ETV Bharat / bharat

ଗୋଗୋଇଙ୍କୁ ଗେହଲଟଙ୍କ ଟାର୍ଗେଟ, ବିଚାରପତିମାନେ ଅବସର ପରର କଥା ଚିନ୍ତା କରିବା ଠିକ୍ ନୁହେଁ

author img

By

Published : Jul 17, 2022, 11:59 AM IST

Updated : Jul 17, 2022, 12:27 PM IST

ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସାଂସଦ ପଦକୁ ନେଇ ତେରେଚ୍ଛା ବାଣ ମାରିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ନ୍ୟାୟପାଳିକା ସବୁବେଳେ ଅବସର ପରର କଥା ଭାବିବା ଠିକ୍ ନୁହେଁ କହି ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଗୋଗୋଇଙ୍କୁ ଗେହଲଟଙ୍କ ଟାର୍ଗେଟ, ନ୍ୟାୟପାଳିକା ସବୁବେଳେ ଅବସର ପରର କଥା ଭାବିବା ଠିକ୍ ନୁହେଁ

ଜୟପୁର: ରାଜସ୍ଥାନ ଜୟପୁର ଠାରେ ଦୁଇ ଦିନିଆ ସର୍ବଭାରତୀୟ ଆଇନ ସେବା ପ୍ରାଧିକରଣ ବୈଠକ(All India Legal Services Meet) ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା(NV Ramana)ଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ଅମଲାତନ୍ତ୍ର ଓ ନ୍ୟାୟପାଳିକାକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ଦେଶରେ ବର୍ତ୍ତମାନ ଅମଲାତନ୍ତ୍ରର ସ୍ଥିତି ସମ୍ପର୍କରେ ମନ୍ତବ୍ୟ ରଖିଛନ୍ତି । ନ୍ୟାୟପାଳିକା ବା ବିଚାରପତିମାନେ ସବୁବେଳେ ଅବସର ପରର କଥା ଚିନ୍ତା କରିବା ଠିକ୍ ନୁହେଁ । ନ୍ୟାୟପାଳିକାଙ୍କ ଅବସର ପରେ ପଦପ୍ରାପ୍ତିର ଲୋଭ ରହିଲେ ଏହା ସେମାନଙ୍କ କାର୍ଯ୍ୟଧାରାକୁ ପ୍ରଭାବିତ କରିଥାଏ ।

ଗେହଲଟ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ସାଂସଦ ପଦକୁ ନେଇ ତେରେଚ୍ଛା ବାଣ ମାରିଛନ୍ତି । ସେ କହିଛନ୍ତି, ''ଏକଦା ସୁପ୍ରିମକୋର୍ଟର ୪ ଜଣ ବିଚାରପତି ଦେଶରେ ଗଣତନ୍ତ୍ର ବିପଦରେ ଥିବା କଥା କହିଥିଲେ । ଆମେ ଏହି ବିଷୟକୁ ନେଇ ଖୁବ୍ ଚିନ୍ତିତ ଥିଲୁ । ଏହି କଥା କହିଥିବା ବିଚାରପତିଙ୍କ ମଧ୍ୟରେ ରଞ୍ଜନ ଗୋଗୋଇ ଥିଲେ । ଯିଏକି ପରବର୍ତ୍ତୀ ସମୟରେ ମୁଖ୍ୟ ବିଚାରପତି ହେଲେ । କିନ୍ତୁ CJI ହେବା ପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିବା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । କେବଳ ଏତିକି ନୁହେଁ, ସେ ମୁଖ୍ୟ ବିଚାରପତି ପଦରୁ ଅବସର ନେବା ପରେ ରାଜ୍ୟସଭା ସାଂସଦ ହୋଇଗଲେ । ନ୍ୟାୟପାଳିକା ଏହିପରି ଭାବେ ନିଜର ଅବସର ପରର କଥା ଚିନ୍ତା କରିବା ଅତ୍ୟନ୍ତ ଗମ୍ଭୀର ବିଷୟ ।'' ଏହାସହିତ ମୁଖ୍ୟମନ୍ତ୍ରୀ ପ୍ରଚଳିତ ନ୍ୟାୟ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଚାରପତି ହୋଇ ଦେଶର ସେବା କରିବା ଅତ୍ୟନ୍ତ ଗର୍ବର ବିଷୟ । ଆମେ ଜୀବନରେ ସବୁବେଳେ ଭଲ କାମ କରିବା କରିବାକୁ ଚେଷ୍ଟା କରିବା ଉଚିତ । ଦେଶ ପାଇଁ କିଛି କରିବା ଦରକାର । କିନ୍ତୁ ଅବସର ପରେ କ'ଣ ହେବ ? ଆମେ କ'ଣ କରିବୁ ? ସେ ବିଷୟରେ ଯଦି ସବୁବେଳେ ଚିନ୍ତା କରିବା, ତେବେ ବ୍ୟବସ୍ଥା କିପରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିକଟରେ ସୁପ୍ରିମକୋର୍ଟ ବିଚାରପତି ଜେବି ପର୍ଦ୍ଦିୱାଲା ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପ୍ରଫେଟ ମହମ୍ମଦ ବିରୋଧି ମନ୍ତବ୍ୟ ଘଟଣାରେ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ଭତ୍ସନା କରିବା ପ୍ରସଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲଟ ଉଠାଇଛନ୍ତି । ସେ କହିଛନ୍ତି, ''ସୁପ୍ରିମକୋର୍ଟଙ୍କ ଦୁଇ ବିଚାରପତି ନୂପୁର ଶର୍ମାଙ୍କ ସଂକ୍ରାନ୍ତରେ କିଛି କହିଥିଲେ । ଆମର କର୍ତ୍ତବ୍ୟ ହେଉଛି ନ୍ୟାୟପାଳିକାକୁ ସମ୍ମାନ ଦେବା । କିନ୍ତୁ ପୂର୍ବତନ ହାଇକୋର୍ଟ ଓ ସୁପ୍ରିମକୋର୍ଟର ବିଚାରପତିଙ୍କ ସମେତ ୧୧୬ ଜଣ ବ୍ୟକ୍ତିବିଶେଷ ଏହାର ବିରୋଧି କରିବା ସହ ବିଚାରପତି ଦ୍ବୟଙ୍କୁ ଟାର୍ଗେଟ କରିଥିଲେ ।''

Last Updated : Jul 17, 2022, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.