ETV Bharat / bharat

Putin Dials PM Modi: ମୋଦିଙ୍କ ସହ କଥା ହେଲେ ପୁଟିନ

author img

By

Published : Dec 20, 2021, 10:34 PM IST

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି । ଏକାଧିକ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ସୂଚନା । ଅଧିକ ପଢନ୍ତୁ

ପୁଟିନଙ୍କ ସହ ଫୋନରେ କଥା ହେଲେ ମୋଦି
ପୁଟିନଙ୍କ ସହ ଫୋନରେ କଥା ହେଲେ ମୋଦି

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଉଭୟ ରାଷ୍ଟ୍ରମୁଖ୍ୟ ଆଜି(ସୋମବାର) ଟେଲିଫୋନରେ ବାର୍ତ୍ତାଳାପ କରିଥିବା ସୂଚନା ମିଳିଛି ।

ଋଷ ଏବଂ ଭାରତ ମଧ୍ୟରେ ଥିବା ବିଶେଷ ରଣନୈତିକ ଭାଗିଦାରୀ ଓ ବହୁମୁଖୀ ବିକାଶ ପାଇଁ ପାରସ୍ପରିକ ସମ୍ପର୍କର ସୁଦୃଢୀକରଣ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଡିସେମ୍ବର 6 ରେ ଭାରତ ଗସ୍ତରେ ଆସିଥିବା ଋଷର ରାଷ୍ଟ୍ରପତି ଓ ପ୍ରତିନିଧୀ ଦଳକୁ ଆତିଥ୍ୟ ପ୍ରଦାନ କରିଥିବାରୁ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସେହିପରି ଆଜିର କଥାବାର୍ତ୍ତା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ପୁଟିନଙ୍କ ଭାରତ ଗସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ଏକାଧିକ ଗୁରୁତ୍ବପୂର୍ଣ୍ଣ ରାଜିନାମାର କାର୍ଯ୍ୟକାରିତା ପ୍ରକ୍ରିୟା ଶେଷ କରିବା ପାଇଁ ମଧ୍ୟ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି । ସେହିପରି ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମ୍ପ୍ରତିକ ସ୍ଥିତି ସମେତ ଆନ୍ତର୍ଜାତୀୟ ସ୍ଥିରତା ଏବଂ ନିରାପତ୍ତା ପ୍ରସଙ୍ଗରେ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗେ ମତ ବିନିମୟ କରିଛନ୍ତି ।

ଗତ ୬ ତାରିଖରେ ରୁଷ ରାଷ୍ଟ୍ରପତି ଭାରତ ଗସ୍ତ ସମୟରେ ଭାରତକୁ ଏକ ମହାନ ଶକ୍ତି, ଦୀର୍ଘଦିନର ବନ୍ଧୁ ଭାବରେ ଅବିହିତ କରିବା ସହ ପ୍ରଶଂସା ମଧ୍ୟ କରିଥିଲେ । ଉକ୍ତ ଗସ୍ତ ସମୟରେ ଭାରତ ଓ ଋଷ ମଧ୍ୟରେ ଏକାଧିକ ସାମରିକ ଚୁକ୍ତି ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ସହଭାଗିତା ନେଇ ଆଲୋଚନା ହୋଇଥିଲା । ଆଜି ଟେଲିଫୋନିକ ବାର୍ତ୍ତାଳାପରେ ଉଭୟ ନେତା ସେଗୁଡିକର ସଫଳ କ୍ରିୟାନ୍ବୟନ ଉପରେ ଗୁରୁତ୍ବ ଦେଇଥିବା ସରକାରୀ ଭାବେ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.