ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାବେଳେ ଗତ କିଛି ଦିନ ମଧ୍ୟରେ ଦେଶରେ ଅନେକ ସାମ୍ବାଦିକ ମଧ୍ୟ ପ୍ରାଣ ହରାଇସାରିଲେଣି । ଏହି ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ରବିବାର )ରାହୁଲ ଏସମ୍ପର୍କିତ ଏକ ତଥ୍ୟ ପ୍ରକାଶ କରି କୋରୋନା କାଳରେ କାର୍ଯ୍ୟ ଅବ୍ୟାହତ ରଖିବା ସହ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା 165 ଜଣ ସାମ୍ବାଦିକଙ୍କ ତାଲିକା ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।
ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ପାଇଁ ରାହୁଲ ଶୋକ ପ୍ରକାଶ କରିବା ସମ୍ବେଦନଶୀଳତା ଦେଖାଇଛନ୍ତି । ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସମ୍ବାଦିକମାନଙ୍କ ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି । ସେହିପରି ରାହୁଲଙ୍କ ଦ୍ବାରା ଜାରି କରାଯାଇଥିବା ତାଲିକାରେ 165 ଜଣ ସମ୍ବାଦିକ କୋରୋନା ମହାମାରୀରେ ଦାୟିତ୍ବ ନିର୍ବାହ କରିବାକୁ ଯାଇ ମୃତ୍ୟୁମୁଖରେ ପଡିଥିବା ଦର୍ଶାଇଛନ୍ତି ରାହୁଲ । ସେହିପରି ବର୍ତ୍ତମାନ ସ୍ଥିତିରେ ଦେଶରେ ଅନେକ ସାମ୍ବାଦିକ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ମଧ୍ୟ ରାହୁଲ କହିଛନ୍ତି । ସେହିପରି ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହ ତାଙ୍କୁ ସୁରକ୍ଷା ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।
ରାହୁଲଙ୍କ ପୂର୍ବରୁ ମଧ୍ୟ ଅନେକ ରାଜନେତା ସାମ୍ବାଦିକଙ୍କ ସୁରକ୍ଷା ବାବଦରେ ଚିନ୍ତାବ୍ୟକ୍ତ କରିବା ସହ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ମାନ୍ୟତା ଦେବା ପାଇଁ ମଧ୍ୟ ଦାବି କରି ସାରିଛନ୍ତି । ସେହିପରି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ମାନ୍ୟତା ଦେବାକୁ ଦାବି କରିସାରିଛନ୍ତି ।
@ANI