ETV Bharat / bharat

କେରଳରେ ଅମେଠିକୁ ଅପମାନ କଲେ ରାହୁଲ, ଲାଗିଲା ବିଭାଜନକାରୀର ଅଭିଯୋଗ

author img

By

Published : Feb 24, 2021, 7:02 PM IST

Updated : Feb 24, 2021, 7:41 PM IST

କେରଳରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଝଡ । ଭାଷଣ ଦେବା ପରେ ବିବାଦର ଜାଲରେ ଛନ୍ଦିହେବାକୁ ରାହୁଲ ଗାନ୍ଧୀଙ୍କୁ ଲାଗିନି ବେଶି ସମୟ । ଅଧିକ ପଢନ୍ତୁ...

କେରଳରେ ଅମେଠିକୁ ଅପମାନ କଲେ ରାହୁଲ, ଲାଗିଲା ବିଭାଜନକାରୀର ଅଭିଯୋଗ
କେରଳରେ ଅମେଠିକୁ ଅପମାନ କଲେ ରାହୁଲ, ଲାଗିଲା ବିଭାଜନକାରୀର ଅଭିଯୋଗ

ନୂଆଦିଲ୍ଲୀ: କେରଳରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଝଡ । ଭାଷଣ ଦେବା ପରେ ବିବାଦର ଜାଲରେ ଛନ୍ଦିହେବାକୁ ରାହୁଲ ଗାନ୍ଧୀଙ୍କୁ ଲାଗିନି ବେଶି ସମୟ । ୱାୟନାଡର ସାଂସଦ ରାହୁଲ ଗାନ୍ଧୀ କେରଳ ଗସ୍ତରେ ଯାଇ କହିଥିଲେ, ମୁଁ ଯେତେବେଳେ ଉତ୍ତରପ୍ରଦେଶର ଅମେଠିକୁ ପ୍ରତିନିଧିତ୍ବ କରୁଥିଲି, ସେତେବେଳ ଭିନ୍ନ ପ୍ରକାରର ରାଜନୀତି କରିବାରେ ଅଭ୍ୟସ୍ତ ଥିଲି । ବାସ ରାହୁଲଙ୍କ ଏହି ଦୁଇପଦ କଥା କିଛି କ୍ଷଣ ମଧ୍ୟରେ ବିବାଦର ନିଆଁକୁ ଏତେ ମାତ୍ରାରେ ତେଜି ଦେଇଛି ଯେ ଯାହା ଏବେ ଦକ୍ଷିଣରୁ ଉତ୍ତର ଯାଏଁ ବ୍ୟାପିବାରେ ଲାଗିଛି ।

ରାହୁଲ କହିଥିଲେ, ପ୍ରଥମ 15 ବର୍ଷ ମୁଁ ଉତ୍ତରଭାରତରୁ ସାଂସଦ ରହିଥିଲି । ଏଣୁ ମୁଁ ଏକ ଭିନ୍ନ ପ୍ରକାରର ରାଜନୀତିରେ ଅଭ୍ୟସ୍ତ ହୋଇଯାଇଥିଲି । ହେଲେ ମୋ ପାଇଁ କେରଳକୁ ଆସିବା ଅତ୍ୟନ୍ତ ସତେଜ ଥିଲା । କାରଣ ଅଚାନକ ମୁଁ ଜାଣିବାକୁ ପାଇଲି ଯେ ଏଠାକାର ଲୋକମାନେ କେବଳ ଉପାଦେୟ ନୁହେଁ ବରଂ ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଭାବରେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କହିଥିଲେ ରାହୁଲ ।

କେରଳ ନିର୍ବାଚନକୁ ନେଇ ଆୟୋଜିତ ଐଶ୍ବର୍ଯ୍ୟ ଯାତ୍ରାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଥିଲେ, କେରଳର ରାଜନୀତି ଉପରଠାଉରିଆ ନୁହେଁ । ତେବେ ଏହି ବୟାନ ପରେ ସିଧାସଳଖ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି ରାହୁଲ । ଏପରିକି ରାହୁଲ ଭାରତକୁ ଭାଗ ଭାଗ କରିବାକୁ ପ୍ରୟାସ କରୁଥିବା ବିଜେପି ଅଭିଯୋଗ ମଧ୍ୟ କରିଛି ।

2019ରେ ଅମେଠିରୁ ରାହୁଲଙ୍କୁ ହରାଇଥିବା ବିଜେପି ସାଂସଦ ସ୍ମୃତି ଇରାନୀ କହିଛନ୍ତି, ଯେଉଁମାନଙ୍କ ପାଖରେ ଜ୍ଞାନ ନାହିଁ ସେମାନେ ଅଧିକ ଗପନ୍ତି । ସେହିପରି କେନ୍ଦ୍ର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି କହିଛନ୍ତି, ମୁଁ ମଧ୍ୟ ଦକ୍ଷିଣ ଭାରତରୁ ଆସୁଛି । ମୁଁ ପଶ୍ଚିମ ଭାରତର ଜଣେ ସାଂସଦ । ଜନ୍ମ, ଶିକ୍ଷାଲାଭ ଓ କର୍ମକ୍ଷେତ୍ର ସବୁକିଛି ମୋର ଉତ୍ତରଭାରତ । ମୁଁ ସମଗ୍ର ଭାରତରେ ପ୍ରତିନିଧିତ୍ବ କରିଛି । ଭାରତ ଏକ ଓ ଅଖଣ୍ଡ । ତେବେ ଆମକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କହିଛନ୍ତି ଜୟଶଙ୍କର ।

କେବଳ ବିଜେପି ନୁହେଁ, ରାହୁଲଙ୍କ ନିଜ ଦଳର ବିଧାୟକ ମଧ୍ୟ ତାଙ୍କୁ ଘେରିବାକୁ ପଛାଇନାହାନ୍ତି । ବିଦ୍ରୋହୀ କଂଗ୍ରେସ ବିଧାୟକ ଅଦିତି ସିଂହ କହିଛନ୍ତି, ରାହୁଲ ଗାନ୍ଧୀ ଭୁଲ ବୟାନ ଦେଇଛନ୍ତି । ଯଦିଓ ତାଙ୍କ ମନରେ ସେମିତି କିଛି ନାହିଁ, ତଥାପି ତାଙ୍କ ମନ୍ତବ୍ୟ ଭୁଲ । ଆପଣ ଅନ୍ୟ ଦଳକୁ ବିଭାଜନକାରୀ କହି ନିଜେ ସାମନ ଆଭିମୁଖ୍ୟ ଆପଣାଉଥିବା କହିଛନ୍ତି ଅଦିତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2021, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.