ETV Bharat / bharat

Punjab Poll 2022: BJP ଜାରି କଲା ୩୪ ଜଣଙ୍କ ପ୍ରାର୍ଥୀ ତାଲିକା - ପଞ୍ଜାବ ବିଧାନସଭା ନିର୍ବାଚନ 2022

ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଥମ ପର୍ଯ୍ୟାୟରେ ୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ବିଜେପି । ଅଧିକ ପଢନ୍ତୁ

Punjab Poll 2022: ବିଜେପି ଜାରୀ କଲା ୩୪ ଜଣଙ୍କ ପ୍ରାର୍ଥୀ ତାଲିକା

author img

By

Published : Jan 21, 2022, 7:48 PM IST

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି ବିଜେପି (Punjab Assembly election 2022 BJP Candidate list) । ପ୍ରଥମ ପର୍ଯ୍ୟାୟରେ ୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଏନେଇ ଘୋଷଣା କରାଯାଇଛି । ବିଜେପିର ପଞ୍ଜାବ ଦାୟିତ୍ବରେ ଥିବା ଦୁଷ୍ୟନ୍ତ ଗୌତମ, ବିଜେପିର ଜାତୀୟ ସାଧାରଣ ସମ୍ପାଦନକ ତରୁଣ ଚୁଗ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ରାଜ୍ୟସଭା ସାଂସଦ ଅନୀଲ ବଲୁନୀଙ୍କ ଉପସ୍ଥିତିରେ ତାଲିକା ଜାରି କରାଯାଇଛି।

ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । କଂଗ୍ରେସ , ଅକାଳୀ ଓ ଆପ ନିଜ ନଜର ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଜି ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୩୪ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ସମସ୍ତଙ୍କୁ ଗୁରୁତ୍ବ ଦିଆଯାଇଛି। ଟିକଟ ପାଇଥିବା ବ୍ୟକ୍ତି ମାନେ ବିଶେଷ କରି ଚାଷୀ ପରିବାର ୧୨ ଜଣ, ଅନୁସୂଚିତ ଜାତି ୮ ଜଣ,ଶିଖ ସମ୍ପ୍ରଦାୟରରୁ ୧୩ ଜଣ ରହିଛି। ଟିକଟ ପାଇଥିବା ବ୍ୟକ୍ତିମାନେ ବିଶେଷ କରି ଡାକ୍ତର, ଓକିଲ,କ୍ରୀଡାବିତ,ଚାଷୀ,ଯୁବକ, ମହିଳା ଓ ପୂର୍ବତନ ପ୍ରଶାସକ ରହିଛନ୍ତି ବୋଲି ବିଜେପି ଜାତୀୟ ସାଧାରଣ ସଂପାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି।

ଚଳିତଥର ବିଜେପି ଅମରିନ୍ଦର ସିଂହଙ୍କ ପ଼ଞ୍ଜାବ ଲୋକ କଂଗ୍ରେସ, ଅକାଳୀ ଦଳ (ସଂଯୁକ୍ତ) ସହ ମେଣ୍ଟ କରି ମଇଦାନକୁ ଓହ୍ଲାଇଛି । ତେବେ ପଞ୍ଜାବରେ ଶାସକ ଦଳ କଂଗ୍ରେସ ସହିତ ଅକାଳୀ, ବିଜେପି ସହିତ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟରେ ମୁକାବିଲା ଜୋରଦାର ହେବାର ସମ୍ଭାବନା ରିହଛି । ସୂଚନାଥାଉକି ଆସନ୍ତା ଫେବୃୟାରୀ ୨୦ ତାରିଖରେ ପଞ୍ଜାବର ୧୧୭ ଆସନ ବିଶିଷ୍ଟ ବିଧାନସଭାରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହା ସହ ମାର୍ଚ୍ଚ ୧୦ ରେ ଭୋଟଗଣତି ସହ ଫଳାଫଳ ଘୋଷଣା କରାଯିବ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.