଗ କହିଛନ୍ତି, ‘‘ମହିଳା ବିରୋଧୀ ହିଂସାରେ ରାଜସ୍ଥାନ ପ୍ରଥମ । ରାଜ୍ୟରେ ମହିଳା ଓ ଦଳିତଙ୍କ ଉପରେ କ୍ରମାଗତ ଆକ୍ରମଣ ହେଉଛି । ଗତ 4 ବର୍ଷ ମଧ୍ୟରେ ରାଜସ୍ଥାନରେ 1.09 ଲକ୍ଷ ମହିଳା ବିରୋଧୀ ହିଂସା ପଞ୍ଜୀକୃତ ହୋଇଛି । ସେହିପରି ଦୁଷ୍କର୍ମ ମାମଲାରେ ମଧ୍ୟ ରାଜସ୍ଥାନ ଆଗରେ ରହିଛି । ଗତ 4ବର୍ଷରେ ଦେଶରେ ମୋଟ ଦୁଷ୍କର୍ମ ମାମଲାର 22 ପ୍ରତିଶତ ଘଟଣା କେବଳ ରାଜସ୍ଥାନରେ ଘଟିଛି । ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କର ଜଣେ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡାଙ୍କୁ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ବରଖାସ୍ତ କରିଛନ୍ତି ।’’

ଏହା ମଧ୍ଯ ପଢନ୍ତୁ:-Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ସେହିପରି ପଶ୍ଚିମବଙ୍ଗ ଘଟଣା ଉଲ୍ଲେଖ କରି ସେ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ମଲଦାରେ ଦୁଇଜଣ ମହିଳାଙ୍କୁ ମାଡ ମରାଯିବା ସହ ବିବସ୍ତ୍ର କରି ବୁଲାଯାଇଥିଲା । ହାଓ୍ବଡାରେ ମଧ୍ୟ ସମାନ ଧରଣର ହିଂସାକାଣ୍ଡ ସାମ୍ନାକୁ ଆସିଥିଲା । ହେଲେ ମମତା ବାନାର୍ଜୀ ନିଜ ରାଜ୍ୟର ମହିଳାଙ୍କ ପ୍ରତି ମମତା ନାହିଁ । ଏହି ଘଟଣାର କଣ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେଲା ତାହା ଜଣାନାହିଁ ବୋଲି କହିଛନ୍ତି ଅନୁରାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.