ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀର ଏକ ରେଳ ଷ୍ଟେସନରେ ପହଞ୍ଚି କୁଲିଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଖାଲି ଆଲୋଚନା କରିନଥିଲେ, ବରଂ ପାରମ୍ପରିକ କୁଲି ପୋଷାକ ପିନ୍ଧି ମୁଣ୍ଡରେ ଲଗେଜ୍ ମଧ୍ୟ ବୋହିଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଆଜି ସମାନ ଢଙ୍ଗରେ ଦିଲ୍ଲୀର କୀର୍ତ୍ତି ନଗର ଫର୍ଣ୍ଣିଚର ବଜାରରେ ରାହୁଲଙ୍କୁ ଦେଖିବାକୁ ମିଳିଛି । ରାହୁଲ ସେଠାରେ କାର୍ଯ୍ୟରତ କାଠ କାରିଗରଙ୍କ ସହ ଆଲୋଚନା କରିଥିଲେ । କାଠ ନିର୍ମିତ ଆସବାବପତ୍ର କିପରି ପ୍ରସ୍ତୁତ ହେଉଛି, ସେ ସମ୍ପର୍କରେ ଉତ୍ସୁକତା ଦେଖାଇ ରାହୁଲ କାରିଗରଙ୍କ ସହ ମିଶି କାଠ ମଧ୍ୟ କାଟିଥିଲେ ।
-
दिल्ली के कीर्तिनगर स्थित एशिया के सबसे बड़े फर्नीचर मार्केट पहुंचे जननायक @RahulGandhi जी।
— Congress (@INCIndia) September 28, 2023 " class="align-text-top noRightClick twitterSection" data="
वहां उन्होंने बढ़ई भाइयों से मुलाकात कर उनकी समस्याएं सुनीं और उनके हुनर को करीब से जानने और समझने की कोशिश की।
'भारत जोड़ो यात्रा' जारी है... pic.twitter.com/Pxzn3GZzBP
">दिल्ली के कीर्तिनगर स्थित एशिया के सबसे बड़े फर्नीचर मार्केट पहुंचे जननायक @RahulGandhi जी।
— Congress (@INCIndia) September 28, 2023
वहां उन्होंने बढ़ई भाइयों से मुलाकात कर उनकी समस्याएं सुनीं और उनके हुनर को करीब से जानने और समझने की कोशिश की।
'भारत जोड़ो यात्रा' जारी है... pic.twitter.com/Pxzn3GZzBPदिल्ली के कीर्तिनगर स्थित एशिया के सबसे बड़े फर्नीचर मार्केट पहुंचे जननायक @RahulGandhi जी।
— Congress (@INCIndia) September 28, 2023
वहां उन्होंने बढ़ई भाइयों से मुलाकात कर उनकी समस्याएं सुनीं और उनके हुनर को करीब से जानने और समझने की कोशिश की।
'भारत जोड़ो यात्रा' जारी है... pic.twitter.com/Pxzn3GZzBP
ରାହୁଲଙ୍କ ହାତରେ ଏକାଧିକ ଆସବାବପତ୍ର ନିର୍ମାଣ କରିବା ପାଇଁ ବ୍ୟବହାର ହେଉଥିବା ଉପକରଣ ଦେଖିବାକୁ ମିଳିଥିଲା । ଜଣେ ପେଶାଦାର କାଠ କାରିଗର ଭଳି ରାହୁଲ ଡ୍ରିଲ୍ ମେସିନ ଓ କରତ ଧରି କାଠ କାଟିଥିଲେ । ବେଶ କିଛି ସମୟ ରାହୁଲ କାଠ ଓ୍ବାର୍କସପରେ ସମୟ କାଟିଥିଲେ । ପ୍ରସ୍ତୁତ ହୋଇ ରଖାଯାଇଥିବା ଆସବାବପତ୍ର ମଧ୍ୟ ବୁଲି ଦେଖିଥିଲେ । ସେମାନଙ୍କର ପାରିଶ୍ରମିକ ଓ ବ୍ୟବସାୟ ସମ୍ପର୍କରେ ମଧ୍ୟ ରାହୁଲ ଆଲୋଚନା କରିଥିଲେ ।
ରାହୁଲଙ୍କ ଏହି ଗସ୍ତ ସମ୍ପର୍କରେ ଉଭୟ କଂଗ୍ରେସ ଓ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରାହୁଲ ଏକାଧିକ ଫଟୋ ସେୟାର କରି ଟ୍ବିଟରେ ଲେଖିଛନ୍ତି,‘‘ ଆଜି ଏସିଆ ମହାଦେଶର ସର୍ବବୃହତ୍ତ ଫର୍ଣ୍ଣିଚର ବଜାରରେ ବଢେଇ ଭାଇମାନଙ୍କ ସହ ଆଲୋଚନା କଲି । ସେମାନେ ବେଶ ପରିଶ୍ରମୀ ଓ କୁଶଳୀ ମଧ୍ୟ । ମଜଭୂତ ଓ ସୁନ୍ଦର ଆସବାବପତ୍ର ପ୍ରସ୍ତୁତ କରିବାରେ ସେମାନେ ବେଶ ନିପୂଣ । ଆଲୋଚନା ହେଲା ଓ ସେମାନଙ୍କ ଠାରୁ କିଛି ଶିଖିବା ପାଇଁ ପ୍ରୟାସ ମଧ୍ୟ କଲି ।’’ କଂଗ୍ରେସ ମଧ୍ୟ ଦଳୀୟ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକାଧିକ ଫଟୋ ସେୟାର କରି, ଜନନେତା ରାହୁଲ ଗାନ୍ଧୀ ଦିଲ୍ଲୀର ବଢେଇ ଭାଇଙ୍କ ସହ ଆଲୋଚନା କଲେ । ଭାରତ ଯୋଡୋ ଯାତ୍ରା ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ :-Rajasthan: ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଲେ ରାହୁଲ
ଗତବର୍ଷ ରାହୁଲ ଦେଶବ୍ୟାପୀ ଆରମ୍ଭ କରିଥିବା ‘ଭାରତ ଯୋଡୋ ଯାତ୍ରା’ରେ ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ । ଚାଷୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସହ ରାହୁଲଙ୍କୁ ଦେଖିବାକୁ ମିଳିଥିଲା । ନିକଟରେ ସେ ଦିଲ୍ଲୀର ଏକ ଷ୍ଟେସନରେ କୁଲିଙ୍କ ମଧ୍ୟ ସାକ୍ଷାତ କରିଥିଲେ । ଜୟପୁରରେ ଜଣେ ଛାତ୍ରୀଙ୍କ ସହ ସ୍କୁଟିରେ ମଧ୍ୟ ବୁଲି ଚର୍ଚ୍ଚାକୁ ଆସିଥିଲେ ରାହୁଲ । ରାହୁଲଙ୍କ ଏହି କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟି କିନ୍ତୁ ବିଭିନ୍ନ ଢଙ୍ଗରେ ସମାଲୋଚନା ଓ କଟାକ୍ଷ କରିବା ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ