ETV Bharat / bharat

Chhattisgarh poll: ରାହୁଲ ହେଲେ ଚଷାପୁଅ, ହାତରେ ଦା’ ଧରି କାଟିଲେ ଫସଲ

author img

By ETV Bharat Odisha Team

Published : Oct 29, 2023, 7:46 PM IST

ଛତିଶଗଡରେ କ୍ଷତରେ ନଜର ଆସିଲେ ରାହୁଲ ଗାନ୍ଧୀ । ଶ୍ରମିକ ଓ କୃଷକଙ୍କ ସହ ଫସଲ କାଟିଲେ , ଆଲୋଚନା କଲେ । ଅଧିକ ପଢନ୍ତୁ

Chhattisgarh poll: କ୍ଷେତରେ କୃଷକଙ୍କ ସହ ରାହୁଲ, ହାତରେ ଦା‘ ଧରି କାଟିଲେ ଫସଲ

ରାୟପୁର: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡରେ ଏବେ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର ଜାରି ରଖିଛନ୍ତି । ତେବେ ଏହି କ୍ରମରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କୃଷକଙ୍କ ସହ କ୍ଷେତରେ ଦେଖିବାକୁ ମିଳିଛି । ରାହୁଲ ପୁରା କୃଷକଙ୍କ ପାରମ୍ପରିକ ଢଙ୍ଗରେ ନଜର ଆସିଛନ୍ତି । ମୁଣ୍ଡରେ କୃଷକଙ୍କ ପରି ଗାମୁଛା ଭିଡିବା ସହ ହାତରେ ଦା’ ଧରି ଫସଲ କାଟିଛନ୍ତି । କୃଷକମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ରାହୁଲଙ୍କ ଏହି ଗସ୍ତ ଓ କୃଷକଙ୍କ ସହ ଆଲୋଚନା ସମ୍ପର୍କରେ ଦଳର ଅଫିସିଆଲ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଛି ।

  • आज छत्तीसगढ़ में किसानों के बीच पहुंचे जननायक @RahulGandhi जी।

    किसानों संग कांग्रेस का रिश्ता बेहद पुराना और मजबूत रहा है, जो समय के साथ और गहरा होता जा रहा है।

    इसी परंपरा के साथ छत्तीसगढ़ में कांग्रेस सरकार हर मोड़ पर किसानों का साथ निभा रही है, उन्हें आर्थिक और सामाजिक रूप… pic.twitter.com/iGXa6JRQCA

    — Congress (@INCIndia) October 29, 2023 " class="align-text-top noRightClick twitterSection" data=" ">

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ଆଜି ପୂର୍ବାହ୍ନରେ ରାୟପୁର ସହର ଉପକଣ୍ଠରେ ଥିବା କାଥିୟା ଗ୍ରାମରେ ପହଞ୍ଚିଥିଲେ । ସେ ସେଠାରୁ ସ୍ଥାନୀୟ କ୍ଷେତକୁ ଯାଇଥିଲେ । ଏବେ ଅମଳ ସମୟ ଚାଲିଥିବାରୁ ସେଠାରେ ଫସଲ ଅମଳ କରୁଥିବା ଚାଷୀ ଓ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଥିଲେ । ଚାଷ ଓ ସେମାନଙ୍କ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେମାନଙ୍କ ସହ ମୁଣ୍ଡରେ ଗାମୁଛା ଭିଡି ଫସଲ ମଧ୍ୟ କାଟିଥିଲେ । ଏହି ଗସ୍ତ ବେଳେ ରାହୁଲଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓ ମଧ୍ୟ ସାମିଲ ହୋଇଥିଲେ ।

ତେବେ ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଏକାଧିକ କାର୍ଯ୍ୟକ୍ରମରେ ଏପରି ସାଧାରଣ ବର୍ଗର ଲୋକଙ୍କ ସହ ଆଲୋଚନା ମଧ୍ୟ କରିସାରିଛି । ପୂର୍ବରୁ ସେ କାଠ କାରିଗର, ଟ୍ରାକ୍ଟରରେ ହଳ କରିବା ସହ ଡେଲିଭରୀ ବଏଙ୍କ ସହ ବୁଲି ଚର୍ଚ୍ଚାକୁ ଆସିଥିଲେ । ଏବେ ନିର୍ବାଚନୀ ରାଜ୍ୟ ଛତିଶଗଡରେ ରାହୁଲ ଗାନ୍ଧୀ ଫସଲ କିଆରିରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Kerala Blast: ସୋସିଆଲ ମିଡିଆରେ ନିଜକୁ ଦାୟୀ କରିବା ପରେ ଅଭିଯୁକ୍ତର ଆତ୍ମସମର୍ପଣ

ଚଳିତ ଥର ନିର୍ବାଚନ ହେବାକୁ ଥିବା 5 ରାଜ୍ୟ ମଧ୍ୟରେ 2ଟି ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଶାସନରେ ରହିଛି । ଅନ୍ୟ ସମସ୍ତ ରାଜ୍ୟରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ମାତ୍ର କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ଭୋଟିଂ ହେବ । ସମସ୍ତ 5 ରାଜ୍ୟରେ ଡିସେମ୍ବର 3 ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ତିନି ପ୍ରମୁଖ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.