ETV Bharat / bharat

ନିଭାର ବାତ୍ୟାରେ ପ୍ରଭାବିତଙ୍କୁ ସହାୟତା କରନ୍ତୁ କଂଗ୍ରେସ କର୍ମୀ: ରାହୁଲ - ରାହୁଲ ଗାନ୍ଧି ଟ୍ବିଟ

ନିଭାର ବାତ୍ୟାରେ ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଅପିଲ କରିଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏନେଇ ଟ୍ବିଟ କରି ସଭିଙ୍କୁ ସଚେତନ କରାଇଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ...

ନିଭାର ବାତ୍ୟାରେ କଂଗ୍ରେସ କର୍ମୀ ଲୋକଙ୍କୁ ସହାୟତା କରନ୍ତୁ: ରାହୁଲ

author img

By

Published : Nov 24, 2020, 9:46 PM IST

ନୂଆଦିଲ୍ଲୀ: ତାମିଲନାଡୁ ଓ ପୁଡୁଚେରୀ ସମୁଦ୍ରକୂଳ କାରାଇକାଲ ଓ ମମଲାପୁରମ ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା ନିଭାର। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ଏହି ବାତ୍ୟା ପୂର୍ବରୁ ଏବଂ ପରେ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଅପିଲ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏନେଇ ଟ୍ବିଟ କରି ସଭିଙ୍କୁ ସଚେତନ କରାଇଛନ୍ତି ରାହୁଲ ଗାନ୍ଧି।

ନିଭାର ବାତ୍ୟାରେ କଂଗ୍ରେସ କର୍ମୀ ଲୋକଙ୍କୁ ସହାୟତା କରନ୍ତୁ: ରାହୁଲ
ନିଭାର ବାତ୍ୟାରେ କଂଗ୍ରେସ କର୍ମୀ ଲୋକଙ୍କୁ ସହାୟତା କରନ୍ତୁ: ରାହୁଲ

ରାହୁଲ ଗାନ୍ଧି ଟ୍ବିଟ କରିଛନ୍ତି ଯେ, "ନଭେମ୍ବର 25 ତାରିଖରେ ବାତ୍ୟା ନିଭାର ସ୍ଥଳ ଭାଗ ଛୁଇଁବ। ତାମିଲନାଡୁ ଓ ପୁଡୁଚେରୀ ସମୁଦ୍ରକୂଳ କାରାଇକାଲ ଓ ମମଲାପୁରମ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି କେନ୍ଦ୍ରିୟ ପାଣିପାଗ ବିଭାଗ। ଏଭଳି ସ୍ଥିତିରେ ସଭିଙ୍କୁ ସୁରକ୍ଷିତ ସ୍ଥାନରେ ରୁହନ୍ତି। ସମସ୍ତ ପ୍ରକାର ସୁରକ୍ଷ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଏହାସହ ମୁଁ ଆମର ସମସ୍ତ କଂଗ୍ରେସ କର୍ମୀଙ୍କୁ ନିବେଦନ କରୁଛି ଯେ, ସେମାନେ ଏଭଳି ସ୍ଥିତିରେ ନିଜ ଅଞ୍ଚଳର ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଅନ୍ତୁ।"

25 ତାରିଖ ସନ୍ଧ୍ୟାରେ ନିଭାର କାରାଇକାଲ ଓ ମମଲାପୁରମ ଭିତରେ ସ୍ଥଳଭାଗ ଛୁଇଁବାକୁ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ଗତି ଘଣ୍ଟାପ୍ରତି 120ରୁ 130 କିମି ରହିବ। ଏହାସହ ସ୍ଥାନେସ୍ଥାନେ 140 କିମି ମଧ୍ୟ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବାତ୍ୟା ମୁକାବିଲା ପାଇଁ ସମୁଦାୟ 30ଟି ଏନଡିଆରଏଫ ଟିମ୍‌ ପ୍ରସ୍ତୁତ ରହିଛନ୍ତି । ତାମିଲନାଡୁରେ 12ଟି, ପଣ୍ଡିଚେରୀରେ 2, କାରାଇକାଲରେ ଗୋଟିଏ, ନେଲୋରରେ 3 ଓ ଚିତୋରରେ ଗୋଟିଏ ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିପରି ଭାଇଜାକରେ 3ଟି ଟିମ୍‌ ଥିବାବେଳେ 8ଟି ଟିମ୍‌କୁ ପ୍ରସ୍ତୁତ କରି ରଖାଯାଇଛି । ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ ଆସନ୍ତାକାଲି(ବୁଧବାର) ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିଛନ୍ତି ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.