ETV Bharat / bharat

ଟିକା ପାଇଁ ପଞ୍ଜୀକରଣ କରିନଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉ: ରାହୁଲ ଗାନ୍ଧୀ

କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ମିଥ୍ୟା ଏବଂ କେନ୍ଦ୍ର ଯାହା କହେ ତାହା ଫମ୍ପା ସ୍ଲୋଗାନ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jun 13, 2021, 1:49 PM IST

ନୂଆଦିଲ୍ଲୀ: ଲଗାତାର କିଛି ଦିନ ହେବ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ମିଥ୍ୟା ଏବଂ କେନ୍ଦ୍ର ଯାହା କହେ ତାହା ଫମ୍ପା ସ୍ଲୋଗାନ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ
କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ

'କେନ୍ଦ୍ରର ସବୁଠାରୁ ଦକ୍ଷ ମନ୍ତ୍ରଣାଳୟ କଣ ପାଇଁ'? କେନ୍ଦ୍ରର ଏହି ମନ୍ତ୍ରଣାଳୟ ମିଥ୍ୟା ଓ ଫମ୍ପା ସ୍ଲୋଗାନ ପାଇଁ ବୋଲି ଟ୍ବିଟ କରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଭ୍ୟାକ୍ସିନ ଅଭାବକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ଖାଲି ଏହା ନୁହେଁ ଜିଏସଟି ଓ ତେଲ ଦର ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ ।

ପ୍ରକାଶ ଥାଉ କି ଶୁକ୍ରବାର ତେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରର୍ଦଶନ କରିଥିଲା କଂଗ୍ରେସ । ସେ କହିଛନ୍ତି ଜିଡିପି ହାସ୍ର ପାଉଛି, ବେକାରୀ ବଢୁଛି । ତେଲ ଦର ଆକାଶଛୁଆଁ ହୋଇଛି । ଦେଶର ସମସ୍ତ ନାଗରିକଙ୍କୁ ଟୀକାକରଣ କରିବାରୁ ଦାବି କରିଛି ଦଳ । ଭ୍ୟାକ୍ସିନ ପାଇଁ ଅନଲାଇନ ପଞ୍ଜୀକରଣ ଯଥେଷ୍ଟ ନୁହେଁ । ଟୀକାକରଣ କେନ୍ଦ୍ରକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଟିକା ପାଇଁବା ଉଚିତ । ଯେଉଁମାନଙ୍କର ଇଣ୍ଟରନେଟ ସେବା ନାହିଁ ସେମାନଙ୍କୁ ମଧ୍ୟ ଟିକା ପାଇବାର ଅଧିକାର ଅଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.